‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ସବୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ କୋର୍ଟରୁ ଜାମିନ ମିଳିନାହିଁି। ଏନେଇ ଆପ୍‌ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ନିକଟରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାରକୁ କଡ଼ା ଭାବରେ ସମାଲୋଚନା କରିଛି ଆପ୍‌। ଏହାରି ଭିତରେ ତିହାର ଜେଲରୁ କେଜରିଓ୍ବାଲ […] The post ‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା appeared first on Dharitri Odia News.

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ସବୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ କୋର୍ଟରୁ ଜାମିନ ମିଳିନାହିଁି। ଏନେଇ ଆପ୍‌ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ନିକଟରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାରକୁ କଡ଼ା ଭାବରେ ସମାଲୋଚନା କରିଛି ଆପ୍‌।

ଏହାରି ଭିତରେ ତିହାର ଜେଲରୁ କେଜରିଓ୍ବାଲ ଦିଲ୍ଲୀବାସୀଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି। ସେ କହିଛନ୍ତି, ‘ମୁଁ ଅରବିନ୍ଦ କେଜରିୱାଲ। ଆତଙ୍କବାଦୀ ନୁହେଁ। ପ୍ରଧାନମନ୍ତ୍ରୀଜୀ ଆପଣଙ୍କୁ ଲାଜ ଲାଗୁ ନାହିଁ? ଆପଣ ଘୃଣାରେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ, ମୋତେ ମୋ ପରିବାରକୁ ଦେଖା କରିବାକୁ ଦେଉ ନାହାନ୍ତି। ଆପଣ ଯେତେ ବଳ ପ୍ରୟୋଗ କଲେ ମଧ୍ୟ ମୁଁ ଭାଙ୍ଗିବି ନାହିଁ। ମୁଁ ଏ ଦେଶର ପୁଅ। ଲୋକମାନଙ୍କର ସେବକ ଭାବେ କାମ କରିବି।’

ଏକ ଖବରଦାତା ସମ୍ମିଳନୀ କରି କେଜରିୱାଲଙ୍କ ଚିଠିକୁ ଆପ ନେତା ସଞ୍ଜୟ ସିଂହ ପଢିଛନ୍ତି। ଏଥିସହ ସେ ଭାଜପା ଉପରେ ଜୋରଦାର ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନରେ କେଜରିୱାଲଙ୍କ ପ୍ରତି ଘୃଣା ଭାବନା ଭର୍ତ୍ତି ହୋଇ ରହିଛି। ଏଥିପାଇଁ ସେ ଏଭଳି ବ୍ୟବହାର କରୁଛନ୍ତି। ତାଙ୍କୁ ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ରଖାଯାଇ ନିର୍ଯାତନା ଦିଆଯାଇଛି ବୋଲି ଆପ ନେତା ଅଭିଯୋଗ କରିଛନ୍ତି।

The post ‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା appeared first on Dharitri Odia News.