ମୂର୍ତ୍ତି ବିସର୍ଜନ ବେଳେ ବୁଡି ଗଲେ ୨ ଛାତ୍ର
ବାରିପଦା: ମୂର୍ତ୍ତି ବିସର୍ଜନ ବେଳେ ପୁଣି ଅଘଟଣ । ବନ୍ଧରେ ବୁଡ଼ି ୨ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ । ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ମଞ୍ଚାବନ୍ଧା ସ୍ଥିତ ଏକ ଘରୋଇ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର ଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ମୃତ ଛାତ୍ରଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ […]

ବାରିପଦା: ମୂର୍ତ୍ତି ବିସର୍ଜନ ବେଳେ ପୁଣି ଅଘଟଣ । ବନ୍ଧରେ ବୁଡ଼ି ୨ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ । ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ମଞ୍ଚାବନ୍ଧା ସ୍ଥିତ ଏକ ଘରୋଇ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର ଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ମୃତ ଛାତ୍ରଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ ଅଞ୍ଚଳର ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର। ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଉଭୟ ହଷ୍ଟେଲରେ ରହି ପାଠପଢୁ ଥିଲେ ।
ସୂଚନାନୁସାରେ, ଗଣେଶ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ବାରିପଦା ସଦରଥାନା ଅଧୀନ ଲକ୍ଷ୍ମୀପୋଷୀ ନିକଟ ସୁବର୍ଣ୍ଣରେଖା କେନାଲରେ ୨ଜଣ ଓଏଭି ଛାତ୍ର ବୁଡ଼ିବାର ୪ଦିନ ପରେ ପୁଣି ୨ ଛାତ୍ରଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।