୨୪ ଘଣ୍ଟାରୁ କେତେ ସମୟ ଠିଆ ହେବା ଜରୁରୀ ? ସ୍ୱିନବର୍ଣ୍ଣ ୟୁନିଭରସିଟି ଷ୍ଟଡି ରିପୋର୍ଟରେ ଖୁଲାସା
ନୂଆଦିଲ୍ଲୀ: ଦିନକୁ କେତେ ଘଣ୍ଚା ଠିଆ ହେବା ଉଚିତ୍ ? ଦୈନିକ କେତେ ସମୟ ବସିବା ଦରକାର ? ଯଦି ଆପଣଙ୍କୁ ଏ ପ୍ରଶ୍ନ ପଚରାଯାଏ ଆପଣ ବୋଧହୁଏ ଏହାର ଉତ୍ତର ଦେଇପାରିବେନି। କିନ୍ତୁ ଏହି କଠିନ ପ୍ରଶ୍ନର ସଠିକ୍ ଉତ୍ତର ପାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଅଷ୍ଟ୍ରେଲିଆର ସ୍ୱିନବର୍ଣ୍ଣ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଗବେଷକ କହିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି ଦୈନିକ ୨୪ ଘଣ୍ଟାରୁ କେତେ ଘଣ୍ଟା ବସିବା, ଠିଆ ହେବା, ଶୋଇବା ଏବଂ ଶାରୀରିକ କାର୍ଯ୍ୟକଳାପ କରିବା ଉଚିତ୍। ଆମର ଜୀବନଶୈଳୀ ଆମର ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ସ୍ୱିନବର୍ଣ୍ଣ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରାୟ ୨୦୦୦ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅଧ୍ୟୟନ କରିଥିଲେ। ଯେଉଁଥିରେ ଜଣାପଡିଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକମାନେ ପ୍ରତିଦିନ ୮ ଘଣ୍ଟା ଭଲ ନିଦ ହେବା ଉଚିତ୍। ଲୋକମାନେ ଦିନକୁ ୫ ଘଣ୍ଟା ଛିଡା ହେବା ଓ ୬ ଘଣ୍ଟା ବସିବା ଉଚିତ୍। ଏହା ବ୍ୟତୀତ ହାଲୁକା ଏବଂ ମଧ୍ୟମ ଧରଣର ଶାରୀରିକ କାର୍ଯ୍ୟକଳାପ ଦୈନିକ ୪ ଘଣ୍ଟା ପାଇଁ କରାଯିବା ଉଚିତ୍। ୪ ଘଣ୍ଟା ନିୟମିତ ଶାରୀରିକ କାର୍ଯ୍ୟକଳାପ କରିବା ଦ୍ୱାରା ଶରୀରରେ ଗ୍ଲାଇସେମିକ୍ ନିୟନ୍ତ୍ରଣରେ ରହିଥାଏ। ମଧ୍ୟମରୁ କଠିନ ଶାରୀରିକ କାର୍ଯ୍ୟକଳାପ କହିଲେ ସାଇକେଲିଂ, ଜଗ
ନୂଆଦିଲ୍ଲୀ: ଦିନକୁ କେତେ ଘଣ୍ଚା ଠିଆ ହେବା ଉଚିତ୍ ? ଦୈନିକ କେତେ ସମୟ ବସିବା ଦରକାର ? ଯଦି ଆପଣଙ୍କୁ ଏ ପ୍ରଶ୍ନ ପଚରାଯାଏ ଆପଣ ବୋଧହୁଏ ଏହାର ଉତ୍ତର ଦେଇପାରିବେନି। କିନ୍ତୁ ଏହି କଠିନ ପ୍ରଶ୍ନର ସଠିକ୍ ଉତ୍ତର ପାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଅଷ୍ଟ୍ରେଲିଆର ସ୍ୱିନବର୍ଣ୍ଣ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଗବେଷକ କହିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି ଦୈନିକ ୨୪ ଘଣ୍ଟାରୁ କେତେ ଘଣ୍ଟା ବସିବା, ଠିଆ ହେବା, ଶୋଇବା ଏବଂ ଶାରୀରିକ କାର୍ଯ୍ୟକଳାପ କରିବା ଉଚିତ୍।
