ମୁଖତାର ମୃତ୍ୟୁର ହେବ ନ୍ୟାୟିକ ତଦନ୍ତ, ମାସେ ଭିତରେ ଦେବାକୁ ପଡ଼ିବ ତଦନ୍ତ ରିପୋର୍ଟ
ନୂଆଦିଲ୍ଲୀ: ମାଫିଆ ଡନ୍ ମୁଖତାର ଅଂସାରୀର ମୃତ୍ୟୁ ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକ ମାସ ଭିତରେ ତଦନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି । ମୁଖତାର ଅଂସାରୀଙ୍କ ପୁଅ ଉମର ଅଂସାରୀ ଗୁରୁବାର ରାତିରେ ମାମଲାର ତଦନ୍ତ ଜଜ୍ଙ୍କ ଦ୍ୱାରା କରାଇବା ପାଇଁ ଦାବି କରିଥିଲେ ।ବାନ୍ଦାର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଭଗବାନ ଦାସ ଗୁପ୍ତା ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ଜିଲ୍ଲା କାରାଗାର ବାନ୍ଦାର ବରିଷ୍ଠ ଅଧିକ୍ଷକଙ୍କ ଦ୍ୱାରା ଜେଲରେ ବନ୍ଦୀ ମୁଖତାର ଅଂସାରୀର ମାର୍ଚ୍ଚ ୨୮ରେ ମୃତ୍ୟୁ ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ଯାଞ୍ଚ ଅଧିକାରୀ ନାମିତ କରିବା ପାଇଁ ପ୍ରର୍ଥନା କରାଯାଇଛି । ସେହି ଆଧାରରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଏମପି ଏମଏଲଏ କୋର୍ଟ ଗରିମା ସିଂଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରାଯାଇଛି । ଏକ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ମୁଖତରା ଅଂସାରୀର ପୁଅ ଉମର ଅଂସାରୀ ବାନ୍ଦାର ଜିଲ୍ଲା ଅଧିକାରୀଙ୍କୁ ପତ୍ର ଲେଖି ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ଦ୍ୱାରା ତାଙ୍କ ବାପାଙ୍କ ପୋଷ୍ଟମର୍ଟମ ପାଇଁ ଦାବି କରିଥିଲେ । ଏଥିରେ ସେ କହିଥିଲେ ଯେ ତାଙ୍କ ପରିବାରକୁ ବାନ୍ଦା ଚିକିତ୍ସା ବ୍ୟବସ୍ଥା ଉପରେ ଭରସା ନାହିଁ ।
ନୂଆଦିଲ୍ଲୀ: ମାଫିଆ ଡନ୍ ମୁଖତାର ଅଂସାରୀର ମୃତ୍ୟୁ ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକ ମାସ ଭିତରେ ତଦନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି । ମୁଖତାର ଅଂସାରୀଙ୍କ ପୁଅ ଉମର ଅଂସାରୀ ଗୁରୁବାର ରାତିରେ ମାମଲାର ତଦନ୍ତ ଜଜ୍ଙ୍କ ଦ୍ୱାରା କରାଇବା ପାଇଁ ଦାବି କରିଥିଲେ ।
ବାନ୍ଦାର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଭଗବାନ ଦାସ ଗୁପ୍ତା ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ଜିଲ୍ଲା କାରାଗାର ବାନ୍ଦାର ବରିଷ୍ଠ ଅଧିକ୍ଷକଙ୍କ ଦ୍ୱାରା ଜେଲରେ ବନ୍ଦୀ ମୁଖତାର ଅଂସାରୀର ମାର୍ଚ୍ଚ ୨୮ରେ ମୃତ୍ୟୁ ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ଯାଞ୍ଚ ଅଧିକାରୀ ନାମିତ କରିବା ପାଇଁ ପ୍ରର୍ଥନା କରାଯାଇଛି । ସେହି ଆଧାରରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଏମପି ଏମଏଲଏ କୋର୍ଟ ଗରିମା ସିଂଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରାଯାଇଛି । ଏକ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ।
ମୁଖତରା ଅଂସାରୀର ପୁଅ ଉମର ଅଂସାରୀ ବାନ୍ଦାର ଜିଲ୍ଲା ଅଧିକାରୀଙ୍କୁ ପତ୍ର ଲେଖି ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ଦ୍ୱାରା ତାଙ୍କ ବାପାଙ୍କ ପୋଷ୍ଟମର୍ଟମ ପାଇଁ ଦାବି କରିଥିଲେ । ଏଥିରେ ସେ କହିଥିଲେ ଯେ ତାଙ୍କ ପରିବାରକୁ ବାନ୍ଦା ଚିକିତ୍ସା ବ୍ୟବସ୍ଥା ଉପରେ ଭରସା ନାହିଁ ।