ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଆଶାକର୍ମୀ ଶିବାନୀ, ଟେଲିଫୋନ୍ କରି ଦେଲେ ଏଭଳି ପ୍ରତିଶ୍ରୁତି
ଭୁବନେଶ୍ୱର/ରାଜନଗର,୨୫।୧୦: ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇ ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ତାକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଟେଲିଫୋନ୍ ଜରିଆରେ ଶିବାନୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଆଶାକର୍ମୀ ମୋଟ ୭ଜଣ ବୟସ୍କ […] The post ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଆଶାକର୍ମୀ ଶିବାନୀ, ଟେଲିଫୋନ୍ କରି ଦେଲେ ଏଭଳି ପ୍ରତିଶ୍ରୁତି appeared first on Dharitri Odia News.
ଭୁବନେଶ୍ୱର/ରାଜନଗର,୨୫।୧୦: ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇ ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ତାକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଟେଲିଫୋନ୍ ଜରିଆରେ ଶିବାନୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଆଶାକର୍ମୀ ମୋଟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣିଥିବା ସେ ଜାଣିବାକୁ ପାଇଥିଲେ। ତାଙ୍କର ଏଭଳି ସେବା ମନୋଭାବ ଲାଗି ତାଙ୍କୁ ପ୍ରଶଂସା କରିବା ସହ ସରକାରଙ୍କ ଏବଂ ସେ ବ୍ୟକ୍ତିଗତ ଭାବେ ଖୁସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ତାଙ୍କର ଖୁସି କାମନା କରିବା ସହ ପରିବାରଲୋକଙ୍କ ବିଷୟରେ ପଚାରି ବୁଝିଥିଲେ। ତାଙ୍କର ପକ୍କାଘର ନ ଥିବା ଜାଣିବାକୁ ପାଇବା ପରେ ତୁରନ୍ତ ତାଙ୍କୁ ଏକ ଘର ଦେବା ଲାଗି ରାଜନଗର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ତାଙ୍କୁ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ାକୁ ଅଧିକ କ୍ଷତି ପହଞ୍ଚିଥିଲା ବେଳେ ସରକାର ପୂର୍ବ ପ୍ରସ୍ତୁତି ସ୍ୱରୂପ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତରଣ କରିଥିଲେ। ଏହି ସମୟରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ବାଘମାରି ପଞ୍ଚାୟତର ଖାସମୁଣ୍ଡା ଗ୍ରାମର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତା ଏବଂ ମହିଳା ଶକ୍ତିର ଜ୍ୱଳନ୍ତ ଉଦାହରଣ ପ୍ରଦର୍ଶନ କରିଛନ୍ତି। ସେହିଗ୍ରାମର ଭିନ୍ନକ୍ଷମ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟାଶ୍ରୟସ୍ଥଳ ଆଣିଥିଲେ।
ଶିବାନୀ ଦେବଦୁତ ସାଜି ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି। ଯେଉଁଠି ସ୍ୱାସ୍ଥ୍ୟ ବିଭାଗ ପହଞ୍ଚିବା ଲାଗି ସମୟ ଲାଗେ, ସେହି ଦୁର୍ଗମ ଅଞ୍ଚଳରେ ଶିବାନୀ କେବଳ ଜଣେ ମହିଳା ନୁହେଁ ଅନେକ ବୃଦ୍ଧ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇ ଦେବଦୁତ ସାଜିଛନ୍ତି। ଏହି ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜିଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକଟି ଜୀବନର ସୁରକ୍ଷା କରିବା ହେଉଛି ଲୋକଙ୍କ ସରକାରର ଦାୟିତ୍ଵ ଓ କର୍ତ୍ତବ୍ୟ। ଏକ ଅମୂଲ୍ୟ ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଭଉଣୀଙ୍କ ଏହି ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା।
କେନ୍ଦ୍ରାପଡ଼ା ଜିଲ୍ଲା, ରାଜନଗର ବ୍ଲକ ଅନ୍ତର୍ଗତ ଖାସମୁଣ୍ଡା ଗାଁର ଆଶା ଭଉଣୀ ଶିବାନୀ ମଣ୍ଡଳଙ୍କ ଏଭଳି… pic.twitter.com/QmjiAbdC4O
— Dr. Mukesh Mahaling (@MahalingMukesh) October 24, 2024
The post ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଆଶାକର୍ମୀ ଶିବାନୀ, ଟେଲିଫୋନ୍ କରି ଦେଲେ ଏଭଳି ପ୍ରତିଶ୍ରୁତି appeared first on Dharitri Odia News.