ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ଜଣେ ଯୁବକ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ  ଶିଆଳି ବେଳାଭୂମିରେ ସମୁଦ୍ରରେ ବୁଡ଼ିଗଲେ ଯୁବକ  ।  ଯୁବକ ଜଣଙ୍କ ହେଲେ ବାଲିକୁଦା ବ୍ଲକ ତିତିରା ପଞ୍ଚାୟତ ବେଗୁନିଆ ଗାଁର ଦୀପ୍ତି ରଞ୍ଜନ ପରିଜା(୨୩) । ସେ ଆଜି ରଜ ସଂକ୍ରାନ୍ତିରେ ନିଜ ସାଙ୍ଗ ମାନଙ୍କ ସହ ଶିଆଳି ବେଳାଭୂମି ବୁଲି ଯାଇଥିବା ବେଳେ ସେଠାରେ ଗାଧୋଇବାକୁ ସମୁଦ୍ର ମଧ୍ୟରେ ପଶିଥିଲେ । ସମୁଦ୍ରର ଭିତରେ ଭାସି ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ତାଙ୍କୁ […] The post ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ଜଣେ ଯୁବକ ମୃତ appeared first on KNews Odisha.

ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ଜଣେ ଯୁବକ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ  ଶିଆଳି ବେଳାଭୂମିରେ ସମୁଦ୍ରରେ ବୁଡ଼ିଗଲେ ଯୁବକ  ।  ଯୁବକ ଜଣଙ୍କ ହେଲେ ବାଲିକୁଦା ବ୍ଲକ ତିତିରା ପଞ୍ଚାୟତ ବେଗୁନିଆ ଗାଁର ଦୀପ୍ତି ରଞ୍ଜନ ପରିଜା(୨୩) । ସେ ଆଜି ରଜ ସଂକ୍ରାନ୍ତିରେ ନିଜ ସାଙ୍ଗ ମାନଙ୍କ ସହ ଶିଆଳି ବେଳାଭୂମି ବୁଲି ଯାଇଥିବା ବେଳେ ସେଠାରେ ଗାଧୋଇବାକୁ ସମୁଦ୍ର ମଧ୍ୟରେ ପଶିଥିଲେ ।

ସମୁଦ୍ରର ଭିତରେ ଭାସି ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ତାଙ୍କୁ  ସଙ୍ଗେ ସଙ୍ଗେ ଏରସମା ମେଡିକାଲ ନେଇ ଯାଇଥିଲେ ।  ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଶବକୁ ବ୍ୟବଛେଦ ପାଇଁ ପଠାଇ ଥିବା ସୂଚନା ମିଳିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Also read :ପୋଖରୀରେ ବୁଡି ନାବାଳକ ମୃତ ,ପୋଲିସର ତଦନ୍ତ ଜାରି

The post ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ଜଣେ ଯୁବକ ମୃତ appeared first on KNews Odisha.