ମୁଣ୍ଡରେ ଓଢ଼ଣୀ ଟାଣିଥିଲେ ଅଫିସର, ମ୍ୟାଡାମ୍କୁ ଦେଖି ହସ୍ପିଟାଲରେ ହେଲା ହଲ୍ଚଲ୍
ନୂଆଦିଲ୍ଲୀ ୧୬।୦୩: ୧୨ ମାର୍ଚ୍ଚ ମଙ୍ଗଳବାର । ମୁଣ୍ଡରେ ଓଢଣୀ ଟାଣି ଜଣେ ମହିଳା ପହଞ୍ଚିଥିଲେ ହସ୍ପିଟାଲ୍ରେ । ଆଉ ପ୍ରେସକ୍ରିପସନ୍ ଟିକେଟ୍ କରିବାକୁ ଧାଡିରେ ଠିଆ ହୋଇଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ଡାକ୍ତରଙ୍କ ପାଖକୁ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତରଙ୍କ ଠାରୁ ମିଳିନଥିଲା ଭଲ ବ୍ୟବହାର । ମହିଳା ଜଣକ ଡାକ୍ତରଙ୍କ ପାଖରୁ ଫେରି ଆସିଥିଲେ । ଆଉ ହଠାତ୍ ବାହାରେ ଶୁଣିବାକୁ ମିଳିଥିଲା କୋଳାହଳ । ଓଢଣା ତଳେ ଥିଲେ ଅଫିସର । ସେ ନଥିଲେ ସାଧାରଣ ରୋଗୀ । ସେ IAS ଅଫିସର ସ୍ଥାନୀୟ ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍ । ଏହା ସୂର୍ଯ୍ୟବଂଶୀ ସିନେମା ଭଳି ପରଦାର କାହାଣୀ ନୁହେଁ , ଏକ ରିୟଲ୍ ଷ୍ଟୋରୀ ବା ବାସ୍ତବ ଘଟଣା । ଏପରି ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦ ସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଆଉ ସେହି ଅଫିସର ଜଣକ ହେଉଛନ୍ତି SDM କୃତି ରାଜ୍ । IAS ଅଫିସର । କିନ୍ତୁ ନା ଥିଲା ସିକ୍ୟୁରିଟି,ନା କାରକେଡ୍ । ମୁଣ୍ଡରେ ଓଢ଼ଣୀ ଟାଣି ହସ୍ପିଟାଲକୁ ବାହାରିଲେ କୃତି ରାଜ୍ । ନିଜ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖିଥିଲେ, ଆଉ ରୋଗୀ ଭଳି ଚାଲି ଚାଲି ଯାଇଥିଲେ ଡାକ୍ତରଖାନା । ପ୍ରଥମେ ହସ୍ପିଟାଲକୁ ଯାଇ ପଞ୍ଜିକରଣ ଟିକେଟ୍ ପାଇଁ ଲାଇନ୍ ଲଗାଇଥିଲେ । ସେହି ପ୍ରେସ୍କ୍ରିପସନ୍ ଟିକେଟ୍ ଆଣିବା ପରେ ଡାକ୍ତରଙ୍କ ପାଖକୁ ଯିବାକୁ ଲମ୍ବା ଲାଇନରେ ଛିଡା ହୋଇଥିଲେ । ବହୁତ ସମୟ ପରେ ଡାକ୍ତରଙ୍କ ପାଖରେ
ନୂଆଦିଲ୍ଲୀ ୧୬।୦୩: ୧୨ ମାର୍ଚ୍ଚ ମଙ୍ଗଳବାର । ମୁଣ୍ଡରେ ଓଢଣୀ ଟାଣି ଜଣେ ମହିଳା ପହଞ୍ଚିଥିଲେ ହସ୍ପିଟାଲ୍ରେ । ଆଉ ପ୍ରେସକ୍ରିପସନ୍ ଟିକେଟ୍ କରିବାକୁ ଧାଡିରେ ଠିଆ ହୋଇଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ଡାକ୍ତରଙ୍କ ପାଖକୁ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତରଙ୍କ ଠାରୁ ମିଳିନଥିଲା ଭଲ ବ୍ୟବହାର । ମହିଳା ଜଣକ ଡାକ୍ତରଙ୍କ ପାଖରୁ ଫେରି ଆସିଥିଲେ । ଆଉ ହଠାତ୍ ବାହାରେ ଶୁଣିବାକୁ ମିଳିଥିଲା କୋଳାହଳ ।

ଓଢଣା ତଳେ ଥିଲେ ଅଫିସର । ସେ ନଥିଲେ ସାଧାରଣ ରୋଗୀ । ସେ IAS ଅଫିସର ସ୍ଥାନୀୟ ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍ । ଏହା ସୂର୍ଯ୍ୟବଂଶୀ ସିନେମା ଭଳି ପରଦାର କାହାଣୀ ନୁହେଁ , ଏକ ରିୟଲ୍ ଷ୍ଟୋରୀ ବା ବାସ୍ତବ ଘଟଣା । ଏପରି ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦ ସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଆଉ ସେହି ଅଫିସର ଜଣକ ହେଉଛନ୍ତି SDM କୃତି ରାଜ୍ ।

