ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣା: ବଡ ସୂଚନା ଦେଲେ ପୋଲିସ କମିଶନର
ଭୁବନେଶ୍ୱର,୯।୭: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି ପୋଲିସ କମିଶନର। ପୋଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି, ରସୁଲଗଡ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକି ନାହିଁ। ମହିଳା ଜଣକ ଆଡ଼ଭାନ୍ସ ଟିମ ଆଗକୁ ଚାଲି ଆସିଥିଲେ। ମହିଳା ପୋଲିସ କର୍ମଚାରୀ ବୁଝାସୁଝା କରିବା ପରେ ସେ ରାସ୍ତାରୁ ହଟିଥିଲେ। ତେବେ କାହିଁକି ମହିଳା ଏଭଳି କଲେ ଏନେଇ ତଦନ୍ତ ଚାଲିଛି ବୋଲି କମିଶନର କହିଛନ୍ତି। ସୂଚନାଥାଉ କି, […] The post ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣା: ବଡ ସୂଚନା ଦେଲେ ପୋଲିସ କମିଶନର appeared first on Dharitri Odia News.
ଭୁବନେଶ୍ୱର,୯।୭: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି ପୋଲିସ କମିଶନର। ପୋଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି, ରସୁଲଗଡ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକି ନାହିଁ। ମହିଳା ଜଣକ ଆଡ଼ଭାନ୍ସ ଟିମ ଆଗକୁ ଚାଲି ଆସିଥିଲେ। ମହିଳା ପୋଲିସ କର୍ମଚାରୀ ବୁଝାସୁଝା କରିବା ପରେ ସେ ରାସ୍ତାରୁ ହଟିଥିଲେ। ତେବେ କାହିଁକି ମହିଳା ଏଭଳି କଲେ ଏନେଇ ତଦନ୍ତ ଚାଲିଛି ବୋଲି କମିଶନର କହିଛନ୍ତି।
ସୂଚନାଥାଉ କି, ମଙ୍ଗଳବାର ସଂଧ୍ୟାରେ ରସୁଲଗଡ ଚକରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଅଟକାଇଦେଇଥିଲେ ମହିଳା। ମହିଳା ଜଣକ ଆସି ମୁଖ୍ୟମନ୍ତ୍ରୀଙ୍କ କାର ସାମ୍ନାରେ ଠିଆ ହୋଇ ରହିବାରୁ କିଛି ସମୟ ପାଇଁ କାରକେଡ ଅଟକି ରହିଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଠାଇନେଇଥିଲା।
ତେବେ ମହିଳା ଜଣକ କିଏ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ କାହିଁକି ଅଟକାଇଲେ, ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ମହିଳାଜଣକ କାହିଁକି ଏଭଳି ଆଚରଣ କଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏନେଇ ଘଟଣାକୁ ଅଧିକ ତଦନ୍ତ କରୁଛି ପୋଲିସ।
The post ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣା: ବଡ ସୂଚନା ଦେଲେ ପୋଲିସ କମିଶନର appeared first on Dharitri Odia News.