ମୁଖ୍ୟ ନିର୍ବାଚନ କମିଶନରଙ୍କ ବଢିଲା ସୁରକ୍ଷା, ଦିଆଯିବ ‘Z’ ସୁରକ୍ଷା
ନୂଆଦିଲ୍ଲୀ ୦୯।୦୪: ଚଳିତ ମାସରୁ ଆରମ୍ଭ ହେଉଛି ନିର୍ବାଚନ ପ୍ରକ୍ରିୟା । ଏହାପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର୍ଙ୍କ ବଢିଲା ସୁରକ୍ଷା । କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିଶନର୍ ରାଜୀବ କୁମାରଙ୍କୁ ଦେଇଛନ୍ତି ‘Z’ ସୁରକ୍ଷା। ଖବର ଅନୁଯାୟୀ ଗତକିଛି ଦିନ ଭିତରେ ସିଇଓଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି । ଏହାପରେ ‘Z’ ସ୍ତରର ସୁରକ୍ଷା ତାଙ୍କୁ ଦିଆଯିବ। ସୂଚନାନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯାଇଛି । Z ବର୍ଗର ସୁରକ୍ଷା ପ୍ରୋଟୋକଲଗୁଡିକ ଅଧୀନରେ ଏକ ବିସ୍ତୃତ ସୁରକ୍ଷା ବିବରଣୀ ସାମିଲ କରାଯାଇଛି । ରାଜୀବ କୁମାରଙ୍କୁ ସୁରକ୍ଷା ଦେବା ପାଇଁ CRPF କମାଣ୍ଡୋ ସମେତ ମୋଟ ୩୩ ଜଣ ସୁରକ୍ଷାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ ରାଜୀବ କୁମାରଙ୍କ ବାସଭବନରେ ୧୦ ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, ୬ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦିନରାତି ସୁରକ୍ଷା ଯୋଗାଉଛନ୍ତି । ଏଥିସହିତ ତିନି ସିଫ୍ଟରେ କାମ କରୁଥିବା ୧୨ ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ ମଧ୍ୟ ଅଛନ୍ତି । ଏମାନଙ୍କ ବ୍ୟତୀତ ‘Z’ ସୁରକ୍ଷାରେ ୪ ଜଣ NSG କମାଣ୍ଡୋ ବି ରହିଛନ୍ତି । ଏଥିସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପ୍ରତି ଶିଫ୍ଟରେ ଦୁଇଜଣ ୱାଚର ଏବଂ ତିନିଜଣ ତାଲିମପ୍ରାପ୍ତ ଡ୍ରାଇଭରଙ୍କୁ ଷ୍ଟାଣ୍ଡବାଇରେ ମଧ୍ୟ ରଖାଯାଇଛି।ତେବେ ରାଜୀବ କୁମାର
ନୂଆଦିଲ୍ଲୀ ୦୯।୦୪: ଚଳିତ ମାସରୁ ଆରମ୍ଭ ହେଉଛି ନିର୍ବାଚନ ପ୍ରକ୍ରିୟା । ଏହାପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର୍ଙ୍କ ବଢିଲା ସୁରକ୍ଷା । କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିଶନର୍ ରାଜୀବ କୁମାରଙ୍କୁ ଦେଇଛନ୍ତି ‘Z’ ସୁରକ୍ଷା। ଖବର ଅନୁଯାୟୀ ଗତକିଛି ଦିନ ଭିତରେ ସିଇଓଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି । ଏହାପରେ ‘Z’ ସ୍ତରର ସୁରକ୍ଷା ତାଙ୍କୁ ଦିଆଯିବ।
ସୂଚନାନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯାଇଛି । Z ବର୍ଗର ସୁରକ୍ଷା ପ୍ରୋଟୋକଲଗୁଡିକ ଅଧୀନରେ ଏକ ବିସ୍ତୃତ ସୁରକ୍ଷା ବିବରଣୀ ସାମିଲ କରାଯାଇଛି । ରାଜୀବ କୁମାରଙ୍କୁ ସୁରକ୍ଷା ଦେବା ପାଇଁ CRPF କମାଣ୍ଡୋ ସମେତ ମୋଟ ୩୩ ଜଣ ସୁରକ୍ଷାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି।
ଏଥିରେ ରାଜୀବ କୁମାରଙ୍କ ବାସଭବନରେ ୧୦ ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, ୬ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦିନରାତି ସୁରକ୍ଷା ଯୋଗାଉଛନ୍ତି । ଏଥିସହିତ ତିନି ସିଫ୍ଟରେ କାମ କରୁଥିବା ୧୨ ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ ମଧ୍ୟ ଅଛନ୍ତି । ଏମାନଙ୍କ ବ୍ୟତୀତ ‘Z’ ସୁରକ୍ଷାରେ ୪ ଜଣ NSG କମାଣ୍ଡୋ ବି ରହିଛନ୍ତି । ଏଥିସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପ୍ରତି ଶିଫ୍ଟରେ ଦୁଇଜଣ ୱାଚର ଏବଂ ତିନିଜଣ ତାଲିମପ୍ରାପ୍ତ ଡ୍ରାଇଭରଙ୍କୁ ଷ୍ଟାଣ୍ଡବାଇରେ ମଧ୍ୟ ରଖାଯାଇଛି।
ତେବେ ରାଜୀବ କୁମାର ହେଉଛନ୍ତି ଦେଶର ୨୫ତମ ମୁଖ୍ୟ ନିର୍ବାଚନ କମିଶନର । ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରାଜୀବ କୁମାର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କ ସ୍ଥାନ ନେଇଛନ୍ତି । ଏହାପୂର୍ବରୁ ସେ ନିର୍ବାଚନ କମିଶନର ମଧ୍ୟ ରହିଛନ୍ତି ।
ରାଜୀବ କୁମାର ଭାରତ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସାରିଛନ୍ତି। ବିହାର ଏବଂ ଝାଡଖଣ୍ଡର କ୍ୟାଡରର ଆଇଏଏସ୍ ଥିବା ରାଜୀବ କୁମାର ୨୦୨୦ରେ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିଲେ ।