ମୁକେଶ ଅମ୍ବାନୀ, ରତନ ଟାଟା,ଏଲନ୍ ମସ୍କଙ୍କୁ ବି ଧନରେ ପଛରେ ପକାଇ ଦେବେ ଏହି ମହିଳା
ଧନୀମାନଙ୍କ ନାଁ ଯଦି ସାମ୍ନାକୁ ଆସେ ତେବେ ଏଲନ୍ ମସ୍କ, ଜେଫ୍ ବେଜୋସ, ମୁକେଶ ଅମ୍ବାନୀ, ରତନ ଟାଟାଙ୍କ ନାଁ ପ୍ରଥମେ ଆସେ। ମାତ୍ର ଆଶ୍ଚର୍ଯ୍ୟର କଥା ଜଣେ ମହିଳା ଅଛନ୍ତି, ଯିଏ କି ବିଶ୍ୱର ଏହି ବଡ଼ବଡ଼ ଧନୀଙ୍କୁ ପଛରେ ପକାଇ ଦେଇଛନ୍ତି। ଟାଙ୍ଗ ରାଜବଂଶ ସମୟରେ ରାଜତ୍ୱ କରୁଥିବା ଏମ୍ପ୍ରେସ ଓ୍ବୁ। ବିଶ୍ୱର ସବୁଠାରୁ ଧନୀ ମହିଳା ଭାବେ ପରିଗଣିତ ହୋଇଛନ୍ତି। ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୧୬ ଲକ୍ଷ କୋଟି। ଏହି ସଂଖ୍ୟା ଆଜିର […] The post ମୁକେଶ ଅମ୍ବାନୀ, ରତନ ଟାଟା,ଏଲନ୍ ମସ୍କଙ୍କୁ ବି ଧନରେ ପଛରେ ପକାଇ ଦେବେ ଏହି ମହିଳା appeared first on Dharitri Odia News.
ଧନୀମାନଙ୍କ ନାଁ ଯଦି ସାମ୍ନାକୁ ଆସେ ତେବେ ଏଲନ୍ ମସ୍କ, ଜେଫ୍ ବେଜୋସ, ମୁକେଶ ଅମ୍ବାନୀ, ରତନ ଟାଟାଙ୍କ ନାଁ ପ୍ରଥମେ ଆସେ। ମାତ୍ର ଆଶ୍ଚର୍ଯ୍ୟର କଥା ଜଣେ ମହିଳା ଅଛନ୍ତି, ଯିଏ କି ବିଶ୍ୱର ଏହି ବଡ଼ବଡ଼ ଧନୀଙ୍କୁ ପଛରେ ପକାଇ ଦେଇଛନ୍ତି।
ଟାଙ୍ଗ ରାଜବଂଶ ସମୟରେ ରାଜତ୍ୱ କରୁଥିବା ଏମ୍ପ୍ରେସ ଓ୍ବୁ। ବିଶ୍ୱର ସବୁଠାରୁ ଧନୀ ମହିଳା ଭାବେ ପରିଗଣିତ ହୋଇଛନ୍ତି। ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୧୬ ଲକ୍ଷ କୋଟି। ଏହି ସଂଖ୍ୟା ଆଜିର ଶ୍ରେଷ୍ଠ ଟ୍ରିଲିନେୟାରଙ୍କ ସମ୍ପତ୍ତିକୁ ଟପିଯାଇଛି। ଫଳରେ ମସ୍କ, ଅମ୍ବାନୀ, ବେଜୋସ, ଆଦାନୀ ଏବଂ ରତନ ଟାଟା ପଛରେ ପଡ଼ିଯାଇଛନ୍ତି।
ତେବେ ମସ୍କଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୨୯ ବିଲିୟନ ଡଲାର, ବେଜୋସଙ୍କର ୧୭୪ ବିଲିୟିନ ଡଲାର ଏବଂ ଅମ୍ବାନୀ ୧୦୬.୨ ବିଲିୟନ ଡଲାରରେ ରହିଛି।
ଐତିହାସିକମାନେ ଏମ୍ପ୍ରେସ ୱୁଙ୍କୁ ଜଣେ ଚମତ୍କାରୀ ଏବଂ ଶକ୍ତିଶାଳୀ ଶାସକ ଭାବରେ ବର୍ଣ୍ଣନା କରିଥାନ୍ତି। ଯିଏକି ତାଙ୍କର ଆଧିପତ୍ୟ ବଜାୟ ରଖିବା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ କରିଥିଲେ। ତାଙ୍କର ଶାସନ ପ୍ରାୟ ୧୫ ବର୍ଷ ଧରି ଚାଲିଥିଲା। ଚାଇନା ସାମ୍ରାଜ୍ୟ ମଧ୍ୟ ଏସିଆରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା।
ଚା’ ଏବଂ ରେଶମ ବାଣିଜ୍ୟରେ ଯଥେଷ୍ଟ ଅଭିବୃଦ୍ଧି ସହିତ ତାଙ୍କ ନେତୃତ୍ୱରେ ଚାଇନାର ଅର୍ଥନୀତି ବୃଦ୍ଧି ପାଇଥିଲା। ତାଙ୍କ ଶାସନ କାଳରେ ଏହି ଅର୍ଥନୈତିକ ଅଭିବୃଦ୍ଧି ଭଲ ଭାବରେ ଦଲିଲ୍ଭୁକ୍ତ ହୋଇଛି, ଯାହା ଚାଇନାର ସମୃଦ୍ଧତା ଉପରେ ଏହାର ପ୍ରଭାବକୁ ଦର୍ଶାଉଛି।
The post ମୁକେଶ ଅମ୍ବାନୀ, ରତନ ଟାଟା,ଏଲନ୍ ମସ୍କଙ୍କୁ ବି ଧନରେ ପଛରେ ପକାଇ ଦେବେ ଏହି ମହିଳା appeared first on Dharitri Odia News.