ମୁମ୍ଵାଇ ଶିଫ୍ଟ ହେଲେ ପୂଜା, ସମୁଦ୍ର କୂଳରେ କିଣିଲେ ୪୫ କୋଟିର ଆଲିଶାନ ବଙ୍ଗଳା

ମୁମ୍ଵାଇ ୧୫।୦୪: ସାଉଥ ସୁନ୍ଦରୀ ପୂଜା ହେଗଡେ । କେବଳ ଦକ୍ଷିଣ ନୁହେଁ ବଲିଉଡରେ ମଧ୍ୟ ନିଜର ଅଭିନୟର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ପୂଜା ସୋସିଆଲ ମିଡିଆରେ ଅନେକ ସମୟରେ ଲାଇମଲାଇଟ୍ ହାସଲ କରନ୍ତି।  କିନ୍ତୁ ଏଥର ଅଭିନେତ୍ରୀ ତାଙ୍କ ଅଭିନୟ କିମ୍ବା ଷ୍ଟାଇଲ୍‌ ପାଇଁ ନୁହେଁ ବରଂ ମୁମ୍ବାଇରେ ସେ ତାଙ୍କ ସ୍ୱପ୍ନର ଘର ନିର୍ମାଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏପରି ଖବର ସାମ୍ନାକୁ ଆସିଛି ଯେ ପୂଜା ମୁମ୍ବାଇରେ କୋଟି କୋଟି ଟଙ୍କାର ସି ଫେସିଙ୍ଗ ଘର କିଣିଛନ୍ତି।View this post on InstagramA post shared by Pooja Hegde (@hegdepooja)ରିପୋର୍ଟ ଅନୁଯାୟୀ ଏହି ଅଭିନେତ୍ରୀ ସି-ଫେସିଙ୍ଗ ମ୍ୟାନସନକୁ ଶିଫ୍ଟ ହୋଇଯାଇଛନ୍ତି। ୪୦୦୦ ବର୍ଗଫୁଟର ଲିଭିବିଂ ସ୍ପେଶର ଏହି ବଙ୍ଗଳା ମୁମ୍ଵାଇର ବାନ୍ଦ୍ରାରେ ଅବସ୍ଥିତ । ତେବେ ପୂଜାଙ୍କ ଘରର ମୂଲ୍ୟ ୪୫ କୋଟି ଟଙ୍କା।  ମୁମ୍ବାଇ ବାନ୍ଦ୍ରାରେ ଅନେକ ବଲିଉଡ ତାରକା ଅଛନ୍ତି ଏବଂ ବର୍ତ୍ତମାନ ପୂଜା ହେଗଡେଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ପୂଜା ହେଗଡେଙ୍କୁ ୨୦୨୩ରେ ସଲମାନ ଖାନଙ୍କ ବିପକ୍ଷରେ କିସି କା ଭାଇ କିସି କି ଜାନରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ ଏହି ଅଭିନେତ୍ରୀ ବର୍ତ୍ତମାନ ସାହିଦ କପୁରଙ୍କ ସହ ଦେବାରେ ନଜର ଆସିବେ। ସାହିଦ ଏବଂ ପୂଜା ପ୍ରଥମ ଥର କ୍ରାଇମ ଥ୍ରୀଲରରେ ସ୍କ୍ରିନ୍‌ ସେୟାର କରିବେ । 

ମୁମ୍ଵାଇ ଶିଫ୍ଟ ହେଲେ ପୂଜା, ସମୁଦ୍ର କୂଳରେ କିଣିଲେ ୪୫ କୋଟିର ଆଲିଶାନ ବଙ୍ଗଳା

ମୁମ୍ଵାଇ ୧୫।୦୪: ସାଉଥ ସୁନ୍ଦରୀ ପୂଜା ହେଗଡେ । କେବଳ ଦକ୍ଷିଣ ନୁହେଁ ବଲିଉଡରେ ମଧ୍ୟ ନିଜର ଅଭିନୟର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ପୂଜା ସୋସିଆଲ ମିଡିଆରେ ଅନେକ ସମୟରେ ଲାଇମଲାଇଟ୍ ହାସଲ କରନ୍ତି।  କିନ୍ତୁ ଏଥର ଅଭିନେତ୍ରୀ ତାଙ୍କ ଅଭିନୟ କିମ୍ବା ଷ୍ଟାଇଲ୍‌ ପାଇଁ ନୁହେଁ ବରଂ ମୁମ୍ବାଇରେ ସେ ତାଙ୍କ ସ୍ୱପ୍ନର ଘର ନିର୍ମାଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏପରି ଖବର ସାମ୍ନାକୁ ଆସିଛି ଯେ ପୂଜା ମୁମ୍ବାଇରେ କୋଟି କୋଟି ଟଙ୍କାର ସି ଫେସିଙ୍ଗ ଘର କିଣିଛନ୍ତି।



ରିପୋର୍ଟ ଅନୁଯାୟୀ ଏହି ଅଭିନେତ୍ରୀ ସି-ଫେସିଙ୍ଗ ମ୍ୟାନସନକୁ ଶିଫ୍ଟ ହୋଇଯାଇଛନ୍ତି। ୪୦୦୦ ବର୍ଗଫୁଟର ଲିଭିବିଂ ସ୍ପେଶର ଏହି ବଙ୍ଗଳା ମୁମ୍ଵାଇର ବାନ୍ଦ୍ରାରେ ଅବସ୍ଥିତ । ତେବେ ପୂଜାଙ୍କ ଘରର ମୂଲ୍ୟ ୪୫ କୋଟି ଟଙ୍କା।  ମୁମ୍ବାଇ ବାନ୍ଦ୍ରାରେ ଅନେକ ବଲିଉଡ ତାରକା ଅଛନ୍ତି ଏବଂ ବର୍ତ୍ତମାନ ପୂଜା ହେଗଡେଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ପୂଜା ହେଗଡେଙ୍କୁ ୨୦୨୩ରେ ସଲମାନ ଖାନଙ୍କ ବିପକ୍ଷରେ କିସି କା ଭାଇ କିସି କି ଜାନରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ ଏହି ଅଭିନେତ୍ରୀ ବର୍ତ୍ତମାନ ସାହିଦ କପୁରଙ୍କ ସହ ଦେବାରେ ନଜର ଆସିବେ। ସାହିଦ ଏବଂ ପୂଜା ପ୍ରଥମ ଥର କ୍ରାଇମ ଥ୍ରୀଲରରେ ସ୍କ୍ରିନ୍‌ ସେୟାର କରିବେ ।