ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା: ୨ ମୃତ, ଅନେକ ନିଖୋଜ

ଶିମଲା, ୨୬।୬: ହିମାଚଳ ପ୍ରଦେଶରେ ବୁଧବାର ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାଙ୍ଗଡ଼ା ଓ କୁଲୁ ଜିଲାରେ ଅନେକ ଲୋକ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି। କାଙ୍ଗଡ଼ା ଜିଲ୍ଲାର ମନୁନୀ ଖଡ୍ଡ ନିକଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଏହା ସହିତ, ଧର୍ମଶାଳା ନିକଟସ୍ଥ ଏକ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରକଳ୍ପରେ କାମ କରୁଥିବା ୨୫ ଜଣ […] The post ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା: ୨ ମୃତ, ଅନେକ ନିଖୋଜ appeared first on Dharitri Odia News.

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା: ୨ ମୃତ, ଅନେକ ନିଖୋଜ

ଶିମଲା, ୨୬।୬: ହିମାଚଳ ପ୍ରଦେଶରେ ବୁଧବାର ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାଙ୍ଗଡ଼ା ଓ କୁଲୁ ଜିଲାରେ ଅନେକ ଲୋକ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି।
କାଙ୍ଗଡ଼ା ଜିଲ୍ଲାର ମନୁନୀ ଖଡ୍ଡ ନିକଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଏହା ସହିତ, ଧର୍ମଶାଳା ନିକଟସ୍ଥ ଏକ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରକଳ୍ପରେ କାମ କରୁଥିବା ୨୫ ଜଣ ଶ୍ରମିକ ବନ୍ୟା ଯୋଗୁଁ ଭାସି ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଉଦ୍ଧାର କରାଯାଇଛି।

ପାଣିପାଗ ବିଭାଗ ଆଜି ମଧ୍ୟ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଚେତାବନୀ ଜାରି କରିଛି। ଏହି ବର୍ଷା ଯୋଗୁଁ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି, ଯାହା ବନ୍ୟା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି।

ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କୁ ଖୋଜିବା ଓ ଆହତମାନଙ୍କୁ ସହାୟତା ପ୍ରଦାନ କରିବାରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର କାର୍ଯ୍ୟ ତ୍ୱରାନୱିତ କରାଯାଇଛି ଏବଂ ପ୍ରଭାବିତ ଅଞ୍ଚଳରେ ସହାୟତା ପହଞ୍ଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।

The post ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା: ୨ ମୃତ, ଅନେକ ନିଖୋଜ appeared first on Dharitri Odia News.