ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ନାକେଦମ୍‌ : ଲାଗୁନି ନମ୍ବର, ମିଳୁନି ବୈଷୟିକ ସହାୟତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ପାଇଁ ନାକେଦମ୍‌ ହେଲେଣି ଶିକ୍ଷକ ଶିକ୍ଷୟିତ୍ରୀ। ପୂର୍ବବର୍ଷ ପଞ୍ଜୀକରଣ କରିଥିବା ମୋବାଇଲ୍‌ ନମ୍ବର ଦେଇ ଲଗ୍‌-ଇନ୍‌ କଲେ ଅନ୍ୟ ବିଦ୍ୟାଳୟର ତଥ୍ୟ ଆସୁଛି। ନୂତନ ଭାବେ ଅନ୍ୟ ଏକ ମୋବାଇଲ୍‌ ନମ୍ବର ଦେଇ ପଞ୍ଜୀକରଣ କଲେ, ସମ୍ପୃକ୍ତ ଶିକ୍ଷକଙ୍କର ସମ୍ପୂର୍ଣ୍ଣ ତଥ୍ୟ ପୋର୍ଟାଲ୍‌ରେ ଆସୁନାହିଁ। ତେଣୁ, କେମିତି ଆବେଦନ କରିବେ ଜାଣି ପାରୁନାହାନ୍ତି ଶିକ୍ଷକ/ଶିକ୍ଷୟିତ୍ରୀ। ବୈଷୟିକ ସହାୟତା ନେବାକୁ ଟୋଲ୍‌-ଫ୍ରି ନମ୍ବରରେ ଫୋନ୍‌ କଲେ ‘ଏହି ଦିଗ ପାଇଁ […]

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ନାକେଦମ୍‌ : ଲାଗୁନି ନମ୍ବର, ମିଳୁନି ବୈଷୟିକ ସହାୟତା
mukhyamantri sikhya puraskar odisha 2025

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ପାଇଁ ନାକେଦମ୍‌ ହେଲେଣି ଶିକ୍ଷକ ଶିକ୍ଷୟିତ୍ରୀ। ପୂର୍ବବର୍ଷ ପଞ୍ଜୀକରଣ କରିଥିବା ମୋବାଇଲ୍‌ ନମ୍ବର ଦେଇ ଲଗ୍‌-ଇନ୍‌ କଲେ ଅନ୍ୟ ବିଦ୍ୟାଳୟର ତଥ୍ୟ ଆସୁଛି। ନୂତନ ଭାବେ ଅନ୍ୟ ଏକ ମୋବାଇଲ୍‌ ନମ୍ବର ଦେଇ ପଞ୍ଜୀକରଣ କଲେ, ସମ୍ପୃକ୍ତ ଶିକ୍ଷକଙ୍କର ସମ୍ପୂର୍ଣ୍ଣ ତଥ୍ୟ ପୋର୍ଟାଲ୍‌ରେ ଆସୁନାହିଁ। ତେଣୁ, କେମିତି ଆବେଦନ କରିବେ ଜାଣି ପାରୁନାହାନ୍ତି ଶିକ୍ଷକ/ଶିକ୍ଷୟିତ୍ରୀ। ବୈଷୟିକ ସହାୟତା ନେବାକୁ ଟୋଲ୍‌-ଫ୍ରି ନମ୍ବରରେ ଫୋନ୍‌ କଲେ ‘ଏହି ଦିଗ ପାଇଁ ସମସ୍ତ ଲାଇନ୍‌ ବ୍ୟସ୍ତ ଅଛି’ କହୁଛି। କାଁ ଭାଁ ରିଂ ହେଲେ ମଧ୍ୟ କେହି ରିସିଭ୍‌ କରୁନାହାନ୍ତି।

ଏହାରି ଭିତରେ ଗୁରୁବାର ଆବେଦନ ଅବଧି ଶେଷ ହୋଇଥିବାରୁ ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ମାଳମାଳ ଅଭିଯୋଗକୁ ସମାଧାନ କରିବା ପାଇଁ ଗତ ୨୮ତାରିଖରୁ ଗୁରୁବାର ପର୍ଯ୍ୟନ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ସ୍ୱତନ୍ତ୍ର ସହଯୋଗ କ୍ୟାମ୍ପ୍‌ କରିଥିଲା ପଞ୍ଚସଖା ଶିକ୍ଷା ସେତୁ। ଶିକ୍ଷକମାନେ ସ୍କୁଲ୍‌ ଛାଡ଼ି ବ୍ଲକ୍‌ ମୁଖ୍ୟାଳୟକୁ ଧାଇଁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନି। ଫଳରେ ସାମାଜିକ ଗଣମାଧ୍ୟମରେ ବହୁ ଆଶାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ପଞ୍ଚସଖା ଶିକ୍ଷାସେତୁରେ କର୍ମଚାରୀ ଅଭାବ ଥିବା ଜଣାପଡ଼ିଛି। ପ୍ରାୟ ୧୩ ଜଣ ବୈଷୟିକ ସହାୟକ ପୂର୍ବରୁ କାର୍ଯ୍ୟରତ ଥିବାବେଳେ ୮ଜଣଙ୍କର କାର୍ଯ୍ୟକାଳ ସରିଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ବା ନୂତନ ନିଯୁକ୍ତି ଦିଆଯାଉନାହିଁ। ଫଳରେ ସମସ୍ୟା ଅଧିକ ଉତ୍କଟ ହୋଇଛି। ବୈଷୟିକ ସମସ୍ୟା ପାଇଁ ଆବେଦନ ସଂଖ୍ୟା ମଧ୍ୟ କମିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଯଦି ଆଶାୟୀମାନେ ଆବେଦନ କରିପାରିବେ ନାହିଁ ତାହେଲେ ପୁରସ୍କାର କାହାପାଇଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପଞ୍ଚସଖା ଶିକ୍ଷାସେତୁର ଏସ୍‌ପିଡି ଦାୟିତ୍ୱରେ ଥିବା ଡ. ମଣିପ୍ରସାଦ ମିଶ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା।