ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…
କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି ପାଇବାକୁ ବର୍ଷବର୍ଷ ଧରି ଚାହିଁ ରହିଥିଲେ ମଧ୍ୟ ପାଇ ପାରୁନାହାନ୍ତି। ମାତ୍ର ମାଫିଆ ଗୋଷ୍ଠୀ ଏହି ତହସିଲ ଅଞ୍ଚଳରେ ବହୁ ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି। ସମ୍ପୃକ୍ତ ତହସିଲ ଅନ୍ତର୍ଗତ ଓସ୍ତପାଳ ପଞ୍ଚାୟତର ନିପାଣିଆ ମୌଜାରେ ୫ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ କିସମ ଜମିକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାରବାଡ଼ […] The post ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ… appeared first on Dharitri Odia News.
କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି ପାଇବାକୁ ବର୍ଷବର୍ଷ ଧରି ଚାହିଁ ରହିଥିଲେ ମଧ୍ୟ ପାଇ ପାରୁନାହାନ୍ତି। ମାତ୍ର ମାଫିଆ ଗୋଷ୍ଠୀ ଏହି ତହସିଲ ଅଞ୍ଚଳରେ ବହୁ ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି। ସମ୍ପୃକ୍ତ ତହସିଲ ଅନ୍ତର୍ଗତ ଓସ୍ତପାଳ ପଞ୍ଚାୟତର ନିପାଣିଆ ମୌଜାରେ ୫ଏକରରୁ ଊର୍ଦ୍ଧ୍ୱ ଜଙ୍ଗଲ କିସମ ଜମିକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାରବାଡ଼ ବୁଲାଇ ନିଜ ଦଖଲରେ ରଖିଥିବା ଅଭିଯୋଗ ହୋଇଛି। ଏପରିକି ଉକ୍ତ ଜମିକୁ ସେ ଲିଜ ସୂତ୍ରରେ ହାତେଇ ନେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଜମି ଜବରଦଖଲ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଯାଜପୁର ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ସୂଚନା ମୁତାବକ, ଓସ୍ତପାଳ ମୌଜାର ଖାତା ନମ୍ବର ୧୯୮ ଓ ପ୍ଲଟ ନମ୍ବର ୫୦୧ରେ ଥିବା ଝାଡ଼ ଜଙ୍ଗଲ କିସମ ଜମି ମଧ୍ୟରୁ ୫ ଏକର ପାଖାପାଖି ଜମି ଜଣେ ବ୍ୟକ୍ତିଙ୍କ କବ୍ଜାରେ ରହିଛି। ଉକ୍ତ ଜମି ପୂର୍ବରୁ ଗୋରୁଙ୍କ ଚାରଣ ଭୂମି ଭାବେ ବ୍ୟବହୃତ ହୋଇ ଆସୁଥିଲା। ତାରବାଡ଼ ଦ୍ୱାରା ବନ୍ଦ ହୋଇଥିବା ଜମିଦେଇ ଗ୍ରାମବାସୀ ନିଜ ନିଜ ଜମିରେ ଚାଷ କାର୍ଯ୍ୟ କରିବାକୁ ଯାତାୟାତ କରୁଥିଲେ। ମାତ୍ର ଜମି ଅବରୋଧକାରୀ ନିଜର ସାଢ଼େ ୫ ଏକର ଜମି ସାଙ୍ଗରେ ଏହି ୫ ଏକର ସରକାରୀ ଜମିକୁ ମିଶାଇ ତାର ବାଡ଼ ଦେଇଦେବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏପରିକି ଜବରଦଖଲରେ ଥିବା ସରକାରୀ ଜମିରେ ଜିଲା ଖଣିଜ ପାଣ୍ଠି ଅନୁଦାନରୁ ୧୨ ଲକ୍ଷ ଟଙ୍କା ବିନିଯୋଗରେ ୩ ବର୍ଷ ତଳେ ଖୋଳାଯାଇଥିବା ଏକ ପୋଖରୀକୁ ମଧ୍ୟ ଜବରଦଖଲକାରୀ କବ୍ଜା କରିଛନ୍ତି। ସରକାରୀ ପୋଖରୀର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଉକ୍ତ ପୋଖରୀ ହୁଡ଼ାରେ ଥିବା ଫଳକକୁ ଭାଙ୍ଗି ଦିଆଯାଇଛି। ଏତେ ସବୁ ପରେ ବ୍ଲକ ପ୍ରଶାସନ ଏହା ବିରୋଧରେ ଏପର୍ଯ୍ୟନ୍ତ ଏତଲା ଦେଇନାହିଁ। କେବଳ ଏତିକି ନୁହେଁ ବିବାଦୀୟ ସରକାରୀ ଜମିରେ ଏକ ଟ୍ରାନ୍ସଫର୍ମର ବସାଯାଇ ଅବରୋଧକାରୀଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଏହି ଅବରୋଧ ପ୍ରସଙ୍ଗରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ଗ୍ରାମବାସୀ ଜନସ୍ବାର୍ଥ ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ତହସିଲ ଦାୟିତ୍ୱରେ ଥିବା ଦାନଗଦି ବିଡିଓ ସାରଦା ପ୍ରସାଦ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବ୍ଶୀଘ୍ର ଜଙ୍ଗଲ ଜମିକୁ ଜବରଦଖଲ ମୁକ୍ତ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ ଏହା ଜବରଦଖଲ ମୁକ୍ତ ହେଉଛି।
The post ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ… appeared first on Dharitri Odia News.