ଆମର ଜୀବନଶୈଳୀ ଆମର ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ସ୍ୱିନବର୍ଣ୍ଣ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରାୟ ୨୦୦୦ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅଧ୍ୟୟନ କରିଥିଲେ। ଯେଉଁଥିରେ ଜଣାପଡିଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକମାନେ ପ୍ରତିଦିନ ୮ ଘଣ୍ଟା ଭଲ ନିଦ ହେବା ଉଚିତ୍। ଲୋକମାନେ ଦିନକୁ ୫ ଘଣ୍ଟା ଛିଡା ହେବା ଓ ୬ ଘଣ୍ଟା ବସିବା ଉଚିତ୍।
ଏହା ବ୍ୟତୀତ ହାଲୁକା ଏବଂ ମଧ୍ୟମ ଧରଣର ଶାରୀରିକ କାର୍ଯ୍ୟକଳାପ ଦୈନିକ ୪ ଘଣ୍ଟା ପାଇଁ କରାଯିବା ଉଚିତ୍। ୪ ଘଣ୍ଟା ନିୟମିତ ଶାରୀରିକ କାର୍ଯ୍ୟକଳାପ କରିବା ଦ୍ୱାରା ଶରୀରରେ ଗ୍ଲାଇସେମିକ୍ ନିୟନ୍ତ୍ରଣରେ ରହିଥାଏ। ମଧ୍ୟମରୁ କଠିନ ଶାରୀରିକ କାର୍ଯ୍ୟକଳାପ କହିଲେ ସାଇକେଲିଂ, ଜଗିଂ, ଡେଇଁବା ଏବଂ ଏରୋବିକ୍ ଡ୍ୟାନ୍ସ ସାମିଲ ରହିଛି।
ଗବେଷକଙ୍କ ଅନୁଯାୟୀ, ହାଲୁକା ଶାରୀରିକ କାର୍ଯ୍ୟକଳାପ କହିଲେ- ଚାଲିବା ଠାରୁ ଆରମ୍ଭ କରି ରୋଷେଇ କରିବା ଏବଂ ଘରର କାମ କରିବା, ଉଚ୍ଚ ସ୍ୱରରେ ହସିବା। ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଲୋକଙ୍କୁ ୮ ଘଣ୍ଟା ୨୦ ମିନିଟ୍ ଶୋଇବାକୁ ପରାମର୍ଶ ଦେଇଛି ସ୍ୱିନବର୍ନ ଟିମ୍। ବୈଜ୍ଞାନିକଙ୍କ ଅନୁଯାୟୀ, ଏହାଠାରୁ କମ୍ କିମ୍ବା ଅଧିକ ସମୟ ଶୋଇବା ଉଚିତ୍ ନୁହେଁ।
ଗବେଷକ କହିଛନ୍ତି ଯେ କମ୍ ବସିବା ଏବଂ ଅଧିକ ଠିଆ ହେବା, ଶାରୀରିକ କାର୍ଯ୍ୟକଳାପ କରିବା ଏବଂ ଶୋଇବା ଉତ୍ତମ କାର୍ଡିଓମେଟାବୋଲିକ୍ ସହିତ ଜଡିତ। ଏହା ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ରୋଗର ଆଶଙ୍କା ହ୍ରାସ କରେ। ଗବେଷଣା ଅନୁଯାୟୀ ଏପରି ଜୀବନଶୈଳୀରେ ହୃଦ୍ ରୋଗ, ଷ୍ଚ୍ରୋକ୍ ଓ ମଧୁମେହ ପରି ଅନେକ ରୋଗରୁ ରକ୍ଷା କରିଥାଏ।