ମୁଁ ସବୁଠାରୁ ବରିଷ୍ଠ, ମୋତେ ମୁଖ୍ୟମନ୍ତ୍ରୀ କରାଯାଉ: ଅନୀଲ ବିଜ୍
ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ନ ହେଉଣୁ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ବିଜେପି ମଧ୍ୟରେ ଲବି ଆରମ୍ଭ ହୋଇଗଲାଣି। ହରିଆଣା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନୀଲ ବିଜ୍ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛନ୍ତି ବୋଲି ଖୋଲାଖୋଲି କହିଛନ୍ତି। ଅନୀଲ ବିଜ୍ କହିଛନ୍ତି ଯେ ହରିଆଣାରେ ବିଜେପିର ସମସ୍ତ ନେତାଙ୍କ ଠାରୁ ସେ ବରିଷ୍ଠ। ସେ ରାଜନୀତିରେ ପୁରୁଣା ହୋଇଥିବାରୁ ଲୋକ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ଅନୀଲ ବିଜ୍ କହିଛନ୍ତି।ରବିବାର ମିଡିଆ ଏଜେନ୍ସି ଆଇଏଏନ୍ସକୁ ପ୍ରତିକ୍ରିୟା ଦେଇ ଅନୀଲ ବିଜ୍ କହିଛନ୍ତି “ ମୁଁ ହରିଆଣାର ସବୁଠାରୁ ବରିଷ୍ଠ ବିଧାୟକ। ୬ ଥର ବିଧାୟକ ହୋଇଛି। ଏବଂ ଆସନ୍ତା ନିର୍ବାଚନ ମୋର ସପ୍ତମ ପାଳି ହେବ। ଆଜି ପର୍ଯ୍ୟନ୍ତ ମୁଁ ଦଳକୁ କେବେ କିଛି ମାଗି ନାହିଁ। କିନ୍ତୁ ଏଥର ମୋ ଉପରେ ହରିଆଣା ଲୋକଙ୍କର ଚାପ ପଡୁଛି।ଏଥିପାଇଁ ବରିଷ୍ଠତା ଦୃଷ୍ଟିରୁ ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବି। ତେବେ ସେମାନେ ମୋତେ ମୁଖ୍ୟମନ୍ତ୍ରୀ କରିବେ କି ନା ଏହା ସେମାନଙ୍କ ଅଧିକାର ପରିସର ଭିତରେ। ହେଲେ ଯଦି ସେମାନେ ମୋତେ ମୁଖ୍ୟମନ୍ତ୍ରୀ ବନାଇ ଦିଅନ୍ତି ମୁଁ ହରିଆଣାର ଭାଗ୍ୟ ଓ ଛବି ବଦଳାଇ ଦେବି।” ଏପଟେ ବିଜେପି ନିର୍ବାଚନ ପାଇଁ ସେପ୍ଟେମ୍ବର ୧୨ ତାରିଖରେ ସମସ୍ତ ୯୦ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତା ସହିତ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ପାଇଁ ନିଯୁ
ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ନ ହେଉଣୁ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ବିଜେପି ମଧ୍ୟରେ ଲବି ଆରମ୍ଭ ହୋଇଗଲାଣି। ହରିଆଣା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନୀଲ ବିଜ୍ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛନ୍ତି ବୋଲି ଖୋଲାଖୋଲି କହିଛନ୍ତି।
ଅନୀଲ ବିଜ୍ କହିଛନ୍ତି ଯେ ହରିଆଣାରେ ବିଜେପିର ସମସ୍ତ ନେତାଙ୍କ ଠାରୁ ସେ ବରିଷ୍ଠ। ସେ ରାଜନୀତିରେ ପୁରୁଣା ହୋଇଥିବାରୁ ଲୋକ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ଅନୀଲ ବିଜ୍ କହିଛନ୍ତି।
ରବିବାର ମିଡିଆ ଏଜେନ୍ସି ଆଇଏଏନ୍ସକୁ ପ୍ରତିକ୍ରିୟା ଦେଇ ଅନୀଲ ବିଜ୍ କହିଛନ୍ତି “ ମୁଁ ହରିଆଣାର ସବୁଠାରୁ ବରିଷ୍ଠ ବିଧାୟକ। ୬ ଥର ବିଧାୟକ ହୋଇଛି। ଏବଂ ଆସନ୍ତା ନିର୍ବାଚନ ମୋର ସପ୍ତମ ପାଳି ହେବ। ଆଜି ପର୍ଯ୍ୟନ୍ତ ମୁଁ ଦଳକୁ କେବେ କିଛି ମାଗି ନାହିଁ। କିନ୍ତୁ ଏଥର ମୋ ଉପରେ ହରିଆଣା ଲୋକଙ୍କର ଚାପ ପଡୁଛି।ଏଥିପାଇଁ ବରିଷ୍ଠତା ଦୃଷ୍ଟିରୁ ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବି। ତେବେ ସେମାନେ ମୋତେ ମୁଖ୍ୟମନ୍ତ୍ରୀ କରିବେ କି ନା ଏହା ସେମାନଙ୍କ ଅଧିକାର ପରିସର ଭିତରେ। ହେଲେ ଯଦି ସେମାନେ ମୋତେ ମୁଖ୍ୟମନ୍ତ୍ରୀ ବନାଇ ଦିଅନ୍ତି ମୁଁ ହରିଆଣାର ଭାଗ୍ୟ ଓ ଛବି ବଦଳାଇ ଦେବି।”
ଏପଟେ ବିଜେପି ନିର୍ବାଚନ ପାଇଁ ସେପ୍ଟେମ୍ବର ୧୨ ତାରିଖରେ ସମସ୍ତ ୯୦ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତା ସହିତ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ପାଇଁ ନିଯୁକ୍ତି କରିଛି। ଏହି ଷ୍ଟାର୍ ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନିଙ୍କ ସମେତ ରେସ୍ଲର ବବିତା ଫୋଗାଟ ସାମିଲ ଅଛନ୍ତି। ତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନାଡ, ରାଜନାଥ ସିଂ, ଅମିତ ଶାହା ଏବଂ ନିତିନ ଗଡକରୀ, ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି, ଶିବରାଜ ସିଂ ଚୌହାନ, ପୀୟୁଷ ଗୋୟଲ, ହିମନ୍ତ ବିଶ୍ୱ ଶର୍ମା, ପୁଷ୍କର ସିଂ ଧାମି ଆଦି ତାରକା ପ୍ରଚାରକ ଲିଷ୍ଟରେ ସାମିଲ୍ ହୋଇଛନ୍ତି।
ଅକ୍ଟୋବର ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହରିଆଣା ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ଇଣ୍ଡିଆ ମେଣ୍ଟର ଭାଗବଣ୍ଟା ନ ଛିଡ଼ିବାରୁ ଅରବିନ୍ଦ କେଜରିୱାଲ୍ଙ୍କ ଦଳ ଆମ ଆଦ୍ମୀ ପାର୍ଟି ସମସ୍ତ ୯୦ ଆସନରେ ନିର୍ବାଚନ ଲଢିବ। ଏଥିପାଇଁ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି। ସେପଟେ କଂଗ୍ରେସରେ ମଦ୍ୟ ଅନ୍ତଃ କନ୍ଦଳ ଜାରି ରହିଛି।