ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ
ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ ବ୍ୟବସ୍ଥା। ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ କ୍ୟାବିନେଟ୍ରେ ମୋହର ବାଜିଛି। ଏ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ଏଥିସହ କ୍ୟାବିନେଟ୍ରେ ୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ଶିକ୍ଷାନୁଷ୍ଠାନରେ […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ appeared first on Odisha.News.

ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ ବ୍ୟବସ୍ଥା। ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ କ୍ୟାବିନେଟ୍ରେ ମୋହର ବାଜିଛି। ଏ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ଏଥିସହ କ୍ୟାବିନେଟ୍ରେ ୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି।
ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ମିଳିବ। ୧୧.୭୫ ପ୍ରତିଶତ ସଂରକ୍ଷଣ ଲାଗୁ ନେଇ ପ୍ରସ୍ତାବ ପାରିତ ହୋଇଛି। ସଂରକ୍ଷଣ ବ୍ୟବସ୍ଥା ସମସ୍ତ ସରକାରୀ ବିଶ୍ଵ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଲାଗୁ କରାଯିବ। ଉଚ୍ଚ ମାଧ୍ୟମିକ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ବି ୧୧.୨୫ ପ୍ରତିଶତ ସଂରକ୍ଷଣ ଲାଗୁ ହେବ। ଏଥିସହ ଓଡ଼ିଆ ଭାଷା ସାହିତ୍ୟ, ବିପିଇଡି, ଏମପିଇଡି ପାଇଁ ବି ଲାଗୁ ହେବ।
୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ନାମ ଲେଖା ପାଇଁ ବି ସଂରକ୍ଷଣ ଲାଗୁ ହେବ। ଏସସି/ଏସଟି ପାଇଁ ଯାହା ପୂର୍ବରୁ ସଂରକ୍ଷଣ ଥିଲା ତାହା ବଳବତ୍ତର ରହିବ। ପୂର୍ବପରି ଅନୁସୂଚିତ ଜାତି(ଏସସି)ଙ୍କ ପାଇଁ ୧୬.୨୫ ପ୍ରତିଶତ, ଅନୁସୂଚିତ ଜନଜାତି(ଏସଟି) ପାଇଁ ୨୨.୫ ପ୍ରତିଶତ ସଂରକ୍ଷଣ ରହିବ।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ appeared first on Odisha.News.