ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ
ନୂଆଦିଲ୍ଲୀ,୧୮।୪: ପଶ୍ଚିମବଙ୍ଗରେ ୱକଫ ଆଇନକୁ ନେଇ ହିଂସା ଉପରେ Bangladeshର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ ଭୁଲ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରରୁ ଧ୍ୟାନ ହଟାଇବା। ଗୁରୁବାର Bangladeshର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ପ୍ରେସ ସଚିବ ବଙ୍ଗଳାର ମୁର୍ଶିଦାବାଦ ଜିଲାରେ ସମ୍ପ୍ରତି ଘଟିଥିବା ହିଂସାରେ ମୁସଲିମ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଭାରତକୁ ଅପିଲ କରିଥିଲେ। ଏହି ହିଂସାରେ […] The post ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୪: ପଶ୍ଚିମବଙ୍ଗରେ ୱକଫ ଆଇନକୁ ନେଇ ହିଂସା ଉପରେ Bangladeshର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ ଭୁଲ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରରୁ ଧ୍ୟାନ ହଟାଇବା।
ଗୁରୁବାର Bangladeshର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ପ୍ରେସ ସଚିବ ବଙ୍ଗଳାର ମୁର୍ଶିଦାବାଦ ଜିଲାରେ ସମ୍ପ୍ରତି ଘଟିଥିବା ହିଂସାରେ ମୁସଲିମ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଭାରତକୁ ଅପିଲ କରିଥିଲେ। ଏହି ହିଂସାରେ ତିନି ଜଣ ପ୍ରାଣ ହରାଇଥିଲେ ଏବଂ ଶହ ଶହ ଲୋକ ଆହତ ହୋଇଥିଲେ।
ବାଂଲାଦେଶର ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ Bangladesh ଭାରତ ଉପରେ ‘ମିଥ୍ୟା ଏବଂ ଭିତ୍ତିହୀନ’ ମନ୍ତବ୍ୟ ଦେବା ପରିବର୍ତ୍ତେ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ‘ପଶ୍ଚିମବଙ୍ଗର ଘଟଣା ଉପରେ Bangladesh ଦେଇଥିବା ବିବୃତ୍ତିକୁ ଆମେ ଗ୍ରହଣ କରିବାକୁ ମନା କରୁଛୁ। ଏହା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଭାରତର ଚିନ୍ତାରୁ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ। ଏପରି ଅପରାଧ କରୁଥିବା ଲୋକମାନେ ସେଠାରେ ମୁକ୍ତ ଭାବରେ ବିଚରଣ କରୁଛନ୍ତି।’ ସେ ଆହୁରି କହିଛନ୍ତି, ‘ଅଯଥା ମନ୍ତବ୍ୟ ଦେବା ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ବାଂଲାଦେଶ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ।’
The post ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ appeared first on Dharitri Odia News.