ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ କଂଗ୍ରେସର ବିରୋଧ, କର୍ମୀଙ୍କୁ ଉଠାଇନେଲା ପୋଲିସ
ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ହଳଦୀପଦା ଓ ମୁଣ୍ଡାମ୍ବ କାଳିବେତୀଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଇନଶୃଙ୍ଖଳା ଦୃଷ୍ଟିରୁ କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ସମେତ ୫ଜଣ ସହଯୋଗୀଙ୍କୁ ଜଟଣୀ ବାଇପାସ ବାସଭବନରୁ ଶିଳ୍ପାଞ୍ଚଳ ପୋଲିସ ଉଠାଇ ନେଇଛି। ସୋନାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଘର ସମ୍ମୁଖରେ କଳାପତାକା ଦେଖାଇ ସଭାସ୍ଥଳକୁ ବାହାରୁଥିବାବେଳେ ପୋଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ସେହିପରି ଛାତ୍ର ନେତା ସ୍ଯଯଯରଞ୍ଜନ […] The post ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ କଂଗ୍ରେସର ବିରୋଧ, କର୍ମୀଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.
ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ହଳଦୀପଦା ଓ ମୁଣ୍ଡାମ୍ବ କାଳିବେତୀଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଇନଶୃଙ୍ଖଳା ଦୃଷ୍ଟିରୁ କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ସମେତ ୫ଜଣ ସହଯୋଗୀଙ୍କୁ ଜଟଣୀ ବାଇପାସ ବାସଭବନରୁ ଶିଳ୍ପାଞ୍ଚଳ ପୋଲିସ ଉଠାଇ ନେଇଛି। ସୋନାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଘର ସମ୍ମୁଖରେ କଳାପତାକା ଦେଖାଇ ସଭାସ୍ଥଳକୁ ବାହାରୁଥିବାବେଳେ ପୋଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ସେହିପରି ଛାତ୍ର ନେତା ସ୍ଯଯଯରଞ୍ଜନ ବରାଳ, ୍ଯଯଯ ଜଣେ ସହଯୋଗୀଙ୍କୁ ଗଡଖୋର୍ଦ୍ଧା ତରାବୋଇ ରାସ୍ତାରୁ ଶିଳ୍ପାଂଚଳ ପୋଲିସ ଉଠାଇ ନେଇଥିଲା। ସ୍ଯଯଯ ବାଇକରେ ଖୋର୍ଦ୍ଧା ହଳଦିପଦା ଆଡକୁ ଯାଉଥିବା ଖବରପାଇ ପୋଲିସ ଟିମ ବରୁଣେଇ ରାସ୍ତାରେ ଜଗି ରହିଥିଲେ। ସେ ସେଠାରେ କଳାପତାକା ଦେଖାଇ ଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ବିଶ୍ବଭୁଷଣ ଛୋଟରାୟ ଙ୍କୁ ଜଙ୍କିଆ ପୋଲିସ ଉଠାଇ ନେଇଛି।
The post ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ କଂଗ୍ରେସର ବିରୋଧ, କର୍ମୀଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.