ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଫି ଟେବୁଲ ବୁକ୍ ଉନ୍ମୋଚିତ
ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ-୨୦୨୩ କଫି ଟେବୁଲ ବୁକ୍ ଉନ୍ମୋଚନ କରିଛନ୍ତି। ଅଗ୍ରଣୀ ସ୍ପୋଟର୍ସ ମାଗାଜିନ ସ୍ପୋର୍ଟଷ୍ଟାର ଏହି ବହିର ପ୍ରକାଶକ। ଓଡ଼ିଶା କିପରି ଏହି ବିଶ୍ୱକପ୍କୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିଛି ଏବଂ ରାଉରକେଲା ଓ ଭୁବନେଶ୍ୱର ଦୁଇ ଭେନ୍ୟୁର ରୂପାନ୍ତରଣ ଆଦି ଏଥିରେ ସ୍ଥାନ ପାଇଛି। ପ୍ରକାଶଯୋଗ୍ୟ ଯେ, ଓଡ଼ିଶା କ୍ରମାଗତ ହକି ବିଶ୍ୱକପ୍ର ଦୁଇ ସଂସ୍କରଣ ବୃହତ୍ ଏବଂ ଆଡ଼ମ୍ବର […] The post ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଫି ଟେବୁଲ ବୁକ୍ ଉନ୍ମୋଚିତ appeared first on Dharitri Odia News.
ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ-୨୦୨୩ କଫି ଟେବୁଲ ବୁକ୍ ଉନ୍ମୋଚନ କରିଛନ୍ତି। ଅଗ୍ରଣୀ ସ୍ପୋଟର୍ସ ମାଗାଜିନ ସ୍ପୋର୍ଟଷ୍ଟାର ଏହି ବହିର ପ୍ରକାଶକ। ଓଡ଼ିଶା କିପରି ଏହି ବିଶ୍ୱକପ୍କୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିଛି ଏବଂ ରାଉରକେଲା ଓ ଭୁବନେଶ୍ୱର ଦୁଇ ଭେନ୍ୟୁର ରୂପାନ୍ତରଣ ଆଦି ଏଥିରେ ସ୍ଥାନ ପାଇଛି।
ପ୍ରକାଶଯୋଗ୍ୟ ଯେ, ଓଡ଼ିଶା କ୍ରମାଗତ ହକି ବିଶ୍ୱକପ୍ର ଦୁଇ ସଂସ୍କରଣ ବୃହତ୍ ଏବଂ ଆଡ଼ମ୍ବର ସହକାରେ ଆୟୋଜନ କରି ପୂର୍ବ ସଂସ୍କରଣଗୁଡ଼ିକୁ ପଛରେ ପକାଇ ଦେଇଥିଲା। ପୁସ୍ତକ ଉନ୍ମୋଚନ ଅବସରରେ ସ୍ପୋର୍ଟଷ୍ଟାର ସମ୍ପାଦକ ଆୟନ ସେନଗୁପ୍ତା, ଦି ହିନ୍ଦୁ ଗ୍ରୁପ୍ର ଉପସଭାପତି ଶ୍ରୀଧର ଅରନଲ୍ୟ ଏବଂ ରାଜ୍ୟ କ୍ରୀଡ଼ା ସଚିବ ଆର୍. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।
କଫି ଟେବୁଲ ବୁକ୍ରେ ବିଶ୍ୱକପ୍ର ସମୃଦ୍ଧ ଐତିହ୍ୟ ସହ ସ୍ମରଣୀୟ ମୁହୂର୍ତ୍ତ, ଆଇକନିକ ଖେଳାଳି ଓ ଉତ୍ସାହୀ ଦର୍ଶକଙ୍କ ସମର୍ଥନ ସମ୍ପର୍କରେ ବର୍ଣ୍ଣନା ରହିଛି। ଚିତ୍ତାକର୍ଷକ ଫଟୋ ଏବଂ ଆକର୍ଷଣୀୟ ବର୍ଣ୍ଣନାଶୈଳୀ ଦ୍ୱାରା ଏହି ପୁସ୍ତକ ସମ୍ମାନଜନକ ବିଶ୍ୱକପ୍ର ଆବେଗ ସମ୍ପର୍କରେ ପାଠକମାନଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରିବ। ୨୦୨୩ ପୁରୁଷ ହକି ବିଶ୍ୱକପ୍ ଅଭୂତପୂର୍ବ ସଫଳତା ଲାଭକରି ବାର୍ଷିକ କ୍ରୀଡ଼ା ଇତିହାସରେ ଅଲିଭାଦାଗ ସୃଷ୍ଟି କରିଥିଲା। ଏହି ପୁସ୍ତକ ଆଗାମୀ ଯୁବପିଢ଼ିଙ୍କୁ ନିଶ୍ଚିତ ଅନୁପ୍ରାଣିତ କରିବ।
The post ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଫି ଟେବୁଲ ବୁକ୍ ଉନ୍ମୋଚିତ appeared first on Dharitri Odia News.