ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା: ଗିରଫର ୪ ଘଣ୍ଟା ମଧ୍ଯରେ ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା । ଗିରଫ ସମସ୍ତ ୭ ରୋଡ୍‌ ରୋମିଓଙ୍କୁ ମିଳିଲା ଜାମିନ୍। ଭୁବନେଶ୍ବର JMFC କୋର୍ଟରୁ ୭ ଜଣଙ୍କୁ ଜାମିନ୍‌ ମିଳିଛି। ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ଜାମିନ୍ ମିଳିଛି। ସୂଚନା ଅନୁଯାୟୀ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଆଜି ୭ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା କମିଶନରେଟ ଚନ୍ଦକା ଥାନା ପୁଲିସ । ୭ ଜଣଙ୍କୁ […]

ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା: ଗିରଫର ୪ ଘଣ୍ଟା ମଧ୍ଯରେ ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍
Untitled 1 49

ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା । ଗିରଫ ସମସ୍ତ ୭ ରୋଡ୍‌ ରୋମିଓଙ୍କୁ ମିଳିଲା ଜାମିନ୍। ଭୁବନେଶ୍ବର JMFC କୋର୍ଟରୁ ୭ ଜଣଙ୍କୁ ଜାମିନ୍‌ ମିଳିଛି। ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ଜାମିନ୍ ମିଳିଛି।

ସୂଚନା ଅନୁଯାୟୀ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଆଜି ୭ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା କମିଶନରେଟ ଚନ୍ଦକା ଥାନା ପୁଲିସ । ୭ ଜଣଙ୍କୁ ଗିରଫ ସହ ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ହୋଇଥିଲା। ଏଥିସହ ଉକ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଖବର ଅନୁଯାୟୀ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।