ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଯାଜପୁରକୁ ୧୦୦୦ କୋଟି ଟଙ୍କା ଭେଟି ।

କନକ ବ୍ୟୁରୋ: ଯାଜପୁରକୁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯାଜପୁର ଜ଼ିଲ୍ଲା ମହୋତ୍ସବ ଯଯାତି ୨୦୨୫ର ଉଦଘାଟନ ଉତ୍ସବ ଅବସରରେ ଏନେଇ ଘୋଷଣା କରିଛନ୍ତି। ଯାଜପୁରବାସୀଙ୍କୁ  ପ୍ରକଳ୍ପ ଭେଟି ଦେଇଛନ୍ତି ମୋହନ ମାଝି। ୫୦ କୋଟି ଟଙ୍କାରେ ମା ବିରଜାଙ୍କ ମନ୍ଦିର ଉର୍ଣ୍ଣତିକରଣ, ୧୦ କୋଟି ବ୍ୟୟରେ ମନ୍ଦିର ନିକଟରେ ଥିବା ଧର୍ମଶାଳାର ସମ୍ପ୍ରସାରଣ, ୨୧ କୋଟି ବ୍ୟୟରେ ମା ବିରଜା ହାଟ ଉର୍ନତିକରଣ, ୩୦ କୋଟି ଟଙ୍କାରେ ନୂତନ ବସ୍ ଟର୍ମିନାଲ ସହ ୧୦୦୦ ସିଟ ବିଶିଷ୍ଟ ଟାଉନ ହଲ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।