ମୁମ୍ବାଇର ହ୍ୟାଟ୍ରିକ ପରାଜୟ, ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷରେ ରାଜସ୍ଥାନ

ମୁମ୍ବାଇ: ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ବିଜୟ ରଥ ଗଡି ଚାଲିଛି। ଅନ୍ୟପଟେ ଘରୋଇ ପଡ଼ିଆରେ ବି ଶୋଚନୀୟ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ। ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ପରେ ରିୟାନ ପରାଗଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲ୍‌ରେ ୧୪ ତମ ମ୍ୟାଚ୍‌ରେ ରାଜସ୍ଥାନ ମୁମ୍ବାଇକୁ ୬ ଓ୍ଵିକେଟ୍‌ରେ ହରାଇଛି। ହାଟ୍ରିକ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ କ୍ରମାଗତ ୩ୟ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୨୯ ରନ କରିଥିଲା। ଜବାବରେ ରିୟାନ ପରାଗଙ୍କ ଅପରାଜିତ ୫୪ ରନ ବଳରେ ରାଜସ୍ଥାନ ରୟାଲ୍ସ ୪ ଓ୍ଵିକେଟ୍ ହରାଇ ୧୫.୩ ଓଭରରେ ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। Also read: IPL: ଟୁର୍ଣ୍ଣାମେଣ୍ଟ ମଝିରେ ଫ୍ରାଞ୍ଚାଇଜି ମାଲିକଙ୍କ ବୈଠକ ଡାକିଲା BCCI, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି୧୨୬ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ମଧ୍ୟ ଆରମ୍ଭରୁ ଝଟକା ଲାଗିଥିଲା। ଚଳିତ ସିଜିନରେ ଖରାପ ଫର୍ମ ଦେଇ ଗତି କରୁଥିବା ଯଶସ୍ଵୀ ଜୟସ୍ଵାଲ ୧୦ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ(୧୨) ଓ ଜୋସ୍ ବଟଲର(୧୩) ପାଭିଲିୟନ ଫେରିଥିଲେ। ୪୮ ରନରେ ୩ ଓ୍ଵିକେଟ୍ ହରାଇ ଟିକେ ଅଡ଼ୁଆ ସ୍ଥିତିରେ ପଡ଼ିଥିବା ରାଜସ୍ଥାନ ଇନିଂସକୁ ସମ୍ଭାଳିଥିଲେ ରିୟାନ ପରାଗ। ଆଇପିଏଲ୍ ୨୦୨୪ରେ ଚମତ୍କାର ଫ

ମୁମ୍ବାଇର ହ୍ୟାଟ୍ରିକ ପରାଜୟ, ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷରେ ରାଜସ୍ଥାନ

ମୁମ୍ବାଇ: ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ବିଜୟ ରଥ ଗଡି ଚାଲିଛି। ଅନ୍ୟପଟେ ଘରୋଇ ପଡ଼ିଆରେ ବି ଶୋଚନୀୟ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ। ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ପରେ ରିୟାନ ପରାଗଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲ୍‌ରେ ୧୪ ତମ ମ୍ୟାଚ୍‌ରେ ରାଜସ୍ଥାନ ମୁମ୍ବାଇକୁ ୬ ଓ୍ଵିକେଟ୍‌ରେ ହରାଇଛି। ହାଟ୍ରିକ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ କ୍ରମାଗତ ୩ୟ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୨୯ ରନ କରିଥିଲା। ଜବାବରେ ରିୟାନ ପରାଗଙ୍କ ଅପରାଜିତ ୫୪ ରନ ବଳରେ ରାଜସ୍ଥାନ ରୟାଲ୍ସ ୪ ଓ୍ଵିକେଟ୍ ହରାଇ ୧୫.୩ ଓଭରରେ ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। 

Also read: IPL: ଟୁର୍ଣ୍ଣାମେଣ୍ଟ ମଝିରେ ଫ୍ରାଞ୍ଚାଇଜି ମାଲିକଙ୍କ ବୈଠକ ଡାକିଲା BCCI, ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

