ରୋଡ-ଶୋ ‘ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ

ନୂଆଦିଲ୍ଲୀ,୧୩ା୪: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼ ହୋଇଥିବା ଖବର ଆସିଛି। ବିଜୟୱାଡାରେ ଏକ ରୋଡ-ଶୋ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଥର ମାଡ ହୋଇଛି। ଲୋକମାନଙ୍କୁ ଅଭିବାଦନ କରିବା ସମୟରେ ଏହି ପଥର ମାଡ ହୋଇଛି। ପଥର ବାଜି ଜଗନଙ୍କ ବାମ ମଥାରେ ଆଘାତ ଲାଗିଛି। ଏହା ସହ ମୁଖ୍ୟମନ୍ତ୍ରୀ ଜଗନଙ୍କ ପାଖରେ ଠିଆ ହୋଇଥିବା ବିଧାୟକ ଭେଲାମପାଲ୍ଲୀଙ୍କ ବାମ ଆଖିରେ ଆଘାତ ଲାଗିଛି। ଡାକ୍ତରମାନେ ତୁରନ୍ତ ବସ୍‌ରେ ଜଗନଙ୍କୁ ପ୍ରଥମେ […] The post ରୋଡ-ଶୋ ‘ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ appeared first on Dharitri Odia News.

ରୋଡ-ଶୋ ‘ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ

ନୂଆଦିଲ୍ଲୀ,୧୩ା୪: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼ ହୋଇଥିବା ଖବର ଆସିଛି। ବିଜୟୱାଡାରେ ଏକ ରୋଡ-ଶୋ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଥର ମାଡ ହୋଇଛି। ଲୋକମାନଙ୍କୁ ଅଭିବାଦନ କରିବା ସମୟରେ ଏହି ପଥର ମାଡ ହୋଇଛି। ପଥର ବାଜି ଜଗନଙ୍କ ବାମ ମଥାରେ ଆଘାତ ଲାଗିଛି।

ଏହା ସହ ମୁଖ୍ୟମନ୍ତ୍ରୀ ଜଗନଙ୍କ ପାଖରେ ଠିଆ ହୋଇଥିବା ବିଧାୟକ ଭେଲାମପାଲ୍ଲୀଙ୍କ ବାମ ଆଖିରେ ଆଘାତ ଲାଗିଛି। ଡାକ୍ତରମାନେ ତୁରନ୍ତ ବସ୍‌ରେ ଜଗନଙ୍କୁ ପ୍ରଥମେ ସହାୟତା କରିଥିଲେ। ପ୍ରଥମ ଚିକିତ୍ସା ପରେ ଜଗନ୍ ତାଙ୍କ ବସ୍ ଯାତ୍ରା ଜାରି ରଖିଥିଲେ। ଏହି ଘଟଣା ପରେ ୱାୟୀଏସଆରସିପି କର୍ମୀ ଟିଡିପି ଉପରେ ଏହି ପଥର ମାଡ଼ ଅଭିଯୋଗ ଲଗାଇଛନ୍ତି।

The post ରୋଡ-ଶୋ ‘ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ appeared first on Dharitri Odia News.