IAS ଅଫିସର । କିନ୍ତୁ ନା ଥିଲା ସିକ୍ୟୁରିଟି,ନା କାରକେଡ୍ । ମୁଣ୍ଡରେ ଓଢ଼ଣୀ ଟାଣି ହସ୍ପିଟାଲକୁ ବାହାରିଲେ କୃତି ରାଜ୍ । ନିଜ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖିଥିଲେ, ଆଉ ରୋଗୀ ଭଳି ଚାଲି ଚାଲି ଯାଇଥିଲେ ଡାକ୍ତରଖାନା । ପ୍ରଥମେ ହସ୍ପିଟାଲକୁ ଯାଇ ପଞ୍ଜିକରଣ ଟିକେଟ୍ ପାଇଁ ଲାଇନ୍ ଲଗାଇଥିଲେ । ସେହି ପ୍ରେସ୍କ୍ରିପସନ୍ ଟିକେଟ୍ ଆଣିବା ପରେ ଡାକ୍ତରଙ୍କ ପାଖକୁ ଯିବାକୁ ଲମ୍ବା ଲାଇନରେ ଛିଡା ହୋଇଥିଲେ । ବହୁତ ସମୟ ପରେ ଡାକ୍ତରଙ୍କ ପାଖରେ ତାଙ୍କର ପାଳି ପଡିଥିଲା ।

ତଥାପି ଧର୍ଯ୍ୟର ସହ ସେ ଡାକ୍ତରଙ୍କୁ ବଢାଇଥିଲେ ଔଷଧ ଲେଖିବାକୁ ଆଣିଥିବା ଟିକେଟ୍ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଉଚିତ୍ ବ୍ୟବହାର କରିନଥିଲେ । ତଥାପି ଡାକ୍ତରଙ୍କ ପାଖରୁ ଚୁପଚାପ ଫେରିବା ଯାଇଥିଲେ SDM କୃତି । ଏହାପରେ ବାହାରେ ଖେଳି ଯାଇଥିଲା କୋଳାହଳ । ଜଣା ପଡିଥିଲା କି ରୋଗୀ ବେଶରେ ହସ୍ପିଟାଲ୍ରେ ପହଞ୍ଚିଥିବା ମହିଳା ଜଣକ SDM କୃତି ରାଜ୍ । ଏହା ଶୁଣିବା ପରେ ଅନେକ କର୍ମଚାରୀଙ୍କ ଅବସ୍ଥା ବେହାଲ ।
କାହିଁକି କୃତି ଏମିତି ଆସିଥିଲେ ଡାକ୍ତରଖାନା ?

ଜଣେ ଯୁବ ମହିଳା ଅଫିସର କଣ ପାଇଁ ଏମିତି ଦୀର୍ଘ ସମୟ ଲାଇନ୍ରେ ଛିଡା ହେଲେ । କାରଣ ହେଲା ହସ୍ପିଟାଲରେ ଅନେକ ଅନିୟମିତାତର ଖବର ପାଇଥିଲେ SDM କୃତି ରାଜ୍ । ଚିକିତ୍ସା, ଡାକ୍ତର କର୍ମଚାରୀଙ୍କ ମନମାନୀ, ଔଷଧ କେଳେଙ୍କାରୀ ଏମିତି କିଛି ଖବରର ଯାଞ୍ଚ ପାଇଁ ଏପରି ନାଟକ କରିଥିଲେ ମହିଳା IAS ।

ହସ୍ପିଟାଲ୍ର ଯାଞ୍ଚ ବେଳେ ନଜର ଯାଇଥିଲା ରେଜିଷ୍ଟର ଉପରକୁ, ଦେଖିବାକୁ ମିଳିଥିଲା କି ବହୁ କର୍ମଚାରୀ ଡ୍ୟୁଟିରେ ଥିବା ଦସ୍ତଖତ କରିଥିଲେ, କିନ୍ତୁ ସେମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ନଥିଲେ । କେବଳେ ଏତିକି ନୁହେଁ ମେଡିସିନ ଷ୍ଟକ୍ ଚେକ୍ ବେଳେ ବହୁ ଷ୍ଟକ୍ ମେଡିସିନ୍ ଏକ୍ସପାରୀ ହୋଇଥିଲା । ଏମିତିକି ବେଡସିଟ୍, ଶୌଚାଳୟର ଅବସ୍ଥା ବହୁତ ଖରାପ ଥିଲା ।
ହସ୍ପିଟାଲରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ଠିକ୍ ଭାବେ ଇଞ୍ଜେକସନ୍ ଦିଆଯାଉ ନଥିଲା ।

ତେବେ ଅନିୟମିତତା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଛନ୍ତି SDM କୃତି ରାଜ୍ । ସେପଟେ ଏହି କାର୍ଯ୍ୟ ପାଇଁ ଲୋକମାନେ କହୁଛନ୍ତି ସାବାସ୍ ଅଫିସର, SDM ହେବ ତ ଏମିତି...