ଲୋକଙ୍କୁ ଡରାଉଛି ସରକଟା; ସିନେମାର ଦାନବ, ସତରେ ରକ୍ଷକ, ସାଢେ ୭ ଫୁଟର ମଣିଷକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ ୨୫।୦୮: ହରର୍‌-କମେଡି ସିକ୍ବେଲ ସ୍ତ୍ରୀ-୨ । ଏବେ ବକ୍ସ ଅଫିସର ବାଦଶାହ । ସପ୍ତାହ ଭିତରେ ବଜେଟ୍‌ଠାରୁ ଆୟ ଅଧିକ । ୧୦ ଦିନ ପରେ ବି ସିନେମା ହାଉସଫୁଲ୍‌ । ରାଜକୁମାର ରାଓ, ଶ୍ରଦ୍ଧା, ପଙ୍କଜ,ଅଭିଶେକଙ୍କ ଦମ୍‌ଦାର୍‌ ଅଭିନୟ କଳାକାରଙ୍କ ମନ ଜିଣୁଛି । କିନ୍ତୁ ସିନେମାର ୟୁନିକ୍‌ କ୍ୟାରେକ୍ଟର ସରକଟା । vfx ଦାନବ ନୁହେଁ ସତସତିକା ମଣିଷ । ଅଧିକ ରୋଚକ ସେ ବାସ୍ତବ ଦୁନିଆର ପୋଲିସ ବାବୁ । ସରକଟା ଓରଫ ସୁନିଲ କୁମାର । ଉଚ୍ଚତା ସାଢେ ୭ ଫୁଟ । ସେଥିପାଇଁ ତ ସ୍ତ୍ରୀ-୨ର ବ୍ରେକ୍‌ ୟାଙ୍କୁ ଦେଲା ନୂଆ ପରିଚୟ । ଲମ୍ବା-ଚଉଡା ଏବଂ ଭୟାନକ ଚେହେରା । କିଏ ଏହି ସୁନିଲ କୁମାର? ଯିଏକି ଫିଲ୍ମରେ ଛାଡିଛନ୍ତି ବଡ ପ୍ରଭାବ । ସୁନିଲ କୁମାର 'ଦି ଗ୍ରେଟ୍ ଅଙ୍ଗାର' ନାଁରେ ପ୍ରସିଦ୍ଧ । ଫିଲ୍ମରେ ସର୍‌କଟା ଭୂମିକାରେ କରୁଛନ୍ତି ଅଭିନୟ । ଆଉ ଲୋକଙ୍କୁ କରୁଛନ୍ତି ଭୟଭୀତ ।ସୁନୀଲ କୁମାର ହେଉଛନ୍ତି  ଜମ୍ମୁର ବାସିନ୍ଦା । ବୃତ୍ତିରେ ସେ ଜଣେ ପୋଲିସ କନ୍‌ଷ୍ଟେବଳ। ଲୋକମାନେ ତାଙ୍କୁ କୁହନ୍ତି ଜମ୍ମୁର ଗ୍ରେଟ୍ ଖଲି । ସୁନିଲଙ୍କର ଉଚ୍ଚତା ସାଢେ ୭ ଫୁଟ । ସେ ଜଣେ କୁସ୍ତି ଯୋଦ୍ଧା । ତାଙ୍କର ପିଲାଦିନରୁ  କୁସ୍ତି ପ୍ରତି ରହିଥିଲା ଦୁର୍ବଳତା । କେବଳ ଏତିକି ନୁହେଁ ହ୍ୟାଣ୍ଡ୍‌ବଲ୍ ଏବଂ ଭଲିବଲ୍ ଭଳି କ୍ରୀଡ଼ାରେ ସବୁବେଳେ ଆଗରେ । ସୁନୀଲ କ୍ରୀଡା କୋଟା ଜରିଆରେ ପୋଲିସରେ ଚାକିରି ପାଇଥିଲେ। ସୁନିଲ କୁମାରଙ୍କ ଅଭିନୟ ଯାତ୍ରା ସେତେ

ଲୋକଙ୍କୁ ଡରାଉଛି ସରକଟା; ସିନେମାର ଦାନବ, ସତରେ ରକ୍ଷକ, ସାଢେ ୭ ଫୁଟର ମଣିଷକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ ୨୫।୦୮: ହରର୍‌-କମେଡି ସିକ୍ବେଲ ସ୍ତ୍ରୀ-୨ । ଏବେ ବକ୍ସ ଅଫିସର ବାଦଶାହ । ସପ୍ତାହ ଭିତରେ ବଜେଟ୍‌ଠାରୁ ଆୟ ଅଧିକ । ୧୦ ଦିନ ପରେ ବି ସିନେମା ହାଉସଫୁଲ୍‌ । ରାଜକୁମାର ରାଓ, ଶ୍ରଦ୍ଧା, ପଙ୍କଜ,ଅଭିଶେକଙ୍କ ଦମ୍‌ଦାର୍‌ ଅଭିନୟ କଳାକାରଙ୍କ ମନ ଜିଣୁଛି । କିନ୍ତୁ ସିନେମାର ୟୁନିକ୍‌ କ୍ୟାରେକ୍ଟର ସରକଟା । 

