ମୁଣ୍ଡରେ ବ୍ୟାଣ୍ଡେଜ୍‌, ହାତରେ ଭେନ୍‌ଫ୍ଳୋନ୍‌: ହସ୍ପିଟାଲ ଦେବଦାରୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର, ୧୭।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସିଟି ସ୍କାନ ୱାର୍ଡ ପଛପଟେ ଥିବା ଏକ ଦେବଦାରୁ ଗଛରେ ଯୁବକ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଲୋକମାନେ ଏହା ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ମୃତ ଯୁବକଙ୍କ ମୁଣ୍ଡରେ ବ୍ୟାଣ୍ତେଜ ଲାଗିଥିବା ବେଳେ ହାତରେ ଭେନ୍‌ଫ୍ଳୋନ୍‌ ଲାଗିଥିବାରୁ ମୃତ ଯୁବକ ଜଣକ ରୋଗୀ ହୋଇଥାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ […] The post ମୁଣ୍ଡରେ ବ୍ୟାଣ୍ଡେଜ୍‌, ହାତରେ ଭେନ୍‌ଫ୍ଳୋନ୍‌: ହସ୍ପିଟାଲ ଦେବଦାରୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Dharitri Odia News.

ମୁଣ୍ଡରେ ବ୍ୟାଣ୍ଡେଜ୍‌, ହାତରେ ଭେନ୍‌ଫ୍ଳୋନ୍‌: ହସ୍ପିଟାଲ ଦେବଦାରୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର, ୧୭।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସିଟି ସ୍କାନ ୱାର୍ଡ ପଛପଟେ ଥିବା ଏକ ଦେବଦାରୁ ଗଛରେ ଯୁବକ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଲୋକମାନେ ଏହା ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ମୃତ ଯୁବକଙ୍କ ମୁଣ୍ଡରେ ବ୍ୟାଣ୍ତେଜ ଲାଗିଥିବା ବେଳେ ହାତରେ ଭେନ୍‌ଫ୍ଳୋନ୍‌ ଲାଗିଥିବାରୁ ମୃତ ଯୁବକ ଜଣକ ରୋଗୀ ହୋଇଥାଇଥିବା ସନ୍ଦେହ କରାଯାଉଛି।
ତେବେ ମୃତ ଯୁବକଙ୍କ ନାଁ ଅଗସ୍ତି ଜାନି (୩୦) ଓ ସେ ଟିଟିଲାଗଡ଼ର ବୋଲି ଉଲ୍ଲେଖ ରହିଅଛି। ମାତ୍ର ଟିକେଟରେ ଲିଙ୍ଗ ମହିଳା ବୋଲି ଉଲ୍ଲେଖ ରହିଅଛି। ହସ୍ପିଟାଲ ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହସ୍ପିଟାଲ ଅଧୀକ୍ଷକ ରୋଗୀ କିଏ କୋଉ ୱାର୍ଡରେ ଭର୍ତ୍ତି ହୋଇଥିଲେ ସେନେଇ ଛାନଭିନ ଚାଲିଥିବା ସୂଚନା ଦେଇଛନ୍ତି। କିଭଳି ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଯୁବକଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ତଦନ୍ତ ଚାଲିଥିବା କହିଛନ୍ତି।

The post ମୁଣ୍ଡରେ ବ୍ୟାଣ୍ଡେଜ୍‌, ହାତରେ ଭେନ୍‌ଫ୍ଳୋନ୍‌: ହସ୍ପିଟାଲ ଦେବଦାରୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Dharitri Odia News.