ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍‌ସିଏସ୍‌

ଯାଜପୁର,୧୩ା୧୧(ହର୍ଷବର୍ଦ୍ଧନ ବେହେରା):ରାଜ୍ୟର ନିରୀହ ଗରିବ କୃଷକଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି। ଏହି କ୍ରମରେ ୨୦୨୨ ପାକ୍ସ ସମ୍ପାଦକ କିମ୍ବା ପରିଚାଳନା ନିର୍ଦ୍ଦେଶକ ଋଣ ପାସ୍‌ ବହି କିମ୍ବା କେସିସି ଚେକ୍‌ ବୁକ୍‌ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରି ପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହାବାଦ୍‌ ନିୟମିତ ବ୍ୟବଧାନରେ ଋଣ ପାସ୍‌ ବୁକ୍‌ର ତଦନ୍ତ, ବ୍ୟକ୍ତିଗତ […] The post ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍‌ସିଏସ୍‌ appeared first on Dharitri Odia News.

ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍‌ସିଏସ୍‌

ଯାଜପୁର,୧୩ା୧୧(ହର୍ଷବର୍ଦ୍ଧନ ବେହେରା):ରାଜ୍ୟର ନିରୀହ ଗରିବ କୃଷକଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି। ଏହି କ୍ରମରେ ୨୦୨୨ ପାକ୍ସ ସମ୍ପାଦକ କିମ୍ବା ପରିଚାଳନା ନିର୍ଦ୍ଦେଶକ ଋଣ ପାସ୍‌ ବହି କିମ୍ବା କେସିସି ଚେକ୍‌ ବୁକ୍‌ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରି ପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହାବାଦ୍‌ ନିୟମିତ ବ୍ୟବଧାନରେ ଋଣ ପାସ୍‌ ବୁକ୍‌ର ତଦନ୍ତ, ବ୍ୟକ୍ତିଗତ ଭାବେ ଋଣୀଙ୍କୁ ଯୋଗାଯୋଗ, ଋଣ ପରିମାଣ ମଞ୍ଜୁର ସଂକ୍ରାନ୍ତରେ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଆଦି କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ତେବେ ଏହି ନିର୍ଦ୍ଦେଶ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଯାଜପୁର ଜିଲା ଦଶରଥପୁର ବ୍ଲକ ପାଲଟପୁର ପାକ୍ସରେ ଋଣ କାରବାରରେ ବ୍ୟାପକ ଦୁର୍ନୀତି ହୋଇଛି।
ଅଭିଯୋଗ ଅନୁଯାୟୀ, ବଡକୁଆଁଳ ଗ୍ରାମର ଚାଷୀ ପଞ୍ଚାନନ ମଲିକଙ୍କ ପରଲୋକର ୧୦୮ ଦିନ ପରେ ସେ ବ୍ୟାଙ୍କରୁ ଋଣ ଟଙ୍କା ଉଠାଇଥିବା ଭଳି କୌତୂହଳପୂର୍ଣ୍ଣ ଘଟଣା ସାମ୍‌ନାକୁ ଆସିଛି। ଏହି ସମିତିର ଉପସଭାପତି ଊର୍ମିଳା ବାରିକ, ସରପଞ୍ଚ ଲିପିକା ମଲିକ, ବୋର୍ଡ ସଭ୍ୟ ସରୋଜ ବିଶ୍ୱାଳ, ପ୍ରଫୁଲ୍ଲ କର, ହେମନ୍ତ ମଲିକ, ନରେନ୍ଦ୍ର କୁମାର ସେଠୀ, ତ୍ରିଲୋଚନ ମଲିକ ପ୍ରମୁଖ ଶତାଧିକ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ପାକ୍ସର ସଭାପତି ଅଶ୍ୱିନୀ କୁମାର ନାୟକ ଓ ସମ୍ପାଦକ ବିଶ୍ୱଜିତ ଧଳ ୨୩ ଲକ୍ଷ ୪୨ ହଜାର ଟଙ୍କା ଆତ୍ମସାତ୍‌ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୮୫୦ ଜଣ ଚାଷୀ ଏବଂ ୨୦୨୪-୨୫ ବର୍ଷରେ ୪୫୦ ଜଣ ଚାଷୀଙ୍କ ପେପର ଟ୍ରାଞ୍ଜାକ୍ସନ(ପିଟି) କରିବା ପାଇଁ ପ୍ରତି ଚାଷୀଙ୍କଠାରୁ ୧୫୦୦ ଟଙ୍କା ଲେଖାଏ ଉକେତ୍ାଚ ନେଇଛନ୍ତି। ନୂଆ ଋଣ କରିବା ପାଇଁ ୨ରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କଠାରୁ ପାସ୍‌ବୁକ୍‌ ଓ ବ୍ୟାଙ୍କ ଚେକ୍‌ ନିଆଯାଇ ସଭାପତି ଓ ସମ୍ପାଦକ ନିଜ ପାଖରେ ରଖୁଛନ୍ତି। ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ଚାଷୀଙ୍କ ଅଗୋଚରରେ ସେମାନଙ୍କ ନାମରେ ଋଣ ଟଙ୍କା ଉଠାଣ କରି ଆତ୍ମସାତ୍‌ କରାଯାଉଛି ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ସେଥିରେ ଆହୁରି ଉଲ୍ଲେଖ ରହିଛି, ୨ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ମୃତ ଚାଷୀଙ୍କ ନାମରେ ଋଣ କରି ସଭାପତି ଓ ସମ୍ପାଦକ ସେହି ଅର୍ଥ ଆତ୍ମସାତ କରିଛନ୍ତି। ବିରିପଟା ପଞ୍ଚାୟତ ବଡକୁଆଁଲ ଗ୍ରାମର ପଞ୍ଚାନନ ମଲିକ ଏହାର ଏକ ଉଦାହରଣ। ପଞ୍ଚାନନଙ୍କ ୨୦୨୩ ଜୁନ୍‌ ୧୨ରେ ପରଲୋକ ହୋଇଥିଲା। ହେଲେ ତାଙ୍କ ନାମରେ ସେଲ୍‌ଫ୍‌ ଚେକ୍‌ ବ୍ୟବହାର କରାଯାଇ ଟିପ ଚିହ୍ନ ଜରିଆରେ ୨୦୨୩ ସେପ୍ଟେମ୍ବର ୨୭ରେ ୧୧,୫୦୦ ଟଙ୍କା ଋଣ ଉଠାଣ କରିଥିବା କଟକ କେନ୍ଦ୍ରୀୟ କୃଷି ସମବାୟ ସମିତି ଦଶରଥପୁର ଶାଖାରେ ପ୍ରମାଣ ରହିଛି। ଉଭୟ ସଭାପତି ଓ ସମ୍ପାଦକଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଞ୍ଚ କଲେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆସିପାରିବ। ଏହାସହ ବହୁ ଅଣଚାଷୀଙ୍କୁ ଋଣ ଦିଆଯାଉଥିବାବେଳେ ପ୍ରକୃତ ଚାଷୀ ଏଥିରୁ ବାଦ୍‌ ପଡୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଚାଷୀମାନେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ ଯାଜପୁର ଡିଆର୍‌ସିଏସ୍‌ ଅମୂଲ୍ୟ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ମୃତ ଚାଷୀଙ୍କ ନାମରେ ଋଣ ଉଠାଣ ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରି ରିପୋର୍ଟ ଦାଖଲ କରି ସାରିଛି। ଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ରିପୋର୍ଟ ଖୁବ୍‌ଶୀଘ୍ର ଦାଖଲ କରାଯିବ ବୋଲି ସେଠୀ କହିଛନ୍ତି।

The post ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍‌ସିଏସ୍‌ appeared first on Dharitri Odia News.