ମୁଁ ଭୋଜପୁରୀ କହୁଛି , ସାହସ ଅଛି ତ ... ଉଦ୍ଧବ ଓ ରାଜ୍‌ ଠାକରେଙ୍କୁ ଚ୍ୟାଲେଞ୍ଜ ଦେଲେ ନିରହୁଆ

ନୂଆଦିଲ୍ଲୀ – ମରାଠୀକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇ ମାରପିଟି କରିବା ପରେ , ‘ ନିରହୁଆ’ ନାଁରେ ପ୍ରସିଦ୍ଧ ଅଭିନେତା ଓ ଗାୟକ ଦିନେଶ ଲାଲ ଯାଦବ, ଠାକରେ ଭାଇଙ୍କୁ( ଉଦ୍ଧବ ଠାକରେ ଓ ରାଜ ଠାକରେ) ଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । କହିଛନ୍ତି, ଯଦି ଏଥିରେ ସାହସ ଅଛି ତ ଭୋଜପୁରୀ କହିବା କାରଣରୁ ତାଙ୍କୁ ମହାରାଷ୍ଟ୍ରରୁ ବାହାର କରି ଦେଖାଅ। ଏହାର ପ୍ରତିବାଦ କରି ଏମଏନଏସର ଜଣେ ନେତା କହିଛନ୍ତି ଯେ ,ଯଦି ଯାଦବଙ୍କ ସାହସ ଅଛି ,ତ ତାଙ୍କୁ ମହାରାଷ୍ଟ୍ର ଗସ୍ତ କରିବା ଉଚିତ୍‌। ଯାଦବ ସମାଜବାଦୀ ପାର୍ଟି (ସପା)ର ଧର୍ମେନ୍ଦ୍ର ଯାଦବଙ୍କ ବିପକ୍ଷରେ ଆଜମଗଡ଼ ଲୋକସଭା କ୍ଷେତ୍ରରୁ ୨୦୨୪ର ନିର୍ବାଚନ ଲଢିଥିଲେ, କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଯାଦବ ସାମ୍ୱାଦିକଙ୍କୁ କହିଛନ୍ତି , ମୁଁ ଖୋଲା ଚ୍ୟାଲେଞ୍ଜ ଦେଉଛି । ମୁଁ ମରାଠୀ କହିବି ନାହିଁ । ମୁଁ ଭୋଜପୁରୀ କହୁଛି ଏବଂ ମହାରାଷ୍ଟ୍ରରେ ହିଁ ରହିବି। ଆପଣ ଗରିବ ଲୋକଙ୍କୁ କାହିଁକି ବାହାର କରୁଛନ୍ତି ? ଯଦି ଆପଣଙ୍କ ଠାରେ ସାହସ ଅଛି ତ ମୋତେ ବାହାର କର । ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେଉଛି , ମୁମ୍ୱାଇରେ ମଧ୍ୟ ।ଭାଷାକୁ ନେଇ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପ୍ରୟାସ ପଛରେ ମଇଳା ରାଜନୀତି ଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଦେଶର ଖୁବ୍‌ ସୁନ୍ଦର ଭାଷାର ବିବିଧତା ଓ ଭିନ୍ନ ଭିନ୍ନ ମାତୃଭାଷା

ମୁଁ ଭୋଜପୁରୀ କହୁଛି , ସାହସ ଅଛି ତ ... ଉଦ୍ଧବ ଓ ରାଜ୍‌ ଠାକରେଙ୍କୁ ଚ୍ୟାଲେଞ୍ଜ ଦେଲେ ନିରହୁଆ

ନୂଆଦିଲ୍ଲୀ – ମରାଠୀକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇ ମାରପିଟି କରିବା ପରେ , ‘ ନିରହୁଆ’ ନାଁରେ ପ୍ରସିଦ୍ଧ ଅଭିନେତା ଓ ଗାୟକ ଦିନେଶ ଲାଲ ଯାଦବ, ଠାକରେ ଭାଇଙ୍କୁ( ଉଦ୍ଧବ ଠାକରେ ଓ ରାଜ ଠାକରେ) ଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । କହିଛନ୍ତି, ଯଦି ଏଥିରେ ସାହସ ଅଛି ତ ଭୋଜପୁରୀ କହିବା କାରଣରୁ ତାଙ୍କୁ ମହାରାଷ୍ଟ୍ରରୁ ବାହାର କରି ଦେଖାଅ। 

ଏହାର ପ୍ରତିବାଦ କରି ଏମଏନଏସର ଜଣେ ନେତା କହିଛନ୍ତି ଯେ ,ଯଦି ଯାଦବଙ୍କ ସାହସ ଅଛି ,ତ ତାଙ୍କୁ ମହାରାଷ୍ଟ୍ର ଗସ୍ତ କରିବା ଉଚିତ୍‌। ଯାଦବ ସମାଜବାଦୀ ପାର୍ଟି (ସପା)ର ଧର୍ମେନ୍ଦ୍ର ଯାଦବଙ୍କ ବିପକ୍ଷରେ ଆଜମଗଡ଼ ଲୋକସଭା କ୍ଷେତ୍ରରୁ ୨୦୨୪ର ନିର୍ବାଚନ ଲଢିଥିଲେ, କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। 

ଯାଦବ ସାମ୍ୱାଦିକଙ୍କୁ କହିଛନ୍ତି , ମୁଁ ଖୋଲା ଚ୍ୟାଲେଞ୍ଜ ଦେଉଛି । ମୁଁ ମରାଠୀ କହିବି ନାହିଁ । ମୁଁ ଭୋଜପୁରୀ କହୁଛି ଏବଂ ମହାରାଷ୍ଟ୍ରରେ ହିଁ ରହିବି। ଆପଣ ଗରିବ ଲୋକଙ୍କୁ କାହିଁକି ବାହାର କରୁଛନ୍ତି ? ଯଦି ଆପଣଙ୍କ ଠାରେ ସାହସ ଅଛି ତ ମୋତେ ବାହାର କର । ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେଉଛି , ମୁମ୍ୱାଇରେ ମଧ୍ୟ ।

ଭାଷାକୁ ନେଇ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପ୍ରୟାସ ପଛରେ ମଇଳା ରାଜନୀତି ଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଦେଶର ଖୁବ୍‌ ସୁନ୍ଦର ଭାଷାର ବିବିଧତା ଓ ଭିନ୍ନ ଭିନ୍ନ ମାତୃଭାଷା କହୁଥିବା ଲୋକେ ସୌହାର୍ଦ୍ଦପୂର୍ଣ୍ଣ ଉପାୟରେ ରହୁଛନ୍ତି। ଆପଣ ଏହି ସୁନ୍ଦରତାକୁ ନଷ୍ଟ କରିବାକୁ ଚାହୁଁଛନ୍ତି।