vfx ଦାନବ ନୁହେଁ ସତସତିକା ମଣିଷ । ଅଧିକ ରୋଚକ ସେ ବାସ୍ତବ ଦୁନିଆର ପୋଲିସ ବାବୁ । ସରକଟା ଓରଫ ସୁନିଲ କୁମାର । ଉଚ୍ଚତା ସାଢେ ୭ ଫୁଟ । ସେଥିପାଇଁ ତ ସ୍ତ୍ରୀ-୨ର ବ୍ରେକ୍‌ ୟାଙ୍କୁ ଦେଲା ନୂଆ ପରିଚୟ । ଲମ୍ବା-ଚଉଡା ଏବଂ ଭୟାନକ ଚେହେରା । କିଏ ଏହି ସୁନିଲ କୁମାର? ଯିଏକି ଫିଲ୍ମରେ ଛାଡିଛନ୍ତି ବଡ ପ୍ରଭାବ । ସୁନିଲ କୁମାର 'ଦି ଗ୍ରେଟ୍ ଅଙ୍ଗାର' ନାଁରେ ପ୍ରସିଦ୍ଧ । ଫିଲ୍ମରେ ସର୍‌କଟା ଭୂମିକାରେ କରୁଛନ୍ତି ଅଭିନୟ । ଆଉ ଲୋକଙ୍କୁ କରୁଛନ୍ତି ଭୟଭୀତ ।

ସୁନୀଲ କୁମାର ହେଉଛନ୍ତି  ଜମ୍ମୁର ବାସିନ୍ଦା । ବୃତ୍ତିରେ ସେ ଜଣେ ପୋଲିସ କନ୍‌ଷ୍ଟେବଳ। ଲୋକମାନେ ତାଙ୍କୁ କୁହନ୍ତି ଜମ୍ମୁର ଗ୍ରେଟ୍ ଖଲି । ସୁନିଲଙ୍କର ଉଚ୍ଚତା ସାଢେ ୭ ଫୁଟ । ସେ ଜଣେ କୁସ୍ତି ଯୋଦ୍ଧା । ତାଙ୍କର ପିଲାଦିନରୁ  କୁସ୍ତି ପ୍ରତି ରହିଥିଲା ଦୁର୍ବଳତା । କେବଳ ଏତିକି ନୁହେଁ ହ୍ୟାଣ୍ଡ୍‌ବଲ୍ ଏବଂ ଭଲିବଲ୍ ଭଳି କ୍ରୀଡ଼ାରେ ସବୁବେଳେ ଆଗରେ । ସୁନୀଲ କ୍ରୀଡା କୋଟା ଜରିଆରେ ପୋଲିସରେ ଚାକିରି ପାଇଥିଲେ। ସୁନିଲ କୁମାରଙ୍କ ଅଭିନୟ ଯାତ୍ରା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ସ୍ଥାନୀୟ କାଷ୍ଟିଂ ନିର୍ଦ୍ଦେଶକ ତାଙ୍କୁ ଏକ କୁସ୍ତି ପ୍ରତିଯୋଗିତାରେ ଦେଖିଥିଲେ । 

ତାଙ୍କର ଅନନ୍ୟ ଉଚ୍ଚତା ଏବଂ ଶାରୀରିକ ଗଢଣ ତାଙ୍କ ଭୂମିକା ପାଇଁ ପୁରା ଫିଟ୍ ଥିଲା। ସେଠାରୁ ସେ ଅଭିନୟ ଜଗତରେ କରିଥିଲେ ଏଣ୍ଟ୍ରି । ତେବେ ନିର୍ଦ୍ଦେଶକ ଅମର କୌଶିକଙ୍କ କହିବା କଥା ହେଉଛି ସୁନୀଲ କୁମାରଙ୍କୁ ତାଙ୍କ ଶରୀର ଏବଂ ଉଚ୍ଚତା ଯୋଗୁଁ ସାଇନ୍ କରାଯାଇଥିଲା । ସେ କହିଛନ୍ତି ସର୍‌କଟାର ଚେହେରା CGI ମାଧ୍ୟମରେ ସୃଷ୍ଟି ହୋଇଥିଲା ଏବଂ ସୁନୀଲ କୁମାରଙ୍କ ଶରୀରର ଶଟ୍‌ ବ୍ୟବହାର କରାଯାଇଥିଲା। 

ପୋଲିସର ଚାକିରି ସହିତ ସୁନୀଲ କୁମାର ଅଭିନୟ କରିବାର ସ୍ୱପ୍ନକୁ ସାକାର କରୁଛନ୍ତି। କିନ୍ତୁ ତାଙ୍କର ଏକ ବଡ଼ ସ୍ୱପ୍ନ ହେଉଛି WWE ରେ ଭାରତକୁ ପ୍ରତିନିଧିତ୍ୱ କରିବା । ସେ ୨୦୧୯ରେ WWE ଟ୍ରାଏଆଉଟ୍ ପାଇଁ ମଧ୍ୟ ଯାଇଥିଲେ । ତେବେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ ୨’କଥା ଯଦି କହିବା ତେବେ ଏହି ଫିଲ୍ମ ଗଦର-୨ର ରେକର୍ଡ ଭାଙ୍ଗିଲାଣି । ଦୀର୍ଘ ଦିନ ପରେ ମଧ୍ୟ ଏହି ଫିଲ୍ମ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ଫିଲ୍ମଟି ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି ଏବଂ ୫୦୦ କୋଟି କ୍ଲବରେ ସାମିଲ୍ ହେବାକୁ ଯାଉଛି ।