'ମୁଞ୍ଜ୍ୟା'କୁ ଟକ୍କର ଦଉଛି 'ଚନ୍ଦୁ ଚମ୍ପିଅନ୍'; ଜାଣନ୍ତୁ କାହାର ରୋଜଗାର କେତେ

ଆଜିକାଲି ବକ୍ସ ଅଫିସରେ ଅଭୟ ବର୍ମା ଏବଂ ଶରବଭାରୀ ବାଘଙ୍କ ହରର-କମେଡି ଫିଲ୍ମ 'ମୁଞ୍ଜ୍ୟା' ପ୍ରାଧାନ୍ୟ ବିସ୍ତାର କରିଛି। ମାତ୍ର ୧୧ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ୫୫ କୋଟି ଟଙ୍କା ଅତିକ୍ରମ କରିସାରିଛି। ଅନ୍ୟପକ୍ଷରେ ଗତ ଶୁକ୍ରବାର ମୁକ୍ତିଲାଭ କରିଥିବା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ରୀଡ଼ା-ଡ୍ରାମା ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍' ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରୁଛି।

'ମୁଞ୍ଜ୍ୟା'କୁ ଟକ୍କର ଦଉଛି 'ଚନ୍ଦୁ ଚମ୍ପିଅନ୍'; ଜାଣନ୍ତୁ କାହାର ରୋଜଗାର କେତେ

ଆଜିକାଲି ବକ୍ସ ଅଫିସରେ ଅଭୟ ବର୍ମା ଏବଂ ଶରବଭାରୀ ବାଘଙ୍କ ହରର-କମେଡି ଫିଲ୍ମ 'ମୁଞ୍ଜ୍ୟା' ପ୍ରାଧାନ୍ୟ ବିସ୍ତାର କରିଛି। ଏହି ଚଳଚ୍ଚିତ୍ରଟି ପ୍ରତିଦିନ କୋଟି କୋଟି ଟଙ୍କା ରୋଜଗାର କରୁଛି। ଏହି ଚଳଚ୍ଚିତ୍ରଟି ମାତ୍ର ୧୧ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ୫୫ କୋଟି ଟଙ୍କା ଅତିକ୍ରମ କରିସାରିଛି।

ଅନ୍ୟପକ୍ଷରେ ଗତ ଶୁକ୍ରବାର ମୁକ୍ତିଲାଭ କରିଥିବା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ରୀଡ଼ା-ଡ୍ରାମା ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍' ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରୁଛି। ତେବେ ଆସନ୍ତୁ ଆପଣଙ୍କୁ ଜଣାଇବା ସୋମବାର କେଉଁ ଫିଲ୍ମ କେତେ ଟଙ୍କା ରୋଜଗାର କରିଛି।

ଅଭୟ ବର୍ମା ଏବଂ ଶରବରୀ ବାଘଙ୍କ ଫିଲ୍ମ 'ମୁଞ୍ଜ୍ୟା' ମାତ୍ର ୪ କୋଟି ଟଙ୍କା ରୋଜଗାରରୁ ଆରମ୍ଭ ହୋଇଥିଲା। ପ୍ରଥମ ସପ୍ତାହରେ ଏହି ଫିଲ୍ମ ସାରା ଦେଶରେ ୩୫.୩ କୋଟି ଟଙ୍କା ରୋଜଗାର କରିଥିଲା। ‘ମୁଞ୍ଜା’ ଅଷ୍ଟମ ଦିନରେ ୩.୫ କୋଟି, ନବମ ଦିନରେ ୬.୫ କୋଟି ଏବଂ ଦଶମ ଦିନରେ ୮.୫ କୋଟି ଟଙ୍କା ଆୟ କରିଛି।

ପଢନ୍ତୁ ଏହି ଖବର: ଏ‍ବେ ରିଲିଜ୍‌ ହେବନି ‘ପୁଷ୍ପା-୨’; ଜାଣନ୍ତୁ ପରଦାକୁ ଆସୁଛି କେବେ ?

ବର୍ତ୍ତମାନ ଏହାର ଏକାଦଶ ଦିନର ରୋଜଗାର ଆକଳନ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ସୋମବାର ଦିନ ଏହି ଫିଲ୍ମ ସାରା ଦେଶରେ ୫.୨୫ କୋଟି ଟଙ୍କା ରୋଜଗାର କରିଛି। ଏପର୍ଯ୍ୟନ୍ତ ଫିଲ୍ମର ମୋଟ ରୋଜଗାର ୫୯.୦୬ କୋଟି ଟଙ୍କା ହୋଇଛି।

ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ବିଷୟରେ ଜାଣିବା। ୪.୭୫ କୋଟି ଟଙ୍କା ରୋଜଗାର କରି ବକ୍ସ ଅଫିସରେ ‘ଚନ୍ଦୁ ଚମ୍ପିଅନ୍’ ଖାତା ଖୋଲିଥିଲା।​ ତେବେ ପ୍ରଥମ ସପ୍ତାହ ଶେଷରେ ଫିଲ୍ମଟି ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା। ଏହି ଚଳଚ୍ଚିତ୍ର ଦ୍ୱିତୀୟ ଦିନରେ ୭ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୯.୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ରିପୋର୍ଟ ଅନୁସାରେ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁ ଚମ୍ପିଅନ୍' ପ୍ରଥମ ସୋମବାରରେ ୫ କୋଟି ଟଙ୍କା ରୋଜଗାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୋଟ ଆୟ ୨୬.୫ କୋଟି ଟଙ୍କା ହୋଇଛି।

ସୂଚନାଯୋଗ୍ୟ ଯେ ଆଦିତ୍ୟ ସରପୋତଦାରଙ୍କ ଦ୍ୱାରା ନିର୍ଦ୍ଦେଶିତ ମ୍ୟାଡକ୍ ଫିଲ୍ମର ହରର-କମେଡି ୟୁନିଭର୍ସର ଚତୁର୍ଥ ଚଳଚ୍ଚିତ୍ର 'ମୁଞ୍ଜ୍ୟା'। ଏଥିରେ ମୋନା ସିଂହ ଏବଂ ସାଉଥ୍‌ ଷ୍ଟାର୍‌ ସତ୍ୟରାଜଙ୍କ ଭଳି ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଥି ସହିତ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁଅ ଚମ୍ପିଅନ୍' ମଧ୍ୟ ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁରଲିକାନ୍ତ ପେଟକରଙ୍କ ଜୀବନୀ ଉପରେ ଆଧାରିତ ଏବଂ ଏହାକୁ କବୀର ଖାନ ନିର୍ଦ୍ଦେଶନା ଦେଇଛନ୍ତି।

ପଢନ୍ତୁ ଏହି ଖବର: ଅଡୁଆରେ ‘କଲ୍‌କୀ ୨୮୯୮ ଏଡି’; ଡିଜାଇନ୍ ଚୋରି ହୋଇଥିବା ଅଭିଯୋଗ

Rephrase with Ginger (Ctrl+Alt+E)