ମୁମ୍ବାଇରେ ଟେନିସ୍ ବଲ କ୍ରିକେଟ ଖେଲିଲେ ଋଷି ସୁନକ, ଜାଣନ୍ତୁ କହିଲେ କ’ଣ?

ମୁମ୍ବାଇ ୨।୨: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ଫେବୃଆରୀ ରବିବାର ମୁମ୍ବାଇର ପାରସୀ ଜିମ୍‌ ଖାନା ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଯୁବ କ୍ରିକେଟ ଖେଳାଳିଙ୍କ ସହତ ଟେନିସ୍ ବଲ କ୍ରିକେଟର ମଜା ମଧ୍ୟ ନେଇଛନ୍ତି। ସେ ତାଙ୍କ ବ୍ୟାଟିଂ କରୁଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରାୟତଃ କ୍ରିକେଟ ପ୍ରତି ନିଜର ଭଲପାଇବା ଜାହିର କରୁଥିବା ସୁନକ ଲେଖିଛନ୍ତି ଯେ ତାଙ୍କୁ ଏହି ପ୍ରକାର ଖେଳରେ ଆହୁରି ମଧ୍ୟ ଦେଖାଯାଇ ପାରେ। ପାରସୀ ଜିମଖାନାରେ ସୁନକ ଯୁବ କ୍ରିକେଟରଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି। ସୁନକ ଏକ୍ସରେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଟେନିସ ବଲ କ୍ରିକେଟ ଖେଳ ବିନା ମୁମ୍ବାଇ ଯାତ୍ରାର ଆନନ୍ଦ ଅଧୁରା ରହିଥାଏ’। ଏଣୁ ସୁନକ ତାଙ୍କ ଭାରତ ଯାତ୍ରାରେ ଲୋକାଲ କ୍ରିକେଟର ମଜା ନେଇଛନ୍ତି। ତେବେ ସେ ଏହି କଥାରେ ବିଶେଷ ଖୁସି ହୋଇଛନ୍ତି ଯେ ଅଧିକ ଥର ଆଉଟ୍ ହୋଇ ନାହାନ୍ତି। ଏହା ପୂର୍ବରୁ ଋଷି ସୁନକଙ୍କୁ ଜୟପୁର ଲିଟରେଚର ଫେଷ୍ଟିଭାଲରେ ଦେଖାଯାଇଥିଲା। ଏହିକାର୍ଯ୍ୟକ୍ରମରେ ତାଙ୍କ ଇନଫୋସିସର ସଂସ୍ଥାପକ ନାରାୟାଣ ମୂର୍ତ୍ତିଙ୍କ ସହିତ ଦେଖାଯାଇଥିଲା। ଋଷି ସୁନକଙ୍କ ଉପସ୍ଥିତି ଯୋଗୁ ଜୟପୁର ଲିଟରେଚର ଫେଷ୍ଟିଭାଲର ପରିବେଶ ଆହୁରି ଉତ୍ସବମୁଖର ହୋଇ ଉଠିଥିଲା।  କାର୍ଯ୍ୟକ୍ରମରେ ଯେପରି ସୁନକଙ୍କ ନାମ ଘୋଷଣା ହୋଇଥିଲା, ଦର୍ଶକେ ତାଳିରେ ତାଙ୍କର ସ୍ୱାଗତ କରିଥିଲେ। ଋଷି ସୁନକ ତ

ମୁମ୍ବାଇରେ ଟେନିସ୍ ବଲ କ୍ରିକେଟ ଖେଲିଲେ ଋଷି ସୁନକ, ଜାଣନ୍ତୁ କହିଲେ କ’ଣ?

ମୁମ୍ବାଇ ୨।୨: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ଫେବୃଆରୀ ରବିବାର ମୁମ୍ବାଇର ପାରସୀ ଜିମ୍‌ ଖାନା ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଯୁବ କ୍ରିକେଟ ଖେଳାଳିଙ୍କ ସହତ ଟେନିସ୍ ବଲ କ୍ରିକେଟର ମଜା ମଧ୍ୟ ନେଇଛନ୍ତି। ସେ ତାଙ୍କ ବ୍ୟାଟିଂ କରୁଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରାୟତଃ କ୍ରିକେଟ ପ୍ରତି ନିଜର ଭଲପାଇବା ଜାହିର କରୁଥିବା ସୁନକ ଲେଖିଛନ୍ତି ଯେ ତାଙ୍କୁ ଏହି ପ୍ରକାର ଖେଳରେ ଆହୁରି ମଧ୍ୟ ଦେଖାଯାଇ ପାରେ। 

ପାରସୀ ଜିମଖାନାରେ ସୁନକ ଯୁବ କ୍ରିକେଟରଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି। ସୁନକ ଏକ୍ସରେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଟେନିସ ବଲ କ୍ରିକେଟ ଖେଳ ବିନା ମୁମ୍ବାଇ ଯାତ୍ରାର ଆନନ୍ଦ ଅଧୁରା ରହିଥାଏ’। ଏଣୁ ସୁନକ ତାଙ୍କ ଭାରତ ଯାତ୍ରାରେ ଲୋକାଲ କ୍ରିକେଟର ମଜା ନେଇଛନ୍ତି। ତେବେ ସେ ଏହି କଥାରେ ବିଶେଷ ଖୁସି ହୋଇଛନ୍ତି ଯେ ଅଧିକ ଥର ଆଉଟ୍ ହୋଇ ନାହାନ୍ତି। ଏହା ପୂର୍ବରୁ ଋଷି ସୁନକଙ୍କୁ ଜୟପୁର ଲିଟରେଚର ଫେଷ୍ଟିଭାଲରେ ଦେଖାଯାଇଥିଲା। 

ଏହିକାର୍ଯ୍ୟକ୍ରମରେ ତାଙ୍କ ଇନଫୋସିସର ସଂସ୍ଥାପକ ନାରାୟାଣ ମୂର୍ତ୍ତିଙ୍କ ସହିତ ଦେଖାଯାଇଥିଲା। ଋଷି ସୁନକଙ୍କ ଉପସ୍ଥିତି ଯୋଗୁ ଜୟପୁର ଲିଟରେଚର ଫେଷ୍ଟିଭାଲର ପରିବେଶ ଆହୁରି ଉତ୍ସବମୁଖର ହୋଇ ଉଠିଥିଲା।  କାର୍ଯ୍ୟକ୍ରମରେ ଯେପରି ସୁନକଙ୍କ ନାମ ଘୋଷଣା ହୋଇଥିଲା, ଦର୍ଶକେ ତାଳିରେ ତାଙ୍କର ସ୍ୱାଗତ କରିଥିଲେ। ଋଷି ସୁନକ ତାଙ୍କ ଭାରତ ଯାତ୍ରାକୁ ସ୍ମରଣୀୟ କରିବାକୁ କେବଳ କ୍ରିକେଟ ଖେଳି ନାହାନ୍ତି ସେ ଭାରତୀୟ ସଂସ୍କୃତି ଓ ସାହିତ୍ୟ ମହୋତ୍ସବର ଅଂଶବିଶେଷ ମଧ୍ୟ ପାଲଟିଥିଲେ। ତାଙ୍କର ଏହି ଗସ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି।