ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶର ଦେଖାଗଲା ପ୍ରଭାବ, ଉତ୍ତରପ୍ରଦେଶ କାଉଡିଆ ମାର୍ଗରେ ବଦଳିଲା ହୋଟେଲ ଓ ଢାବାର ନାମ

ମୁଜଫରନଗର ୧୯।୭: କାଉଡିଆ ମାର୍ଗରେ ଥିବା ଢାବା, ଦୋକାନ ଅଥବା ଠେଲା ମାଲିକଙ୍କ ନାମ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶକୁ ନେଇ ରାଜନୈତିକ ଲଢେଇ ଚାଲିଥିବା ବେଳେ ଖାଦ୍ୟପେୟ ଦୋକାନ ଓ ଢାବା ମାନଙ୍କରେ ପରିବର୍ତ୍ତନ ଦେଖାଗଲାଣି। ଦିଲ୍ଲୀ-ଡେରାଡୁନ ରାସ୍ତାର ରାମପୁର ନିକଟରେ ୨୫ ବର୍ଷ ହେଲା ବ୍ୟବସାୟ କରିଆସୁଥିବା ସଙ୍ଗମ ଶୁଦ୍ଧ ସାକାହାରୀ ଢାବା ମାଲିକ ସଲିମ ପୋଲିସ ପ୍ରଶାସନର ନିର୍ଦ୍ଦେଶ ମୁତାବକ ନିଜ ଢାବାର ନାମ ବଦଳାଇ ସଲିମ ଶୁଦ୍ଧ ସାକାହାରୀ ଭୋଜନାଳୟ କରିଛନ୍ତି। ସଲିମ ଖାଦ୍ୟ ସୁରକ୍ଷା ମନ୍ତ୍ରାଳୟ ପଞ୍ଜିକରଣରେ ବି ନିଜ ନାମ ବ୍ୟବହାର କରିଛନ୍ତି। ଏପରି ପରିବର୍ତ୍ତନ କାଉଡିଆ ମାର୍ଗରେ ପଡୁଥିବା ସବୁ ଦୋକାନ, ଢାବା ଓ ଠେଲାରେ ଦେଖିବାକୁ ମିଳୁଛି। ଢାବା ସଞ୍ଚାଳକ ସଲିମ ନାମ ଓ ପରିଚୟ ଜଣାଇବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ଡିଏମ ଅରବିନ୍ଦ ମଲ୍ଲପା ବଙ୍ଗାରୀ ଓ ଏସଏସପି ଅଭିଷେକ ସିଂହ କହିଛନ୍ତି ଯେ କାଉଡିଆ ସେମାନଙ୍କ ଖାଦ୍ୟପଦାର୍ଥରେ କିଛି ଖାଦ୍ୟକୁ ବାରଣ କରନ୍ତି। ଏଣୁ କାଉଡିଆ ଭ୍ରମରେ ପଡିଲେ ଆଇନଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା ରହିଛି। ଶ୍ରଦ୍ଧାଳୁଙ୍କ ଆସ୍ଥା ଦୃଷ୍ଟିରୁ ହୋଟେଲ ଓ ଢାବା ସଞ୍ଚାଳକଙ୍କୁ ସେମାନଙ୍କ ପରିଚୟ ଓ ଦୋକାନରେ କାମ କରୁଥିବା ଲୋକଙ୍କ ନାମ ପ୍ରଦର୍ଶିତ କରିବାକୁ କୁହାଯାଇଥିଲା। ଜିଲ୍ଲା ବାର ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଅନିଲ ଜିନ୍ଦଲ କହିଛନ୍ତି ଯେ ପରିଚୟ ପ୍ରକାଶ କରିବା ସମ୍

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶର ଦେଖାଗଲା ପ୍ରଭାବ, ଉତ୍ତରପ୍ରଦେଶ କାଉଡିଆ ମାର୍ଗରେ ବଦଳିଲା ହୋଟେଲ ଓ ଢାବାର ନାମ

ମୁଜଫରନଗର ୧୯।୭: କାଉଡିଆ ମାର୍ଗରେ ଥିବା ଢାବା, ଦୋକାନ ଅଥବା ଠେଲା ମାଲିକଙ୍କ ନାମ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶକୁ ନେଇ ରାଜନୈତିକ ଲଢେଇ ଚାଲିଥିବା ବେଳେ ଖାଦ୍ୟପେୟ ଦୋକାନ ଓ ଢାବା ମାନଙ୍କରେ ପରିବର୍ତ୍ତନ ଦେଖାଗଲାଣି। ଦିଲ୍ଲୀ-ଡେରାଡୁନ ରାସ୍ତାର ରାମପୁର ନିକଟରେ ୨୫ ବର୍ଷ ହେଲା ବ୍ୟବସାୟ କରିଆସୁଥିବା ସଙ୍ଗମ ଶୁଦ୍ଧ ସାକାହାରୀ ଢାବା ମାଲିକ ସଲିମ ପୋଲିସ ପ୍ରଶାସନର ନିର୍ଦ୍ଦେଶ ମୁତାବକ ନିଜ ଢାବାର ନାମ ବଦଳାଇ ସଲିମ ଶୁଦ୍ଧ ସାକାହାରୀ ଭୋଜନାଳୟ କରିଛନ୍ତି। 

ସଲିମ ଖାଦ୍ୟ ସୁରକ୍ଷା ମନ୍ତ୍ରାଳୟ ପଞ୍ଜିକରଣରେ ବି ନିଜ ନାମ ବ୍ୟବହାର କରିଛନ୍ତି। ଏପରି ପରିବର୍ତ୍ତନ କାଉଡିଆ ମାର୍ଗରେ ପଡୁଥିବା ସବୁ ଦୋକାନ, ଢାବା ଓ ଠେଲାରେ ଦେଖିବାକୁ ମିଳୁଛି। ଢାବା ସଞ୍ଚାଳକ ସଲିମ ନାମ ଓ ପରିଚୟ ଜଣାଇବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ଡିଏମ ଅରବିନ୍ଦ ମଲ୍ଲପା ବଙ୍ଗାରୀ ଓ ଏସଏସପି ଅଭିଷେକ ସିଂହ କହିଛନ୍ତି ଯେ କାଉଡିଆ ସେମାନଙ୍କ ଖାଦ୍ୟପଦାର୍ଥରେ କିଛି ଖାଦ୍ୟକୁ ବାରଣ କରନ୍ତି। ଏଣୁ କାଉଡିଆ ଭ୍ରମରେ ପଡିଲେ ଆଇନଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା ରହିଛି। ଶ୍ରଦ୍ଧାଳୁଙ୍କ ଆସ୍ଥା ଦୃଷ୍ଟିରୁ ହୋଟେଲ ଓ ଢାବା ସଞ୍ଚାଳକଙ୍କୁ ସେମାନଙ୍କ ପରିଚୟ ଓ ଦୋକାନରେ କାମ କରୁଥିବା ଲୋକଙ୍କ ନାମ ପ୍ରଦର୍ଶିତ କରିବାକୁ କୁହାଯାଇଥିଲା। 

ଜିଲ୍ଲା ବାର ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଅନିଲ ଜିନ୍ଦଲ କହିଛନ୍ତି ଯେ ପରିଚୟ ପ୍ରକାଶ କରିବା ସମ୍ପୂର୍ଣ୍ଣ ଠିକ। ଏହା କୌଣସି ଦୃଷ୍ଟିରୁ ବେଆଇନ ନୁହେଁ। କାରଣ ଏଥି ଯୋଗୁ କାହାର ଧାର୍ମିକ ଭାବନା ଆହତ ହୁଏନି। ସେହିପରି ପବିତ୍ର ଗଙ୍ଗା ଜଳ ନେଇ ଗନ୍ତବ୍ୟ ପଥରେ ଯାଉଥିବା ଗୁରୁଗ୍ରାମର କାଉଡିଆ ହିମାଂଶୁ ଓ ପଲବଲ ବାସିନ୍ଦା ସୁମିତ ଏହି ପଦକ୍ଷେପକୁ ଉଟିତ ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ କାଉଡି ଯାତ୍ରା କାଳରେ କୌଣସି ଶିବ ଭକ୍ତ ପିଆଜ ମଧ୍ୟ ଖାଆନ୍ତି ନାହିଁ। ଏଣୁ ହୋଟେଲ ଓ ଢାବ ଚଳାଉଥିବା ଲୋକଙ୍କ ନାମ ସ୍ପଷ୍ଟ ରୂପେ ଲେଖା ହେବା ଦରକାର।