ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ‘ଖାଲି ରାଜକୋଷ’ ଅଭିଯୋଗର ଉତ୍ତର ରଖିଲେ ଆତିଶୀ, କହିଲେ-୨ ଦିନ ପୂର୍ବରୁ ..

ନୂଆଦିଲ୍ଲୀ ୨୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରବିବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ  ‘ଯେତେବେଳେ ଅଧିକାରୀଙ୍କ ସହ ବୈଠକ କରି ସରକାରଙ୍କ ଆଜିର ଆର୍ଥିକ ସ୍ଥିତି ଦେଖିଲୁ ସେଥିରେ ସବୁ ସରକାରୀ ରାଜକୋଷ ଖାଲି, ତେବେ ତାଙ୍କ ସରକାର ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ। ମହିଳାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ୧ହଜାର ପ୍ରତିଶତ ପୂରଣ ହେବ’ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଉପରେ ଆମ ଆଦମୀ ପାର୍ଟି (ଆପ) ପାଲଟା ଆକ୍ରମଣ କରିଛି। ଆପ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ ଆମେ ଜାଣିଛୁ ବିଜେପି ସରକାରକୁ ଆସିଲେ ଏମିତି ଅନେକ ବାହାନା କରିବ। ସରକାର ତଥାକଥିତ ପ୍ରତିଶ୍ରୁତି ଓ ଗ୍ୟାରେଣ୍ଟି ପୁରା କରିବାରୁ ଓହରିବ। ପ୍ରତିଶ୍ରୁତି ପୂରଣ କରିବାକୁ କିଛି ନା କିଛି ବାହାନା ନିଶ୍ଚିତ କରିବ। ଏଣୁ ବିଜେପି ସରକାର ଗଢ଼ାଯିବା ଓ ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ମୁଁ ଦିଲ୍ଲୀ ଓ ଦେଶ ସମ୍ମୁଖରେ ଦିଲ୍ଲୀ ସରକାରଙ୍କ ରାଜକୋଷର ତଥ୍ୟ ରଖି ଦେଇଥିଲି। ଆପ ନେତା ଆତିଶୀ କହିଛନ୍ତି ଯେ ଯେତେବେଳେ ୨୦୧୫ ମସିହାରେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସରକାର ହେଲା ଦିଲ୍ଲୀର ବଜେଟ ମାତ୍ର ୩୦ ହଜାର କୋଟି ଟଙ୍କା ଥିଲା। ଏଥିରେ କେନ୍ଦ୍ରରୁ ଦିଲ୍ଲୀ ସରକାରଙ୍କୁ ଟଙ୍କାଟିଏ ବି ମିଳୁନଥିଲା। ଏଣୁ ସବୁ ରାଜସ୍ୱ ଦିଲ୍ଲୀର ନିଜର ରାଜସ୍ୱ। ଆପ ୧୦ ବର୍ଷ ପର୍ଯ୍

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ‘ଖାଲି ରାଜକୋଷ’ ଅଭିଯୋଗର ଉତ୍ତର ରଖିଲେ ଆତିଶୀ, କହିଲେ-୨ ଦିନ ପୂର୍ବରୁ ..

ନୂଆଦିଲ୍ଲୀ ୨୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରବିବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ  ‘ଯେତେବେଳେ ଅଧିକାରୀଙ୍କ ସହ ବୈଠକ କରି ସରକାରଙ୍କ ଆଜିର ଆର୍ଥିକ ସ୍ଥିତି ଦେଖିଲୁ ସେଥିରେ ସବୁ ସରକାରୀ ରାଜକୋଷ ଖାଲି, ତେବେ ତାଙ୍କ ସରକାର ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ। ମହିଳାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ୧ହଜାର ପ୍ରତିଶତ ପୂରଣ ହେବ’ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଉପରେ ଆମ ଆଦମୀ ପାର୍ଟି (ଆପ) ପାଲଟା ଆକ୍ରମଣ କରିଛି। 

ଆପ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ ଆମେ ଜାଣିଛୁ ବିଜେପି ସରକାରକୁ ଆସିଲେ ଏମିତି ଅନେକ ବାହାନା କରିବ। ସରକାର ତଥାକଥିତ ପ୍ରତିଶ୍ରୁତି ଓ ଗ୍ୟାରେଣ୍ଟି ପୁରା କରିବାରୁ ଓହରିବ। ପ୍ରତିଶ୍ରୁତି ପୂରଣ କରିବାକୁ କିଛି ନା କିଛି ବାହାନା ନିଶ୍ଚିତ କରିବ। ଏଣୁ ବିଜେପି ସରକାର ଗଢ଼ାଯିବା ଓ ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ମୁଁ ଦିଲ୍ଲୀ ଓ ଦେଶ ସମ୍ମୁଖରେ ଦିଲ୍ଲୀ ସରକାରଙ୍କ ରାଜକୋଷର ତଥ୍ୟ ରଖି ଦେଇଥିଲି। 

ଆପ ନେତା ଆତିଶୀ କହିଛନ୍ତି ଯେ ଯେତେବେଳେ ୨୦୧୫ ମସିହାରେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସରକାର ହେଲା ଦିଲ୍ଲୀର ବଜେଟ ମାତ୍ର ୩୦ ହଜାର କୋଟି ଟଙ୍କା ଥିଲା। ଏଥିରେ କେନ୍ଦ୍ରରୁ ଦିଲ୍ଲୀ ସରକାରଙ୍କୁ ଟଙ୍କାଟିଏ ବି ମିଳୁନଥିଲା। ଏଣୁ ସବୁ ରାଜସ୍ୱ ଦିଲ୍ଲୀର ନିଜର ରାଜସ୍ୱ। ଆପ ୧୦ ବର୍ଷ ପର୍ଯ୍ୟନ୍ତ ସଚ୍ଚୋଟତାର ସହିତ ସରକାର ଚଲାଇଥିଲା ଓ ୧୦ ବର୍ଷରେ ଦିଲ୍ଲୀର ବଜେଟକୁ ୭୭,୦୦୦ କୋଟି ଟଙ୍କାରେ ପହଞ୍ଚାଇଥିଲା। 

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ ଦେଶର ୨୦ଟି ରାଜ୍ୟରେ ବିଜେପିର ସରକାର ରହିଛି ମୁଁ ବିଜେପିକୁ ଚ୍ୟାଲେଞ୍ଜ କରୁଛି କେଉଁ ରାଜ୍ୟରେ ବଜେଟ୍ ଅଢେଇଗୁଣା କରିଛି କି? କିନ୍ତୁ ଦିଲ୍ଲୀର ଆପ ସରକାର କରିଥିଲା। କୌଣସି ରାଜ୍ୟର ଆର୍ଥିକ ସ୍ୱାସ୍ଥ୍ୟ ଜିଡିପିର ଅଂଶବିଶେଷ ହୋଇଥାଏ। ଏଥିରେ ଦିଲ୍ଲୀର ଯୋଗଦାନ ୩ ପ୍ରତିଶତରୁ ଅଧିକ ଥିଲା।