ମୁକ୍ତାର ଅନସାରୀ ମୃତ୍ୟୁ ଘଟଣା: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ, ମାସେ ଭିତରେ ରିପୋର୍ଟ

ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଭଗବାନ ଦାସ ଗୁପ୍ତା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମୁକ୍ତାର ଅନସାରୀ ମୃତ୍ୟୁ ଘଟଣା: ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ, ମାସେ ଭିତରେ ରିପୋର୍ଟ

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀ ଜେଲ ଭିତରେ ରହସ୍ୟଜନକ ଭାବେ ପ୍ରାଣ ହରାଇବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ହାର୍ଟ ଆଟାକ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଏହାକୁ ପରିବାର ଲୋକ ଗ୍ରହଣ କରୁ ନାହାନ୍ତି।

ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିବାଦ ଘନେଇ ଥିବା ବେଳେ ଆଜି ଘଟଣାର ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଭଗବାନ ଦାସ ଗୁପ୍ତା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଦାର ଅତରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଏମପି/ଏମଏଲଏ କୋର୍ଟ) ଗାରିମା ସିଂହ ପୂରା ଘଟଣାର ତଦନ୍ତ କରିବେ। ତାଙ୍କ ଅଧୀନରେ ତଦନ୍ତକାରୀ ଟିମ ଘଟଣାର ବିସ୍ତୃତ ତଥ୍ୟ ହାସଲ କରିବ।

ଗରିମାଙ୍କ ମୂଳ କାମ ହେଲା ନ୍ୟାୟିକ ତଦନ୍ତ ସମସ୍ତ ପ୍ରକାରର ନିୟମ ଓ କାନୁନ ମଧ୍ୟରେ ହେବ। ସେହିପରି ମାସକ ମଧ୍ୟରେ କେମିତି ତଦନ୍ତ ରିପୋର୍ଟ ଦାଖଲ କରାଯିବ, ତାକୁ ଗରିମା ନିଶ୍ଚିତ କରିବେ।

ବନ୍ଦା ଜିଲ୍ଲା କାରାଗାରର ବରିଷ୍ଠ ସୁପରିନଟେଣ୍ଡେଣ୍ଟ ପ୍ରଥମ ଅନସାରୀଙ୍କ ମୃତ୍ୟୁର ନ୍ୟାୟିକ ଯାଞ୍ଚ ପାଇଁ ଜଣେ ତଦନ୍ତକାରୀ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କହିଥିଲେ। ଏହାପରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।