ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଜୁଲାଇରେ ଛାଡପତ୍ର ଦେଇଥିଲେ। ମାତ୍ର ଦେଢ଼ ମାସ ମଧ୍ୟରେ ତାଙ୍କ ନାମ ୩ ଅଭିନେତ୍ରୀଙ୍କ ସହ ଯୋଡି ହେଲାଣି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମୟରେ ଅନନ୍ୟା ପାଣ୍ଡେଙ୍କ ସହ ତାଙ୍କ ସମ୍ପର୍କ ଖବର ଚର୍ଚ୍ଚା ହୋଇଥିଲା। କିଛି ଦିନ ପୂର୍ବରୁ ଅଭିନେତ୍ରୀ ଜସ୍ମିନ ୱାଲିଆଙ୍କ ସହ ଡେଟିଂ ଖବର ମଧ୍ୟ ଆସିଥିଲା। ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଇଶିତା […] The post ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ appeared first on Dharitri Odia News.

ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଜୁଲାଇରେ ଛାଡପତ୍ର ଦେଇଥିଲେ। ମାତ୍ର ଦେଢ଼ ମାସ ମଧ୍ୟରେ ତାଙ୍କ ନାମ ୩ ଅଭିନେତ୍ରୀଙ୍କ ସହ ଯୋଡି ହେଲାଣି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମୟରେ ଅନନ୍ୟା ପାଣ୍ଡେଙ୍କ ସହ ତାଙ୍କ ସମ୍ପର୍କ ଖବର ଚର୍ଚ୍ଚା ହୋଇଥିଲା। କିଛି ଦିନ ପୂର୍ବରୁ ଅଭିନେତ୍ରୀ ଜସ୍ମିନ ୱାଲିଆଙ୍କ ସହ ଡେଟିଂ ଖବର ମଧ୍ୟ ଆସିଥିଲା। ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଇଶିତା ରାଜ ପାଣ୍ଡ୍ୟାଙ୍କୁ ତାଙ୍କ କ୍ରସ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ ସ୍ବୀକାର କରିଛନ୍ତି, ସେ କୋ ପାଣ୍ଡ୍ୟାଙ୍କୁ ବହୁତ ପସନ୍ଦ କରନ୍ତି।
ଏକ ସାକ୍ଷାତକାରରେ ଇଶିତା କହିଛନ୍ତି, ମୁଁ ପାଣ୍ଡ୍ୟାଙ୍କୁ ବହୁତ ପସନ୍ଦ କରନ୍ତି। ସେ ଜଣେ ଜବରଦସ୍ତ କ୍ରିକେଟ ଅଲରାଉଣ୍ଡର। ମୁଁ ତାଙ୍କୁ ବହୁତ ଭଲ ପାଏ। ସତ କହିବାକୁ ଗଲେ ସେ ମୋର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ।
ଇଶିତା ତାଙ୍କଠାରୁ ୪ ବର୍ଷ ବଡ। ପାଣ୍ଡ୍ୟାଙ୍କୁ ୩୦ ବର୍ଷ ହୋଇଥିବାବେଳେ ଇଶିତାଙ୍କୁ ୩୪ ବର୍ଷ ବୟସ। ସେ ଦିଲ୍ଲୀର ବାସିନ୍ଦା ଏବଂ ଗାର୍ଗୀ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ଇଂଲଣ୍ଡରେ ଅଧ୍ୟୟନ କରିଛନ୍ତି। ଇଶିତା ୨୦୧୧ରେ ପ୍ୟାର କା ପଞ୍ଚନାମା ଚଳଚ୍ଚିତ୍ର ସହିତ ବଲିଉଡରେ ପ୍ରବେଶ କରିଥିଲେ। ଏହା ପରେ ସେ ସୋନୁ କେ ଟିଟୁ କି ସ୍ବିଟି ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୯ଟି ଫିଲ୍ମ କରିଛନ୍ତି।
ଆଇପିଏଲ ୨୦୨୪ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମାଙ୍କ ସହ ଅଧିନାୟକ ବିବାଦ ହେତୁ ସେ ଅନେକ ଦିନ ଚର୍ଚ୍ଚାରେ ରହିଥିଲେ। ତା’ପରେ ଟି-୨୦ ବିଶ୍ୱକପ ୨୦୨୪ରେ ବିଜୟର ହିରୋ ହୋଇଥିଲେ।

The post ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ appeared first on Dharitri Odia News.