ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି
ଭୁବନେଶ୍ୱର,୪।୧: ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍ଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି। ଟ୍ରାଫିକ ସମସ୍ୟା ପାଇଁ ୨ ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ ବାହାରିବ। ଚଳିତ ବର୍ଷ ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି appeared first on Dharitri Odia News.
ଭୁବନେଶ୍ୱର,୪।୧: ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍ଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି। ଟ୍ରାଫିକ ସମସ୍ୟା ପାଇଁ ୨ ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ ବାହାରିବ। ଚଳିତ ବର୍ଷ ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି ସୁରକ୍ଷିତ ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ବାର୍ତ୍ତା ଦିଆଯାଇଛି।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି appeared first on Dharitri Odia News.