ମୁଁ ଇଣ୍ଡିଆ ମେଣ୍ଟ ଗଢିଥିଲି, ଦରକାର ପଡିଲେ ତାକୁ…ଇଶାରାରେ କଂଗ୍ରେସକୁ ବଡ଼ ଧମକ ଦେଇଦେଲେ ମମତା!

ନୂଆଦିଲ୍ଲୀ,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ସେ ଏହାର ଦାୟିତ୍ୱ ସମ୍ଭାଳିବେ। ଟିଏମସି ସୁପ୍ରିମୋ ପୁରା ବିରୋଧୀ ଦଳକୁ ନିୟନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସାକ୍ଷାତକାରରେ ମମତା କହିଛନ୍ତି, ମୁଁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲି, ବର୍ତ୍ତମାନ ଏହାକୁ ପରିଚାଳନା କରିବାକୁ ଯେଉଁମାନେ ଆଗେଇ ଆସୁଛନ୍ତି ସେମାନଙ୍କ ଉପରେ ସବୁ ନିର୍ଭର କରୁଛି। ମମତା ବାନାର୍ଜୀଙ୍କୁ ପଚରାଗଲା […] The post ମୁଁ ଇଣ୍ଡିଆ ମେଣ୍ଟ ଗଢିଥିଲି, ଦରକାର ପଡିଲେ ତାକୁ…ଇଶାରାରେ କଂଗ୍ରେସକୁ ବଡ଼ ଧମକ ଦେଇଦେଲେ ମମତା! appeared first on Dharitri Odia News.

ମୁଁ ଇଣ୍ଡିଆ ମେଣ୍ଟ ଗଢିଥିଲି, ଦରକାର ପଡିଲେ ତାକୁ…ଇଶାରାରେ କଂଗ୍ରେସକୁ ବଡ଼ ଧମକ ଦେଇଦେଲେ ମମତା!

ନୂଆଦିଲ୍ଲୀ,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ସେ ଏହାର ଦାୟିତ୍ୱ ସମ୍ଭାଳିବେ। ଟିଏମସି ସୁପ୍ରିମୋ ପୁରା ବିରୋଧୀ ଦଳକୁ ନିୟନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସାକ୍ଷାତକାରରେ ମମତା କହିଛନ୍ତି, ମୁଁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲି, ବର୍ତ୍ତମାନ ଏହାକୁ ପରିଚାଳନା କରିବାକୁ ଯେଉଁମାନେ ଆଗେଇ ଆସୁଛନ୍ତି ସେମାନଙ୍କ ଉପରେ ସବୁ ନିର୍ଭର କରୁଛି।

ମମତା ବାନାର୍ଜୀଙ୍କୁ ପଚରାଗଲା ଯେ ସେ କାହିଁକି ମହାମେଣ୍ଟର ନେତୃତ୍ୱ ନେବାକୁ ଦ୍ୱିଧା କରୁଛନ୍ତି। ସେତେବେଳେ ସେ କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ମୁଁ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଅଛି। ମୁଁ ପଶ୍ଚିମବଙ୍ଗ ବାହାରକୁ ଯିବାକୁ ଚାହୁଁ ନାହିଁ, କିନ୍ତୁ ମୁଁ ଏହାକୁ ଏଠାରୁ ଚଳାଇ ପାରିବି।

ତେବେ ମମତାଙ୍କ ଏହି ବୟାନ ପରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ଟିଏମସି ସୁପ୍ରିମୋଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି। ସମାଜବାଦୀ ପାର୍ଟି କହିଛି, ଯଦି ମମତା ଇଣ୍ଡିଆ ମେଣ୍ଟର ନେତୃତ୍ୱ ନିଅନ୍ତି, ତେବେ ଆମର ଏଥିରେ କୌଣସି ଅସୁବିଧା ନାହିଁ। ଏସପି ନେତା ଉଦୟବୀର ସିଂ କହିଛନ୍ତି ଯେ ମମତା ଜଣେ ପ୍ରମୁଖ ନେତା ଏବଂ ତାଙ୍କ ଦଳ କ୍ରମାଗତ ଭାବେ ଭାଜପାକୁ ବିରୋଧ କରୁଛି। ୨୦୨୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶ ସହିତ ବଙ୍ଗଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଇଣ୍ଡିଆ ମେଣ୍ଟକୁ ଆଗକୁ ବଢିବାରେ ସାହାଯ୍ୟ କରିଛି । ତେଣୁ ସେମାନଙ୍କ ପାଇଁ ଆମର ସମର୍ଥନ ନିରନ୍ତର। ଯଦି ସମସ୍ତ ଦଳ ସହମତି ହୁଏ ତେବେ ସମାଜବାଦୀ ପାର୍ଟିର କୌଣସି ଆପତ୍ତି ରହିବ ନାହିଁ ଏବଂ ଆମେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିବୁ।

ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ମୁଁ ଶୁଣି ନାହିଁ କି ମୁଁ ଜାଣେ ନାହିଁ। ଅନ୍ୟପକ୍ଷରେ ଆରଜେଡି କହିଛି ଯେ, ଇଣ୍ଡିଆ ମେଣ୍ଟର ପ୍ରକୃତ ଆର୍କିଟେକ୍‌ ହେଉଛନ୍ତି ଲାଲୁ ପ୍ରସାଦ ଯାଦବ। ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ, ଲାଲୁ ଯାଦବଙ୍କ ଉଦ୍ୟମରେ ପାଟନାରେ ଇଣ୍ଡିଆ ଆଲାଇନ୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମମତା ମଧ୍ୟ ଭାଗ ନେଇଥିଲେ। ଆମେ ମମତାଜୀଙ୍କ ଏହି ମତ ଜାଣୁ। ଆମେ ଏହା ମଧ୍ୟ ଚାହୁଁଛୁ ଯେ ସେ ଇଣ୍ଡିଆ ମେଣ୍ଟର ଏକ ପ୍ରମୁଖ ଅଂଶୀଦାର ହୁଅନ୍ତୁ।

The post ମୁଁ ଇଣ୍ଡିଆ ମେଣ୍ଟ ଗଢିଥିଲି, ଦରକାର ପଡିଲେ ତାକୁ…ଇଶାରାରେ କଂଗ୍ରେସକୁ ବଡ଼ ଧମକ ଦେଇଦେଲେ ମମତା! appeared first on Dharitri Odia News.