ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ପକ୍ଷରୁ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ କ.ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ଲିମାର ପଦର ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବସୀୟ ତାଲିମ୍ ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗ […] The post ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ପକ୍ଷରୁ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ appeared first on Odisha.News.

ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ପକ୍ଷରୁ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ କ.ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ଲିମାର ପଦର ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବସୀୟ ତାଲିମ୍ ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରବନ୍ଧକ ସମୀର ନାୟକ, ଆଇଟି ଡିଏ କୃଷି ଅଧିକାରୀ ରାଜେସ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ଚାଷୀ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଚଳିତ ବର୍ଷ ୭ଟି ବ୍ଲକର ୬୫ ଏକର ଚାଷ ଜମିରେ ଗେଣ୍ଡୁ ଫୁଲ ଚାଷ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଛି । ଚାଷୀଙ୍କ ଚାଷ ଜମିରେ ଏକର ପିଛା ୧୮ ହଜାର ଗେଣ୍ଡୁ ଫୁଲ ଚାରା ସହ ନିମ୍ବ ପୀଡ଼ିଆ, ସାର, ଲିମ୍ବ ତେଲ ମାଗଣା ପ୍ରଦାନ କରାଯାଉଥିବା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଉପସ୍ଥିତ ଚାଷୀଙ୍କୁ ସୂଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ରେ ଲିମାର ପଦର ଚାଷ ଜମିରେ କିଭଳି ଗେଣ୍ଡୁ ଫୁଲ ଚାରା ରୋପଣ କରାଯାଏ ସେ ନେଇ ଚାଷୀଙ୍କୁ ହଟିକଲଚର ଏଏଚଓ ବିଭୁଦତ ବିଶ୍ୱାଳ, ନୀଳାଚଳ ପଣ୍ଡା ତାଲିମ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାତଟି ବ୍ଲକର ଏକ୍ସପୋର୍ଟ ଏବଂ ବାଲିଗୁଡ଼ା, ତୁମୁଡିବନ୍ଧ, କ ନୂଆଗାଁ, ଦାରିଙ୍ଗବାଡି, ରାଇକିଆ, ଟିକାବାଲି, ଚକାପାଦ ଭଳି ୭ଟି ବ୍ଲକର ଚାଷୀ ଉପସ୍ଥିତ ରହି ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ ନେଇଥିଲେ ।

The post ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ପକ୍ଷରୁ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ appeared first on Odisha.News.