ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନି କେସ୍‌

ଗୁଆହାଟୀ,୫।୪: ଆସାମରେ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ସ୍ଥାନୀୟ ଅଦାଲତରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ୧୦କୋଟି ଟଙ୍କା ମାନହାନି ମୋକଦ୍ଦମା ଦାୟର କରିଛନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି, ସରମାଙ୍କ ମନ୍ତବ୍ୟ ଯୋଗୁ ତାଙ୍କ ଏବଂ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ସିଏମ ସରମାଙ୍କ ବ୍ୟତୀତ ସ୍ଥାନୀୟ ଖବରକାଗଜ ସମ୍ପାଦକଙ୍କୁ ଏହି ମାମଲାରେ ଅଭିଯୋଗ କରାଯାଇଛି। ବୋରା ଅଭିଯୋଗ କରିଛନ୍ତ, ସିଏମ ସରମାଙ୍କ ବିବୃତ୍ତି ମାଧ୍ୟମରେ କଂଗ୍ରେସର ରାଜ୍ୟ ସଭାପତି ଶୀଘ୍ର ଦଳ […] The post ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନି କେସ୍‌ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନି କେସ୍‌

ଗୁଆହାଟୀ,୫।୪: ଆସାମରେ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ସ୍ଥାନୀୟ ଅଦାଲତରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ୧୦କୋଟି ଟଙ୍କା ମାନହାନି ମୋକଦ୍ଦମା ଦାୟର କରିଛନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି, ସରମାଙ୍କ ମନ୍ତବ୍ୟ ଯୋଗୁ ତାଙ୍କ ଏବଂ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି।
ସିଏମ ସରମାଙ୍କ ବ୍ୟତୀତ ସ୍ଥାନୀୟ ଖବରକାଗଜ ସମ୍ପାଦକଙ୍କୁ ଏହି ମାମଲାରେ ଅଭିଯୋଗ କରାଯାଇଛି। ବୋରା ଅଭିଯୋଗ କରିଛନ୍ତ, ସିଏମ ସରମାଙ୍କ ବିବୃତ୍ତି ମାଧ୍ୟମରେ କଂଗ୍ରେସର ରାଜ୍ୟ ସଭାପତି ଶୀଘ୍ର ଦଳ ଛାଡିବେ ବୋଲି ଦାବି କରାଯାଇଛି। ଏହା ତାଙ୍କ ଏବଂ ଦଳର ଭାବମୂର୍ତ୍ତିକୁ ଜନସାଧାରଣଙ୍କ ନିକଟରେ କ୍ଷୁର୍ଣ୍ଣ କରିଛି। ଆସାମର ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଯେ, ବୋରା ଭାଜପାରେ ଯୋଗଦେବେ, କିନ୍ତୁ ପରେ ବିରୋଧୀ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।

The post ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନି କେସ୍‌ appeared first on Dharitri Odia News.