ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା
ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଲାଗି ଶୁକ୍ରବାର ରାତିରେ ବଡବଜାରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାଅଧିକାରୀ ରମାକାନ୍ତ ଦାଶଙ୍କ ସଂଯୋଜନାରେ ଏଥିରେ କପିଳେଶ୍ୱର ବଣିକ ସଂଘର ସଭାପତି ରବିନ୍ଦ୍ର କୁମାର ପାତ୍ର ପୌରହିତ୍ୟ କରିଥିବା ବେଳେ ସମ୍ପାଦକ ତ୍ରିନାଥ ପଣ୍ଡା, ପୂର୍ବତନ ସଭାପତି ଦୁର୍ଗାଚରଣ ଦାଶ, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, […] The post ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା appeared first on Dharitri Odia News.
ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଲାଗି ଶୁକ୍ରବାର ରାତିରେ ବଡବଜାରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାଅଧିକାରୀ ରମାକାନ୍ତ ଦାଶଙ୍କ ସଂଯୋଜନାରେ ଏଥିରେ କପିଳେଶ୍ୱର ବଣିକ ସଂଘର ସଭାପତି ରବିନ୍ଦ୍ର କୁମାର ପାତ୍ର ପୌରହିତ୍ୟ କରିଥିବା ବେଳେ ସମ୍ପାଦକ ତ୍ରିନାଥ ପଣ୍ଡା, ପୂର୍ବତନ ସଭାପତି ଦୁର୍ଗାଚରଣ ଦାଶ, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ରବିନାରାୟଣ ପଣ୍ଡାଙ୍କ ସମେତ ସହରର ବହୁ ମାନ୍ୟଗନ୍ୟବ୍ୟକ୍ତି ଓ ସମସ୍ତ ୱାର୍ଡରୁ ଜନସାଧାରଣ ଯୋଗଦେଇଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ପାରମ୍ପରିକ କାର୍ଯ୍ୟକ୍ରମର ଶୁଭଲଗ୍ନ ସ୍ଥିର କରାଯାଇଛି। ଆସନ୍ତା ୨୦ ତାରିଖରେ ଡାକବାନା, ୨୩ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇ ଆସନ୍ତା ମେ’ ୭ ତାରିଖରେ ମା’ ପଞ୍ଚ ଠାକୁରାଣୀଙ୍କୁ ଆମନ୍ତ୍ରଣ କରି ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିରରେ ବିଜେ କରାଯାଇ ଯାତ୍ରା ଆରମ୍ଭ ହେବ। ଜୁନ ମାସ ୮ ତାରିଖରେ ମା’ଙ୍କୁ ବିଦାୟ ଦିଆଯାଇ ଯାତ୍ରା ଶେଷ ହେବ। ଦୀର୍ଘ ଏକମାସ ବ୍ୟାପୀ ପୁରୁଷୋତ୍ତମପୁର ସହରରେ ଯାତ୍ରା ଚାଲିବ। ଏହାକୁ ପରିଚାଳନା ଲାଗି ମଧ୍ୟ ଏକ କମିଟି ଗଠନ କରାଯାଇଥିବାନେଇ ଅଧିକାରୀ ରମାକାନ୍ତ ଦାଶ କହିଛନ୍ତି।
The post ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା appeared first on Dharitri Odia News.