ମୁଖ୍ତାର ଆନ୍ସାରୀଙ୍କୁ ଆଜୀବନ ଜେଲଦଣ୍ଡାଦେଶ କଲେ କୋର୍ଟ, ଜାଣନ୍ତୁ କାହିଁକି?
ବାରଣସୀ ୧୩।୩: ବାହୁବଳି ନେତା ମୁଖ୍ତାର ଆନ୍ସାରୀଙ୍କୁ ବାରଣାସୀ ଏମପି-ଏମଏଲଏ କୋର୍ଟ ବୁଧବାର ଆର୍ମସ ଆକ୍ଟ ମାମଲାରେ ଦଣ୍ଡାଦେଶ କରିଛନ୍ତି। କୋର୍ଟ ମାଫିଆ ଆନ୍ସାରୀକୁ ଆଜୀବନ କାରାଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କାର ଜରିମନା ମଧ୍ୟ କରିଛନ୍ତି। ଗତ ମଙ୍ଗଳବାର ଶୁଣାଣିକାଳରେ କୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଥିଲେ। କୋର୍ଟ ବୁଧବାର ରାୟ ଘୋଷଣା କରିଛନ୍ତି। ନକଲୀ ଅସ୍ତ୍ର ଲାଇସେନ୍ସ ମାମଲାରେ ଗତ ମଙ୍ଗଳବାର ଆନ୍ସାରୀଙ୍କୁ ଭିଡିଓ କନଫରେନସିଂରେ କୋର୍ଟରେ ହାଜର କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଆନ୍ସାରୀଙ୍କ ବିରୋଧରେ ନକଲୀ ଲାଇସେନ୍ସର ଏହା ଅଷ୍ଟମ ମାମଲା, ଯେଉଁଥିରେ କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି। ଏହା ପୂର୍ବର ୭ ମାମଲାରେ ମଧ୍ୟ ମାଫିଆକୁ ଦଣ୍ଡିତ କରାଯାଇଛି। ଏହି ୭ଟି ମାମଲାରୁ ୩ଟିର ଦଣ୍ଡାଦେଶ ବାରଣାସୀ ଏମପି-ଏମଏଲଏ କୋର୍ଟ ଶୁଣାଇଛନ୍ତି। ମାମଲାରୁ ପ୍ରକାଶ ଯେ ମାଫିଆ ମୁଖ୍ତାର ଆନ୍ସାରୀ ଦୋନଳି ବନ୍ଧୁକ ନିମନ୍ତେ ୧୦ ଜୁନ ୧୯୮୭ରେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଲାଇସେନ୍ସ ନିବେଦନ କରିଥିଲା। ଏହା ପରେ ସେ ଜିଲ୍ଲାଧିକାରୀ ଓ ପୋଲିସ ଅଧିକାରୀଙ୍କ ନକଲୀ ସ୍ୱାକ୍ଷରରେ ଲାଇସେନ୍ସ ହାସଲ କରିନେଇଥିଲା। ହେଲେ ଯତେବେଳେ ଏହି ଠକାମୀ ଜଣାପଡିଥିଲା ୧୯୯୦ ମସିହାରେ ଅପରାଧ ଶାଖା ସିଆଇଡି (ସିବି ସିଆଇଡି)ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ୟୁପିର ବାନ୍ଦା ଜେଲରେ ବନ୍ଦୀ ମ
ବାରଣସୀ ୧୩।୩: ବାହୁବଳି ନେତା ମୁଖ୍ତାର ଆନ୍ସାରୀଙ୍କୁ ବାରଣାସୀ ଏମପି-ଏମଏଲଏ କୋର୍ଟ ବୁଧବାର ଆର୍ମସ ଆକ୍ଟ ମାମଲାରେ ଦଣ୍ଡାଦେଶ କରିଛନ୍ତି। କୋର୍ଟ ମାଫିଆ ଆନ୍ସାରୀକୁ ଆଜୀବନ କାରାଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କାର ଜରିମନା ମଧ୍ୟ କରିଛନ୍ତି। ଗତ ମଙ୍ଗଳବାର ଶୁଣାଣିକାଳରେ କୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଥିଲେ। କୋର୍ଟ ବୁଧବାର ରାୟ ଘୋଷଣା କରିଛନ୍ତି। ନକଲୀ ଅସ୍ତ୍ର ଲାଇସେନ୍ସ ମାମଲାରେ ଗତ ମଙ୍ଗଳବାର ଆନ୍ସାରୀଙ୍କୁ ଭିଡିଓ କନଫରେନସିଂରେ କୋର୍ଟରେ ହାଜର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଆନ୍ସାରୀଙ୍କ ବିରୋଧରେ ନକଲୀ ଲାଇସେନ୍ସର ଏହା ଅଷ୍ଟମ ମାମଲା, ଯେଉଁଥିରେ କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି। ଏହା ପୂର୍ବର ୭ ମାମଲାରେ ମଧ୍ୟ ମାଫିଆକୁ ଦଣ୍ଡିତ କରାଯାଇଛି। ଏହି ୭ଟି ମାମଲାରୁ ୩ଟିର ଦଣ୍ଡାଦେଶ ବାରଣାସୀ ଏମପି-ଏମଏଲଏ କୋର୍ଟ ଶୁଣାଇଛନ୍ତି। ମାମଲାରୁ ପ୍ରକାଶ ଯେ ମାଫିଆ ମୁଖ୍ତାର ଆନ୍ସାରୀ ଦୋନଳି ବନ୍ଧୁକ ନିମନ୍ତେ ୧୦ ଜୁନ ୧୯୮୭ରେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଲାଇସେନ୍ସ ନିବେଦନ କରିଥିଲା। ଏହା ପରେ ସେ ଜିଲ୍ଲାଧିକାରୀ ଓ ପୋଲିସ ଅଧିକାରୀଙ୍କ ନକଲୀ ସ୍ୱାକ୍ଷରରେ ଲାଇସେନ୍ସ ହାସଲ କରିନେଇଥିଲା।

ହେଲେ ଯତେବେଳେ ଏହି ଠକାମୀ ଜଣାପଡିଥିଲା ୧୯୯୦ ମସିହାରେ ଅପରାଧ ଶାଖା ସିଆଇଡି (ସିବି ସିଆଇଡି)ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ୟୁପିର ବାନ୍ଦା ଜେଲରେ ବନ୍ଦୀ ମୁଖ୍ତାର ଆନ୍ସାରୀ ବିରୋଧରେ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ତତ୍କାଳୀନ ଅର୍ଡାନ୍ସ ସେକ୍ରେଟାରୀ (ଆୟୁଧ ଲିପିକ)ଗୌରୀ ଶଙ୍କର ଶ୍ରାବାସ୍ତବଙ୍କ ପରଲୋକ ହୋଇଯାଇଥିଲା। ଏହା ସତ୍ୱେ ମୁଖ୍ତାରଙ୍କ ବିରୋଧରେ କୋର୍ଟ ଶୁଣାଣି ଜାରି ରଖିଥିଲେ। ଏହା ପରେ କୋର୍ଟ ବୁଧବାର ମାମଲାରେ ରାୟ ଦେଇଛନ୍ତି।
ବାରଣାସୀ କୋର୍ଟରେ ଏହି ମାମଲାର ଶୁଣାଣି ଦୀର୍ଘ ସମୟରୁ ହେଉଥିଲା। ଏହି ଶୁଣାଣିରେ ମୁଖ୍ତାର ବିରୋଧରେ ସାକ୍ଷ ଦେବା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଲୋକ ରଞ୍ଜନ, ପୂର୍ବତନ ଡିଜିପି ଦେବରାଜ ନାଗର ଓ ଅନ୍ୟ ୧୦ ଜଣଙ୍କୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ଏହା ଛଡା ଏଡିଜିସି ବିନୟ କୁମାର ସିଂହ ସିବି ସିଆଇଡି ପକ୍ଷରୁ ଉପସ୍ଥିତ ଅଧିକାରୀ ଉଦୟରାଜ ଶୁକ୍ଲା ମାମଲାରେ ତର୍କ ରଖିଥିଲେ।