ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଭଉଣୀ ରାସମଣି

ଭୁବନେଶ୍ୱର,୧୯।୮: ଆଜି ପବିତ୍ର ଗହ୍ମା ପୂର୍ଣ୍ଣମା ତଥା ପ୍ରଭୁ ଶ୍ରୀ ବଳଦେବଙ୍କ ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି ତାଙ୍କ ଭଉଣୀ ରାସମଣି ମାଝୀ । ପୂର୍ବରୁ ରାସମଣୀ ଘରେ ଏକୁଟିଆ ଭାଇ ହାତରେ ରାଖୀ ବାନ୍ଧୁଥିଲେ। ହେଲେ ଆଜି ରାଜ୍ୟ ଅତିଥି ଭବନରେ ଶତାଧିକ ଭଉଣୀଙ୍କ ଗହଣରେ ରାଖୀ ବାନ୍ଧିଛନ୍ତି ରାସମଣି। ଏପରି କି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା […] The post ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଭଉଣୀ ରାସମଣି appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଭଉଣୀ ରାସମଣି

ଭୁବନେଶ୍ୱର,୧୯।୮: ଆଜି ପବିତ୍ର ଗହ୍ମା ପୂର୍ଣ୍ଣମା ତଥା ପ୍ରଭୁ ଶ୍ରୀ ବଳଦେବଙ୍କ ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି ତାଙ୍କ ଭଉଣୀ ରାସମଣି ମାଝୀ । ପୂର୍ବରୁ ରାସମଣୀ ଘରେ ଏକୁଟିଆ ଭାଇ ହାତରେ ରାଖୀ ବାନ୍ଧୁଥିଲେ। ହେଲେ ଆଜି ରାଜ୍ୟ ଅତିଥି ଭବନରେ ଶତାଧିକ ଭଉଣୀଙ୍କ ଗହଣରେ ରାଖୀ ବାନ୍ଧିଛନ୍ତି ରାସମଣି।

ଏପରି କି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ରାଖୀ ପୂର୍ଣ୍ଣିମା ଓ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। ରକ୍ଷା ସୂତ୍ର ସମସ୍ତଙ୍କ ଜୀବନକୁ ମଙ୍ଗଳମୟ ସହ ସମ୍ପର୍କକୁ ଆହୁରି ନିବିଡ଼ କରୁ ବୋଲି ଲେଖିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଭଉଣୀ ରାସମଣି appeared first on Dharitri Odia News.