ମୁମ୍ୱାଇ ବୋଟ୍ ଟ୍ରାଜେଡି: ଚାଲିଗଲା ୧୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୩ ନୌସେନା ଅଧିକାରୀ ।

କନକ ବ୍ୟୁରୋ : ମୁମ୍ୱାଇ ବୋଟ୍ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା ଅଧିକାରୀ  ମଧ୍ୟ ରହିଛନ୍ତି । ଏମାନେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ବେଳେ ପ୍ରାଣହାନୀ ହୋଇଛି । ଏହାଛଡ଼ା ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।  ଆଜି(ବୁଧବାର) ଅପରାହ୍ନରେ ଏକ ଭାରତୀୟ ନୌସେନା କ୍ରାଫ୍ଟ ଟ୍ରାଏଲ୍‌ ବେଳେ ଏହା ନିୟନ୍ତ୍ରଣ ହରାଇ ବସିଥିଲା  ଫଳର ଏହା ଏକ ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା । ଡଙ୍ଗାରେ ୮୫ ଜଣ ଯାତ୍ରୀ ରହିଥିଲେ । ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା । ଫଲରେ ନୌସେନାର ସଦସ୍ୟଙ୍କୁ ମିଶାଇ ମୋଟ ୧୦୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାର୍ୟ୍ୟରେ ନୌସେନାର ୪ଟି ନାଭାଲ ହେଲିକପ୍ଟର ଏକ କୋଷ୍ଟଗାର୍ଡ ବୋଟ୍ ଓ ୧୧ଟି ନାଭାଲ କ୍ରାଫ୍ଟ ନିୟୋଜିତ ରହିଥିଲା ।   ପ୍ରାଥମିକ ସୂଚନା ମୁତାବକ  ମୋଟ ୬୦ ଜଣ ନିଖୋଜ ରହିଥିବା ନେଇ ଖବର ମିଳିଥିଲା । ଏହାପରେ  ଏହି ସଂଖ୍ୟା ବୃଦ୍ଧି ପାଇଥିଲା । ବର୍ତ୍ତମାନ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ସହ ମୃତକଙ୍କ ବାବଦରେ ସୂଚନା ଦେଇଛି ନୌସେନା । 

ମୁମ୍ୱାଇ ବୋଟ୍ ଟ୍ରାଜେଡି: ଚାଲିଗଲା ୧୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୩ ନୌସେନା ଅଧିକାରୀ ।

କନକ ବ୍ୟୁରୋ : ମୁମ୍ୱାଇ ବୋଟ୍ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା ଅଧିକାରୀ  ମଧ୍ୟ ରହିଛନ୍ତି । ଏମାନେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ବେଳେ ପ୍ରାଣହାନୀ ହୋଇଛି । ଏହାଛଡ଼ା ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । 

ଆଜି(ବୁଧବାର) ଅପରାହ୍ନରେ ଏକ ଭାରତୀୟ ନୌସେନା କ୍ରାଫ୍ଟ ଟ୍ରାଏଲ୍‌ ବେଳେ ଏହା ନିୟନ୍ତ୍ରଣ ହରାଇ ବସିଥିଲା  ଫଳର ଏହା ଏକ ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା । ଡଙ୍ଗାରେ ୮୫ ଜଣ ଯାତ୍ରୀ ରହିଥିଲେ । ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା । ଫଲରେ ନୌସେନାର ସଦସ୍ୟଙ୍କୁ ମିଶାଇ ମୋଟ ୧୦୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାର୍ୟ୍ୟରେ ନୌସେନାର ୪ଟି ନାଭାଲ ହେଲିକପ୍ଟର ଏକ କୋଷ୍ଟଗାର୍ଡ ବୋଟ୍ ଓ ୧୧ଟି ନାଭାଲ କ୍ରାଫ୍ଟ ନିୟୋଜିତ ରହିଥିଲା ।  

ପ୍ରାଥମିକ ସୂଚନା ମୁତାବକ  ମୋଟ ୬୦ ଜଣ ନିଖୋଜ ରହିଥିବା ନେଇ ଖବର ମିଳିଥିଲା । ଏହାପରେ  ଏହି ସଂଖ୍ୟା ବୃଦ୍ଧି ପାଇଥିଲା । ବର୍ତ୍ତମାନ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ସହ ମୃତକଙ୍କ ବାବଦରେ ସୂଚନା ଦେଇଛି ନୌସେନା ।