୧୨୬ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ମଧ୍ୟ ଆରମ୍ଭରୁ ଝଟକା ଲାଗିଥିଲା। ଚଳିତ ସିଜିନରେ ଖରାପ ଫର୍ମ ଦେଇ ଗତି କରୁଥିବା ଯଶସ୍ଵୀ ଜୟସ୍ଵାଲ ୧୦ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ(୧୨) ଓ ଜୋସ୍ ବଟଲର(୧୩) ପାଭିଲିୟନ ଫେରିଥିଲେ। ୪୮ ରନରେ ୩ ଓ୍ଵିକେଟ୍ ହରାଇ ଟିକେ ଅଡ଼ୁଆ ସ୍ଥିତିରେ ପଡ଼ିଥିବା ରାଜସ୍ଥାନ ଇନିଂସକୁ ସମ୍ଭାଳିଥିଲେ ରିୟାନ ପରାଗ। ଆଇପିଏଲ୍ ୨୦୨୪ରେ ଚମତ୍କାର ଫର୍ମରେ ଥିବା ରିୟାନ ଦମଦାର ବ୍ୟାଟିଂ କରିଥିଲେ। ସେ ଆଉ ଏକ ଅର୍ଦ୍ଧଶତକ ହାସଲ କରି ଦଳକୁ ସହଜ ବିଜୟ ଦେଇଥିଲେ। ରିୟାନଙ୍କ ୩୯ ବଲରୁ ୫୪ ରନର ଇନିଂସ ବଳରେ ରାଜସ୍ଥାନ ୨୭ଟି ବଲ ବଳକା ଥାଇ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍‌କୁ ଜିତି ନେଇଥିଲା। ମୁମ୍ବାଇ ପକ୍ଷରୁ ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଖେଳିଥିବା ଆକାଶ ମଧଓ୍ଵାଲ ୪ ଓଭରରେ ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।

ରାଜସ୍ଥାନ ଚଳିତ ସିଜିନରେ ପ୍ରଥମ ଦଳ ଭାବେ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ହ୍ୟାଟ୍ରିକ ପରାଜୟ ଭୋଗିଛି। ୬ ପଏଣ୍ଟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପଟେ ମୁମ୍ବାଇ ଏ ପର୍ଯ୍ୟନ୍ତ ଖାତା ଖୋଲି ପାରି ନାହିଁ।  

ରାଜସ୍ଥାନ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ୍‌ରେ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିବ କେହି ଭାବି ନ ଥିଲେ। ଦଳୀୟ ସ୍କୋର ୧ ରନରେ ମୁମ୍ବାଇ ପ୍ରଥମ ଓଭରରେ ହିଁ ଦୁଇଟି ଓ୍ଵିକେଟ୍ ହରାଇଥିଲା। ରୋହିତ ଶର୍ମା ଓ ନମନ ଧୀରଙ୍କୁ ଗୋଲ୍ଡେନ ଡକ୍ କରିଥିଲେ ଟ୍ରେଣ୍ଟ ବୋଲ୍ଟ। ପୁଣି ଡେଓ୍ଵର୍ଲ୍ଡ ବ୍ରେଭିସ୍‌ଙ୍କୁ ମଧ୍ୟ ଖାତା ଖୋଲିବାକୁ ଦେଇ ନ ଥିଲେ ବୋଲ୍ଟ। ଇଶାନ   କିଶନ ୧୬ ରନ କରି ଆଉଟ୍ ହୋଇଥିଲେ। ୨୦ ରନରେ ୪ ଓ୍ଵିକେଟ୍  ହରାଇ ମୁମ୍ବାଇ ସଙ୍କଟରେ ପଡଥିଲା। ଏହା ପରେ ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୃଢତାର ସହ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍‌ରେ ୫୬ ରନ ଯୋଡ଼ିଥିଲେ। ତେବେ ୭୬ ରନ ସ୍କୋରରେ ହାର୍ଦ୍ଦିକ ପାଣ୍ଡ୍ୟା(୩୪ ରନ) ଆଉଟ୍ ହେବା ପରେ ପୁଣି ଥରେ ମୁମ୍ବାଇ ଇନିଂସ ଭୁଶୁଡ଼ି ପଡ଼ିଥିଲା। ତିଳକ ବର୍ମା ୩୨ ରନ କରି ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ବୋଲ୍ଟ ମୁମ୍ବାଇର ଟପ୍ ଅର୍ଡରକୁ ଧ୍ଵସ୍ତ କରିଥିବା ବେଳେ ଚହଲ ରନ ଗତି ଉପରେ ଅଙ୍କୁଶ ଲଗାଇବା ସହ ଓ୍ଵିକେଟ୍ ନେଇଥିଲେ। ଟିମ୍ ଡେଭିଡ୍ ୧୭ ରନ କରିଥିଲେ। ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୨୫ ରନ କରିଥିଲା।

ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଓଭର ବୋଲିଂ କରି ମାତ୍ର ୧୧ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। ଟ୍ରେଣ୍ଟ ବୋଲ୍ଟ ମଧ୍ୟ ୪ ଓଭରରେ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ଓ ନାନ୍ଦ୍ରେ ବର୍ଗର ୨ଟି ଓ୍ଵିକେଟ୍ ନେଇଛନ୍ତି।