ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ୬ଲକ୍ଷ ଟଙ୍କା
ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ୬ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ। ସେହିଭଳି ସ୍ବାଭାବିକ ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଦିଆଯିବ। ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ୬ଲକ୍ଷ ଟଙ୍କା appeared first on Dharitri Odia News.
ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ୬ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ। ସେହିଭଳି ସ୍ବାଭାବିକ ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଦିଆଯିବ।
ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରମିକମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା, ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ଏବଂ ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ସୂଚନାଥାଉ କି, ପୂର୍ବ ସରକାର ସମୟରେ ନିର୍ମାଣ ଶ୍ରମିକଙ୍କ ଦୃଘଟଣାରେ ମୃତ୍ୟୁ ହେଲେ ୪ଲକ୍ଷ ଟଙ୍କା ମିଳୁଥିବାବେଳେ ସ୍ବାଭାବିକ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ମିଳୁଥିଲା।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ୬ଲକ୍ଷ ଟଙ୍କା appeared first on Dharitri Odia News.