ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ : ଚମ୍ପାଇ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ହେମନ୍ତ ସୋରେନ ଗିରଫ ହେବାର ୨ ଦିନ ପରେ ଚମ୍ପାଇ ସୋରେନ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଆସନ୍ତା ୧୦ ଦିନ ମଧ୍ୟରେ ସେ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ୬୭ ବର୍ଷୀୟ ସୋରେନଙ୍କ ପଛରେ ଶାସକ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ), କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟର […]

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ : ଚମ୍ପାଇ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ହେମନ୍ତ ସୋରେନ ଗିରଫ ହେବାର ୨ ଦିନ ପରେ ଚମ୍ପାଇ ସୋରେନ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଆସନ୍ତା ୧୦ ଦିନ ମଧ୍ୟରେ ସେ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ୬୭ ବର୍ଷୀୟ ସୋରେନଙ୍କ ପଛରେ ଶାସକ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ), କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟର ୪୩ ବିଧାୟକଙ୍କ ସମର୍ଥନ ରହିଛି। କଂଗ୍ରେସ ଏବଂ ଆରଜେଡିରୁ ୨ ଜଣ ନେତା ମଧ୍ୟ ଚମ୍ପାଇ ସୋରେନଙ୍କ ସହ ଆଜି ଶପଥ ନେଇଛନ୍ତି। ଚମ୍ପାଇ ସୋରେନ ୬ ଥର ବିଧାୟକ ହୋଇଛନ୍ତି । ସେ ମଧ୍ୟ ହେମନ୍ତ ସୋରେନ ସରକାରରେ ପରିବହନ ମନ୍ତ୍ରୀ। ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରାଯିବାରୁ ଏହା ନେଇ ଜେଏମଏମରେ କ୍ଷମତା ସଂଘର୍ଷ ହୋଇଛି। ସୋରେନ ପରିବାରରେ ମଧ୍ୟ ବିବାଦ ଦେଖାଦେଇଥିବା ଜଣାପଡ଼ିଛି।