ମୁଣ୍ଡରେ ବସିଛି ଚଢ଼େଇ! ଭାଇରାଲ ହେଉଛି…
ଏଇ ଫଟୋଟି ଦେଖି ଭାବୁଛନ୍ତି କି ମହିଳାଙ୍କ ମୁଣ୍ଡ ଉପରେ ଚଢେଇଟିଏ ବସିଛି। ହେଲେ ସେମିତି କିଛି ନୁହେଁ। ମହିଳାଙ୍କ ମୁଣ୍ଡ ଉପରେ ଚଢ଼େଇ ବସି ନାହିଁ। ବରଂ ତାଙ୍କ କେଶରେ କରାଯାଇଛି ଚଢ଼େଇ ପରି ହେୟାରଷ୍ଟାଇଲ୍। ତମାଲିକା ରେ’ ନାମ୍ନୀ ଜଣେ ମେକଅପ୍ ଆର୍ଟିଷ୍ଟ ଜଣେ ମହିଳାଙ୍କ କେଶରେ ଏହି ହେୟାରଷ୍ଟାଇଲ୍ କରିଛନ୍ତି। ଯାହାକି ସତସତିକା ଚଢ଼େଇ ଭଳି ଦେଖାଯାଉଛି। ତମାଲିକାଙ୍କର ଏକ ପାର୍ଲର ଅଛି। ସେ ସାଧାରଣତଃ ସୁନ୍ଦର ବ୍ରାଇଡାଲ ମେକ୍ଅପ୍ ପାଇଁ ପରିଚିତ। […] The post ମୁଣ୍ଡରେ ବସିଛି ଚଢ଼େଇ! ଭାଇରାଲ ହେଉଛି… appeared first on Dharitri Odia News.
ଏଇ ଫଟୋଟି ଦେଖି ଭାବୁଛନ୍ତି କି ମହିଳାଙ୍କ ମୁଣ୍ଡ ଉପରେ ଚଢେଇଟିଏ ବସିଛି। ହେଲେ ସେମିତି କିଛି ନୁହେଁ। ମହିଳାଙ୍କ ମୁଣ୍ଡ ଉପରେ ଚଢ଼େଇ ବସି ନାହିଁ। ବରଂ ତାଙ୍କ କେଶରେ କରାଯାଇଛି ଚଢ଼େଇ ପରି ହେୟାରଷ୍ଟାଇଲ୍। ତମାଲିକା ରେ’ ନାମ୍ନୀ ଜଣେ ମେକଅପ୍ ଆର୍ଟିଷ୍ଟ ଜଣେ ମହିଳାଙ୍କ କେଶରେ ଏହି ହେୟାରଷ୍ଟାଇଲ୍ କରିଛନ୍ତି। ଯାହାକି ସତସତିକା ଚଢ଼େଇ ଭଳି ଦେଖାଯାଉଛି। ତମାଲିକାଙ୍କର ଏକ ପାର୍ଲର ଅଛି। ସେ ସାଧାରଣତଃ ସୁନ୍ଦର ବ୍ରାଇଡାଲ ମେକ୍ଅପ୍ ପାଇଁ ପରିଚିତ। ହେଲେ ନିକଟରେ ସେ ଜଣେ ମଡେଲଙ୍କ କେଶରେ ଏହି ଅଜବ ହେୟାର ଷ୍ଟାଇଲ କରି ବେଶ୍ ଚର୍ଚ୍ଚାରେ ଥିଲେ। ଅନେକେ ଏଭଳି ହେୟାର ଷ୍ଟାଇଲ୍କୁ ପରିହାସ କରୁଥିବାବେଳେ କେହି କେହି ପ୍ରଶଂସା ବି କରିଛନ୍ତି। ତେବେ ତମାଲିକା କରିଥିବା ହେୟାର ଷ୍ଟାଇଲ ଏବେ ଭାଇରାଲ ହୋଇଯାଇଛି। ଆଉ ସେ ଭାଇରାଲ ହେବା ପାଇଁ ହିଁ ଏହି ହେୟାର ଷ୍ଟାଇଲ କରିଥିବା ଅନେକେ କୁହନ୍ତି।
The post ମୁଣ୍ଡରେ ବସିଛି ଚଢ଼େଇ! ଭାଇରାଲ ହେଉଛି… appeared first on Dharitri Odia News.