ମୋହାଲିରେ ଆଫଗାନିସ୍ତାନ ଦେଖାଇଲା ଦମ୍, ଭାରତକୁ ଦେଲା ୧୫୯ ରନ୍ର ଲକ୍ଷ୍ୟ
ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୫୮ ରନ୍ କରିଛି। ତେବେ ଟିମ୍ ଇଣ୍ଡିଆ ଆଗରେ ୧୫୯ ରନ୍ର ବିଜୟ ଲକ୍ଷ୍ୟ ରହିଛି। ମହମ୍ମଦ ନବି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ୪୨ ରନ ସଂଗ୍ରହ କରିଛନ୍ତି। ଏହି ସେ ୩ ଛକା ଓ ୩ ଚୌକା ମାରିଛନ୍ତି। ଶେଷରେ ନାଜିବୁଲ୍ଲା ଚମତ୍କାର ବ୍ୟାଟିଂ […] The post ମୋହାଲିରେ ଆଫଗାନିସ୍ତାନ ଦେଖାଇଲା ଦମ୍, ଭାରତକୁ ଦେଲା ୧୫୯ ରନ୍ର ଲକ୍ଷ୍ୟ appeared first on Dharitri Odia News.
ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୫୮ ରନ୍ କରିଛି। ତେବେ ଟିମ୍ ଇଣ୍ଡିଆ ଆଗରେ ୧୫୯ ରନ୍ର ବିଜୟ ଲକ୍ଷ୍ୟ ରହିଛି।
ମହମ୍ମଦ ନବି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ୪୨ ରନ ସଂଗ୍ରହ କରିଛନ୍ତି। ଏହି ସେ ୩ ଛକା ଓ ୩ ଚୌକା ମାରିଛନ୍ତି। ଶେଷରେ ନାଜିବୁଲ୍ଲା ଚମତ୍କାର ବ୍ୟାଟିଂ କରି ୪ ଚୌକା ସହାୟତାରେ ଅପରାଜିତ ୧୯ ରନ୍ ସ୍କୋର କରିଛନ୍ତି। ସେହିପରି ଆଜମତୁଲ୍ଲା ୨୯ ରନ୍ ଏବଂ କ୍ୟାପଟେନ ଇବ୍ରାହିମ ଜାଦ୍ରାନ ୨୫ ରନ୍ର ଇନିଂସ ଖେଳିଛନ୍ତି।
The post ମୋହାଲିରେ ଆଫଗାନିସ୍ତାନ ଦେଖାଇଲା ଦମ୍, ଭାରତକୁ ଦେଲା ୧୫୯ ରନ୍ର ଲକ୍ଷ୍ୟ appeared first on Dharitri Odia News.