ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା
ହାଇଦ୍ରାବାଦ,୯ା୫: ତେଲେଙ୍ଗନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ ଗ୍ୟାରେଣ୍ଟି’ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଚାଇନା ଗ୍ୟାରେଣ୍ଟି’ ମଧ୍ୟରେ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଯେଉଁଆଡ଼େ ଯାଏ, କେବଳ ମୋଦି-ମୋଦି ଇକୋ ଶୁଣିବାକୁ ପାଇଥାଏ। ତେଲେଙ୍ଗନା ‘ପଦ୍ମ’ ବାଛିବା ପାଇଁ ନିଷ୍ପତ୍ତି ନେଇଛି, ତେଲେଙ୍ଗନାବାସୀଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମକୁ ଅଧିକ ଆସନ ଜିତାଇବ। […] The post ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା appeared first on Dharitri Odia News.
ହାଇଦ୍ରାବାଦ,୯ା୫: ତେଲେଙ୍ଗନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ ଗ୍ୟାରେଣ୍ଟି’ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଚାଇନା ଗ୍ୟାରେଣ୍ଟି’ ମଧ୍ୟରେ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଯେଉଁଆଡ଼େ ଯାଏ, କେବଳ ମୋଦି-ମୋଦି ଇକୋ ଶୁଣିବାକୁ ପାଇଥାଏ। ତେଲେଙ୍ଗନା ‘ପଦ୍ମ’ ବାଛିବା ପାଇଁ ନିଷ୍ପତ୍ତି ନେଇଛି, ତେଲେଙ୍ଗନାବାସୀଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମକୁ ଅଧିକ ଆସନ ଜିତାଇବ। ୨୦୧୯ରେ ତେଲେଙ୍ଗନାର ଲୋକମାନେ ଆମକୁ ୪ଟି ସିଟ୍ ଦେଇ ଆଶୀର୍ବାଦ ଦେଇଛନ୍ତି ଏବଂ ଏଥର ମୁଁ ନିଶ୍ଚିତ ଯେ ଆମେ ତେଲେଙ୍ଗନାରେ ୧୦+ସିଟ୍ ଜିତିବାକୁ ଯାଉଛୁ। ତେଲେଙ୍ଗନାର ଏହି ‘ଦୁଇ ଅଙ୍କ ବିଶିଷ୍ଟ ସ୍କୋର’ ନିଶ୍ଚିତ ଭାବରେ ମୋଦି ଜୀଙ୍କୁ ୪୦୦ରୁ ଅଧିକ ଆସନ ଦେବ।
The post ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା appeared first on Dharitri Odia News.