ମୀନାବଜାରରେ କାମ କରୁଥିବା ବେଳେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଦିଗପହଣ୍ଡି ୨।୬: ବଜ୍ରାଘାତ ନେଲା ଦୁଇ ଜୀବନ । ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପାଟପୁର ଗାନ୍ଧୀ ଛକ ଲକ୍ଷ୍ମୀ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପାଟପୁର ଯାତ୍ରାରେ ମୀନବଜାରରେ କାମ ଚାଲୁଥିବା ବେଳେ ବଜ୍ରପାତ ହୋଇଥିଲା । ମୀନାବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୨ ଜଣ ଏକ ଆମ୍ବ ଗଛ ମୂଳେ ବସିଥିବା ସମୟରେ ବଜ୍ରାଘାତରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତକ ୨ ଜଣ ହେଲେ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ । ଡୁଗୁଲାଙ୍କ ଘର ପୁରୀ ଜିଲ୍ଲା ନିରାକାରପୁର ନିକଟ ଆଳିପଡ଼ା ଓ ସନ୍ୟାସୀଙ୍କ ଘର ପୋଲସରା କଳମ୍ବ ନିକଟ ଗୁଡ଼ିଆପଦା ବୋଲି ଜଣାପଡିଛି । ଉଭୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।You Can Read :ରାଜଧାନୀରେ ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ସସ୍‌ପେନ୍ସ, ପୁରୁଷ ବନ୍ଧୁଙ୍କୁ ପାହାଳ ଥାନାରେ ପଚରାଉଚରା

ମୀନାବଜାରରେ କାମ କରୁଥିବା ବେଳେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଦିଗପହଣ୍ଡି ୨।୬: ବଜ୍ରାଘାତ ନେଲା ଦୁଇ ଜୀବନ । ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପାଟପୁର ଗାନ୍ଧୀ ଛକ ଲକ୍ଷ୍ମୀ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପାଟପୁର ଯାତ୍ରାରେ ମୀନବଜାରରେ କାମ ଚାଲୁଥିବା ବେଳେ ବଜ୍ରପାତ ହୋଇଥିଲା । ମୀନାବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୨ ଜଣ ଏକ ଆମ୍ବ ଗଛ ମୂଳେ ବସିଥିବା ସମୟରେ ବଜ୍ରାଘାତରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତକ ୨ ଜଣ ହେଲେ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ । ଡୁଗୁଲାଙ୍କ ଘର ପୁରୀ ଜିଲ୍ଲା ନିରାକାରପୁର ନିକଟ ଆଳିପଡ଼ା ଓ ସନ୍ୟାସୀଙ୍କ ଘର ପୋଲସରା କଳମ୍ବ ନିକଟ ଗୁଡ଼ିଆପଦା ବୋଲି ଜଣାପଡିଛି । ଉଭୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

You Can Read :

ରାଜଧାନୀରେ ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ସସ୍‌ପେନ୍ସ, ପୁରୁଷ ବନ୍ଧୁଙ୍କୁ ପାହାଳ ଥାନାରେ ପଚରାଉଚରା