ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକତା: ସାବରମତି ରିପୋର୍ଟ ଫିଲ୍ମ ଦେଖିବାକୁ….
ଭୁବନେଶ୍ୱର,୩।୧୨: ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ପ୍ରଯୋଜିକା ଏକତା ଫିଲ୍ମ ଦେଖିବା ପାଇଁ ମୋହନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଏହା ସହ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। […] The post ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକତା: ସାବରମତି ରିପୋର୍ଟ ଫିଲ୍ମ ଦେଖିବାକୁ…. appeared first on Dharitri Odia News.
ଭୁବନେଶ୍ୱର,୩।୧୨: ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ପ୍ରଯୋଜିକା ଏକତା ଫିଲ୍ମ ଦେଖିବା ପାଇଁ ମୋହନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଏହା ସହ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୋଟିଏ ପରେ ଗୋଟିଏ ଭାଜପା ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି।
ଏହି କ୍ରମରେ ସାମିଲ ହୋଇଛନ୍ତି ରାଜ୍ୟର ମୋହନ ମାଝୀ ସରକାର। ଓଡ଼ିଶାରେ ସାବରମତୀ ରିପୋର୍ଟ ଟ୍ୟାକ୍ସ ଫ୍ରି ହୋଇଥିବା ନେଇ ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂଗ ଗୃହରେ ସୂଚନା ଦେଇଥିଲେ
ଏହା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ‘ସାବରମତି ରିପୋର୍ଟ’ ସମ୍ପର୍କରେ ଏକ ବଡ଼ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରଟି ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଛି। ଛତିଶଗଡରେ ଟିକସ ମୁକ୍ତ କରାଯାଇଛି। ଛତିଶଗଡରେ ଫିଲ୍ମ ‘ସାବରମତି ରିପୋର୍ଟ’କୁ ଟ୍ୟାକ୍ସଫ୍ରି କରିବାକୁ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଘୋଷଣା କରିଛନ୍ତି। ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।
The post ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକତା: ସାବରମତି ରିପୋର୍ଟ ଫିଲ୍ମ ଦେଖିବାକୁ…. appeared first on Dharitri Odia News.