ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କଥା ନେଇ ବିରୋଧୀଙ୍କ ଅପପ୍ରଚାର ନିନ୍ଦନୀୟ

ନବୀନ ବାବୁଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି ନବୀନ ବାବୁଙ୍କ ସ୍ବାସ୍ଥ୍ୟ କଥା ନେଇ ଅପପ୍ରଚାର କରୁଛନ୍ତି ବିରୋଧୀ । ନବୀନ ବାବୁଙ୍କ ପରି ମହାନ ଜନନେତାଙ୍କୁ ଅସମ୍ମାନ କରୁଛନ୍ତି । ବଡ଼ ପାହାଡ଼ ଉପରେ ପଥର ପକାଇଲେ କ’ଣ ହେବ ଆପଣମାନେ ଉତ୍ତର ଦେବେ । ମିଛ ପ୍ରଚାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଦେବେ ରାଜ୍ୟବାସୀ । ଶ୍ରୀ  ପାଣ୍ଡିଆନ ଆହୁରି କହିଛନ୍ତି, […] The post ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କଥା ନେଇ ବିରୋଧୀଙ୍କ ଅପପ୍ରଚାର ନିନ୍ଦନୀୟ appeared first on KNews Odisha.

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କଥା ନେଇ ବିରୋଧୀଙ୍କ ଅପପ୍ରଚାର ନିନ୍ଦନୀୟ
pandian

ନବୀନ ବାବୁଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି ନବୀନ ବାବୁଙ୍କ ସ୍ବାସ୍ଥ୍ୟ କଥା ନେଇ ଅପପ୍ରଚାର କରୁଛନ୍ତି ବିରୋଧୀ । ନବୀନ ବାବୁଙ୍କ ପରି ମହାନ ଜନନେତାଙ୍କୁ ଅସମ୍ମାନ କରୁଛନ୍ତି । ବଡ଼ ପାହାଡ଼ ଉପରେ ପଥର ପକାଇଲେ କ’ଣ ହେବ ଆପଣମାନେ ଉତ୍ତର ଦେବେ । ମିଛ ପ୍ରଚାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଦେବେ ରାଜ୍ୟବାସୀ ।

ଶ୍ରୀ  ପାଣ୍ଡିଆନ ଆହୁରି କହିଛନ୍ତି, ‘ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବିରୋଧୀଙ୍କ ପାଖରେ କୌଣସି ନୂଆ ତଥ୍ଯ ନାହିଁ । ସେଥିପାଇଁ ନିଚ୍ଚସ୍ତରର ରାଜନୀତି କରୁଛନ୍ତି ବିରୋଧୀ । ସେଇ ପୁରୁଣା କଥାକୁ ବାରମ୍ବାର ଦୋହରାଉଛନ୍ତି । ଦେଶର ଏକ ନମ୍ବର ମୁଖ୍ଯମନ୍ତ୍ରୀଙ୍କୁ ନେଇ ବାରମ୍ବାର ବିରୋଧୀଙ୍କ ମିଛ ପ୍ରଚାରକୁ ରାଜ୍ଯବାସୀ ପସନ୍ଦ କରୁନାହାଁନ୍ତି । ମୁଖ୍ଯମନ୍ତ୍ରୀ ସାରା ରାଜ୍ଯ ବୁଲି ପ୍ରଚାର କରୁଛନ୍ତି । ବିରୋଧୀଙ୍କ ଅପପ୍ରଚାରରେ କୌଣସି ସତ୍ଯତା ନାହିଁ ।’

The post ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କଥା ନେଇ ବିରୋଧୀଙ୍କ ଅପପ୍ରଚାର ନିନ୍ଦନୀୟ appeared first on KNews Odisha.