ମେ ୩ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ସୂଚନା ଦେଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର: ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଏହାର ପ୍ରଚାରକୁ ଜୋରଦାର୍‌ କରିଛି। ଏହି କ୍ରମରେ କଂଗ୍ରେସର ହେଭିଓ୍ବେଟ ମଧ୍ୟ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତା ୩ ତାରିଖରେ ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ସହିତ ରେବନ୍ତ୍ ରେଡ୍ଡୀ ମଧ୍ୟ ଓଡ଼ିଶା ଆସି‌ ଏକ ଜନସଭାକୁ ସମ୍ବୋଧିତ କରିବେ।ଆହୁରି ମଧ୍ୟ ତାଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଆସିବେ। ଆସନ୍ତା ୫ କିମ୍ବା ୯ ତାରିଖରେ ପ୍ରିୟଙ୍କା ନବରଙ୍ଗପୁରରେ ଏକ ଜନସଭାରେ ଯୋଗଦେବେ । ଏନେଇ ସୋମବାର, ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କଂଗ୍ରେସ ପ୍ରଭାରୀ ଓ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।ସୂଚନାଥାଉକି, ରବିବାର ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ‘‘ଯେମିତି ୨୨-୨୫ ଆରବପତିଙ୍କୁ ନରେନ୍ଦ୍ର ମୋଦି ଦେଶ ଚଳାଉଛନ୍ତି । ସେମିତି ଓଡ଼ିଶାରେ ନବୀନ ପଟ୍ଟନାୟକ କିଛି ବଛା ବଛା ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । କିଛି ହାତ ଗଣତି ଲୋକ ଏହାର ଉପକାର ପାଉଛନ୍ତି ଆଉ ଜନତା ସେମିତି ଚାହିଁ ରହିଯାଉଛନ୍ତି । ଓଡ଼ିଶାରେ ବିଜେଡି ଓ ବିଜେପିର ବାହାଘର ହୋଇଛି । ତାହାକୁ ଆପଣ ପାର୍ଟନରସିପ୍ କହିପାରନ୍ତି । ଦୁହେଁ ଏକାଠି। ଦିଲ୍ଲୀରେ ମୋଦି ସରକାର ଆଉ ରାଜ୍ୟରେ ନବୀନ ବାବୁ ସରକାର ପୁରା ଏକ । ସେଠାରେ ସେ ୨୨ ଲୋକଙ୍କୁ ପୁରା ଫାଇଦା ଦେଇଛନ୍ତି

ମେ ୩ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ସୂଚନା ଦେଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର: ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଏହାର ପ୍ରଚାରକୁ ଜୋରଦାର୍‌ କରିଛି। ଏହି କ୍ରମରେ କଂଗ୍ରେସର ହେଭିଓ୍ବେଟ ମଧ୍ୟ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତା ୩ ତାରିଖରେ ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ସହିତ ରେବନ୍ତ୍ ରେଡ୍ଡୀ ମଧ୍ୟ ଓଡ଼ିଶା ଆସି‌ ଏକ ଜନସଭାକୁ ସମ୍ବୋଧିତ କରିବେ।

ଆହୁରି ମଧ୍ୟ ତାଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଆସିବେ। ଆସନ୍ତା ୫ କିମ୍ବା ୯ ତାରିଖରେ ପ୍ରିୟଙ୍କା ନବରଙ୍ଗପୁରରେ ଏକ ଜନସଭାରେ ଯୋଗଦେବେ । ଏନେଇ ସୋମବାର, ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କଂଗ୍ରେସ ପ୍ରଭାରୀ ଓ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।

ସୂଚନାଥାଉକି, ରବିବାର ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ‘‘ଯେମିତି ୨୨-୨୫ ଆରବପତିଙ୍କୁ ନରେନ୍ଦ୍ର ମୋଦି ଦେଶ ଚଳାଉଛନ୍ତି । ସେମିତି ଓଡ଼ିଶାରେ ନବୀନ ପଟ୍ଟନାୟକ କିଛି ବଛା ବଛା ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । କିଛି ହାତ ଗଣତି ଲୋକ ଏହାର ଉପକାର ପାଉଛନ୍ତି ଆଉ ଜନତା ସେମିତି ଚାହିଁ ରହିଯାଉଛନ୍ତି । ଓଡ଼ିଶାରେ ବିଜେଡି ଓ ବିଜେପିର ବାହାଘର ହୋଇଛି । ତାହାକୁ ଆପଣ ପାର୍ଟନରସିପ୍ କହିପାରନ୍ତି । ଦୁହେଁ ଏକାଠି। ଦିଲ୍ଲୀରେ ମୋଦି ସରକାର ଆଉ ରାଜ୍ୟରେ ନବୀନ ବାବୁ ସରକାର ପୁରା ଏକ । ସେଠାରେ ସେ ୨୨ ଲୋକଙ୍କୁ ପୁରା ଫାଇଦା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମିଶି ଓଡିଶାର ଜନତାଙ୍କୁ ଲୁଟୁଛନ୍ତି । ମିଳିମିଶି ଓଡ଼ିଶାବାସୀଙ୍କ ଅର୍ଥ ଲୁଟୁଛନ୍ତି । ’’ ଏହା ସହ କଂଗ୍ରେସ ସରକାର ଆସିଲେ ବିଭିନ୍ନ ସୁବିଧା ସୁଯୋଗ ଦିଆଯିବାନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।